• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଖାଉଟିଙ୍କୁ ମହଙ୍ଗା ମାଡ଼ । ମାଛ, କଦଳୀ, ପନିର, ଲସି, ମହୁ, ଶୁଖିଲା ମଖାନା, ଶୁଖିଲା ସୋୟାବିନ୍, ମଟର, ଗହମ ଏବଂ ଅନ୍ୟାନ୍ୟ ଶସ୍ୟ ଏବଂ ମୁଢ଼ି ପରି ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବୃଦ୍ଧି ହୋଇଛି । ଏସବୁ ପ୍ରଡକ୍ଟ ଉପରେ ସରକାର ୫% ଜିଏସ୍ଟି ଲଗାଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଫଳରେ ସେମାନେ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ନିଜ ଅସନ୍ତୋଷ  ଜାହିର କରିଛନ୍ତି । ତେବେ ଆସନ୍ତୁ ଦେଖିବା ସରକାରଙ୍କ ନୂଆ ନିଷ୍ପତ୍ତି ଉପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କ’ଣ ରହିଛି ଜନମତ?

ତେବେ ଦିନକୁ ଦିନ ବଢ଼ୁଥିବା ଦରଦାମ୍‌ ଲୋକଙ୍କ ପାଇଁ ଅସହ୍ୟ ଯନ୍ତ୍ରଣା ପାଲଟିଛି । ଏହି ପରି ସ୍ଥିତି ଲାଗି ରହିଲେ ହୁଏତ ଭାରତରେ ବି ଖୁବ୍‌ ଶ୍ରୀଘ୍ର  ଶ୍ରୀଲଙ୍କା ପରିସ୍ଥିତି ଉପୁଜିପାରେ ବୋଲି ସାଧାରଣରେ ଆଶଙ୍କା କରାଯାଉଛି । ଶ୍ରୀଲଙ୍କାରେ ବଢ଼ୁଥିବା ଦରଦାମ୍‌କୁ ନେଇ ହାହାକାର ସ୍ଥିତି ଉପୁଜିଛି ।