• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜବେଷ୍ଟସ୍ ଉଡିଯାଇଛି । ଘରର ଆସବାବ ପତ୍ର ଚାରି ଆଡେ ଛିନଛତର ହୋଇ ପଡିଛି । ତେଣୁ ଅସଜଡା ଜିନିଷକୁ ଠିକ୍‌ କରିବା ଲାଗି ଲାଗିପଡିଛନ୍ତି ପିଲା । କାରଣ ଗତ ୨ ତାରିଖରେ ହୋଇଥିବା କାଳବୈଶାଖୀ ସମସ୍ତଙ୍କୁ ବେଘର କରି ଦେଇଛି । ଏବେ ଭଲଥିବା ଗୋଟିଏ ଘରେ ରହୁଛନ୍ତି, ସାଙ୍ଗ ହୋଇ ବସି ପଢୁଛନ୍ତି, ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି ।

ମାଲକାନଗିରି ଆଓମା ଗୁରୁକୁଳର ଅନ୍ତେବାସୀ । କରାଟେ ତାଇକୋଣ଼୍ଡ୍ ପରି ମାର୍ସଲ ଆର୍ଟରେ ସେମାନେ ପୁରା ପାରଙ୍ଗମ । ସାରା ଦେଶରେ ସେମାନଙ୍କ ନାଁ ଅଛି । ବିଭିନ୍ନ ବଡବଡ ଟିଭି ଚ୍ୟାନେଲରେ ସେମାନେ ନିଜ ଦକ୍ଷତା ଦେଖାଇ ସାରିଛନ୍ତି । ପ୍ରତିଦିନ ଅବ୍ୟାସ ବି କରନ୍ତି । ନିଜକୁ ପ୍ରସ୍ତୁତ କରନ୍ତି । ହେଲେ କାଳବୈଶାଖି ସେମାନଙ୍କର ଆଖଡା ଶାଳାକୁ ଉଜାଡି ଦେଇଛି ।

ଗତ ୨ ତାରିଖର କାଳବୈଶାଖୀ ଆଓମା ଗୁରୁକୁଳର ମେରୁଦଣ୍ଡ ଭାଙ୍ଗିଦେଇଛି । ଅନ୍ତେବାସୀଙ୍କ ଭବିଷ୍ୟତରେ ପାଣି ମିଶାଇ ଦେଇଛି । ଅଭ୍ୟାସ ସ୍ଥାନ ଭାଙ୍ଗିଯାଇଥିବାରୁ ପିଲାମାନେ ଅଭ୍ୟାସ କରିପାରୁନାହାନ୍ତି । ଏହାର ପ୍ରତିଷ୍ଠାତା ନିଜର ସର୍ବସ୍ୱ ସମର୍ପି ଦେଇ କଳାର ମନ୍ଦିରକୁ ଦୀର୍ଘ ୧୫ ବର୍ଷ ହେବ ଗଢି ତୋଳିଛନ୍ତି । ଆଉ ମାଲକାନାଗିରି ଭଳି ଉପାନ୍ତ ଜିଲ୍ଲାରେ ଅନାଥ, ଅସହାୟ , ଅଭାବ କାରଣରୁ ଅଧାରୁ ପାଠ ଛାଡିଦେଇଥିବା ପିଲାଙ୍କୁ ଖୋଜି କରି ଗୁରୁକୁଳରେ ମଣିଷ ପରି ମଣିଷ କରି ଗଢ଼ି ତୋଳୁଛନ୍ତି । ହେଲେ ପ୍ରକୃତିର ତାଣ୍ଡବ ଆଗରେ ସେ ନିଜକୁ ଅସହାୟ ମନେ କରି ଏବେ ଲୁହ ଗଡାଉଛନ୍ତି । 

ଆଜି ଆଓମା ଅଣ୍ଟା ସଳଖିବା ପାଇଁ ଅନ୍ୟ ଆଗରେ ହାତ ପତାଉଛନ୍ତି । ସହାୟତା ପାଇଲେ ଉଜୁଡିଥିବା ଗୁରୁକୁଳ ପୁଣି ସଜାଡି ହୋଇପାରିବ। ଜିଲ୍ଲା ତଥା ରାଜ୍ୟର ଗୌରବ ବଢିପାରିବ ବୋଲି କହୁଛନ୍ତି ।

 

  • Reported by:
  • JITENDRA BEURA

OTV is now on Whatsapp

Join and get latest news update delivered to you via whatsapp

Join Now