Advertisment

କାର୍‌କୁ ତ୍ରିରଙ୍ଗାରେ ରଙ୍ଗିନ୍ କରିବା ନେଇ ୨ଲକ୍ଷ ଖର୍ଚ୍ଚ କରିଦେଲେ ଯୁବକ

ସମସ୍ତେ ‘ଆଜାଦି କା ଅମୃତ ମହୋତ୍ସବ’କୁ ନିଜ ନିଜ ଢଙ୍ଗରେ ପାଳନ କରିଛନ୍ତି। ବିଶେଷକରି ଯୁବକମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖାଦେଇଛି। ଦେଶପ୍ରେମରେ ପରିପୂର୍ଣ୍ଣ ଏପରି ଜଣେ ଯୁବକ ଏବେ ସାମ୍ନାକୁ ଆସିଛନ୍ତି ଯାହାଙ୍କ ବିଷୟରେ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବେ।

author-image
Pramod Behera
ଅଦ୍ୟତନ ହୋଇଛି
Gujarat Youth Spends Rs 2 Lakh To Paint Jaguar In Indian Flag Colours

Gujarat Youth Spends Rs 2 Lakh To Paint Jaguar In Indian Flag Colours

ସାରା ଦେଶ ସ୍ୱାଧୀନତାର ରଙ୍ଗରେ ସଜାଯାଇଛି। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନ ଦେଖାଦେଇଛି। ସମସ୍ତେ ‘ଆଜାଦି କା ଅମୃତ ମହୋତ୍ସବ’କୁ ନିଜ ନିଜ ଢଙ୍ଗରେ ପାଳନ କରିଛନ୍ତି। ବିଶେଷକରି ଯୁବକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଛି।

Advertisment

ଦେଶପ୍ରେମରେ ପରିପୂର୍ଣ୍ଣ ଏପରି ଜଣେ ଯୁବକ ଏବେ ସାମ୍ନାକୁ ଆସିଛନ୍ତି ଯାହାଙ୍କ ବିଷୟରେ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବେ। ଏହି ଯୁବକଙ୍କର ନାଁ ସିଦ୍ଧାର୍ଥ ଦୋଶୀ ହୋଇଥିବା ବେଳେ ସେ ଗୁଜୁରାଟର ସୁରଟ୍‌ର ବୋଲି ଜଣାଯାଇଛି। 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନରେ ପ୍ରଭାବିତ ହୋଇ ସିଦ୍ଧାର୍ଥ ତାଙ୍କ କାର୍‌ରେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି।

ସିଦ୍ଧାର୍ଥ ତାଙ୍କ କାର୍‌ରେ ଏପରି ଦେଶଭକ୍ତିର ରଙ୍ଗ ଦେଇଛନ୍ତି ଯାହାକୁ ଦେଖି ସମସ୍ତେ ଖୁସି ହୋଇଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ସିଦ୍ଧାର୍ଥ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନରେ ସେ ପ୍ରଭାବିତ ହୋଇଛନ୍ତି। ଏହା ସହ ସେ ଏହି କାର୍‌ରେ ସୁରଟ୍‌ରୁ ଦିଲ୍ଲୀରେ ପହଞ୍ଚି ଏହି ଅଭିଯାନକୁ ଅଧିକ ଲୋକପ୍ରିୟ କରିଛନ୍ତି।

Advertisment

ସିଦ୍ଧାର୍ଥ ଗୁଜୁରାଟର ସୁରଟ୍‌ରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ୧୩୦୦ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି। ସୋସିଆଲ୍ ମିଡିଆରେ ଶେୟାର କରାଯାଇଥିବା ଏକ ଭିଡିଓରେ ଏହି ବ୍ୟକ୍ତି ସଂସଦ ନିକଟରେ ଅନ୍ୟ ଜଣେ ଯାତ୍ରୀଙ୍କ ସହ ଜାତୀୟ ପତାକା ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ଭିଡିଓ ଏବଂ ଫଟୋଗୁଡ଼ିକରେ କାର୍‌ର ବୋନେଟ୍‌ରେ 'ଆଜାଦି କା ଅମୃତ ମହୋତ୍ସବ' ଲେଖାଯାଇଥିବା ଦେଖିବାକୁ ମିଳେ।

ଏକ ଜଣାଶୁଣା ୱେବସାଇଟ୍ ସହିତ ବାର୍ତ୍ତାଳାପରେ ସିଦ୍ଧାର୍ଥ କହିଛନ୍ତି, “'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ମୁଁ ମୋ କାର୍‌ରେ ସୁରଟ୍‌ରୁ ଆସି ଦିଲ୍ଲୀରେ ପହଞ୍ଚିଛି। ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଚାହୁଁଛି।

ପ୍ରକାଶଥାଉ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଥିଲେ ଯେ 'ହର ଘର ତିରଙ୍ଗା' ଅଭିଯାନକୁ ମିଳିଥିବା ପ୍ରତିକ୍ରିୟାକୁ ନେଇ ସେ ଖୁବ ଖୁସି ଏବଂ ଗର୍ବିତ। ଏହା ସହ ସେ କହିଥିଲେ ଯେ “ବିଭିନ୍ନ ଅଞ୍ଚଳର ଲୋକମାନେ ଏହି ଅଭିଯାନରେ ରେକର୍ଡ ଅଂଶଗ୍ରହଣ କରୁଥିବା ଦେଖାଯାଉଛି।”

Har Ghar Triranga Azadi Ka Amrit Mahotsav
Advertisment
Advertisment