Advertisment

ଜେସିବି ଆଗରେ ବସି ବାହା ହେବା ପାଇଁ ଗଲେ ବର

ଯେତେବେଳେ ବି ଯେଉଁଠି ବାହାଘର ହୁଏ, ସେଠି ବରର ଗାଡିକୁ ଅଧିକ ଗୁରୁତ୍ୱ ଦିଆଯାଏ। କେଉଁ ବର କେତେ ଦାମୀଗାଡି ଓ ସୁସଜ୍ଜିତ ଗାଡ଼ିରେ ଯିବ ତା ଉପରେ ଫୋକସ୍‌ ଦିଆଯାଇଥାଏ। ଏଠି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।

ଅଦ୍ୟତନ ହୋଇଛି
Groom Goes to Marry on JCB Machine

groom goes to marry on JCB Machine

Advertisment

ବାଜୁଛି ସିଂହ ବାଜା ଫୁଟୁଛି ବାଣ ଆଉ ରୋଷଣୀ। ସାଙ୍ଗରେ ବରଯାତ୍ରୀକୁ ନେଇ ସୁସଜ୍ଜିତ ଗାଡ଼ିରେ ବସି କନ୍ୟା ଘରକୁ ବାହାରିଛନ୍ତି ବର। ସବୁକିଛି ଚିରାଚରିତ ପରମ୍ପରା ଢଙ୍ଗରେ ଚାଲିଛି। ହେଲେ ବର ବସିଥିବା ଗାଡ଼ି କାର୍‌ କି ବାଇକ୍‌ ନୁହେଁ, ବରଂ ଜେସିବିରେ ଯାଉଛନ୍ତି ବର। ଗାଡିକୁ ଦେଖିଲାପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯାଉଥିବେ।

Advertisment

କାରଣ ଯେତେବେଳେ ବି ଯେଉଁଠି ବାହାଘର ହୁଏ, ସେଠି ବରର ଗାଡିକୁ ଅଧିକ ଗରୁତ୍ୱ ଦିଆଯାଏ। କେଉଁ ବର କେତେ ଦାମୀଗାଡି ଓ ସୁସଜ୍ଜିତ ଗାଡ଼ିରେ ଯିବ ତା ଉପରେ ଫୋକସ୍‌ ଦିଆଯାଇଥାଏ। ଏଠି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ବରପିଲା ବସିଥିବା ଏହି ଗାଡିଟି ମାଟି ଖୋଳା ଯାଉଥିବା ଏକ ଜେସିବି ମେସିନ। ଏ ଘଟଣା ହେଉଛି ବୌଦ୍ଧ ଜିଲ୍ଲାର।

ଅଧିକ ପଢ଼ନ୍ତୁ: ଜେସିବି ଉପରେ ବସି ବିବାହ କଲେ ଏହି ଦମ୍ପତି, ଦେଖନ୍ତୁ ଏହି ଭିଡ଼ିଓ

ଜେସିବି ମେସିନରେ ବସି ବରଯାତ୍ରୀ ସହ ବାହାରିଥିବା ବର ଜଣକ ହେଲେ ବୌଦ୍ଧ ଜିଲ୍ଲା ଛତ୍ରଙ୍ଗ ଗ୍ରାମର ଗଙ୍ଗାଧର ବେହେରା। ନୟାଗଡ଼ ଜିଲ୍ଲାର ଖଣ୍ଡପଡା ବ୍ଲକ କିଆଝର ଗ୍ରାମର ସମୀର ବେହେରାର ଏକମାତ୍ର କନ୍ୟା ସରସ୍ୱତୀଙ୍କୁ ବିବାହ ହେବାକୁ ବାହାରିଛନ୍ତି ଏହି ବର। ଗଙ୍ଗାଧର ବେହେରାଙ୍କ ସାନଭାଇ ଭଗବାନ ବେହେରା ଜଣେ ଜେସିବି ଅପରେଟର ହୋଇଥିବା ବେଳେ ତାଙ୍କ ଆଗ୍ରହକୁ ସମ୍ମାନ ଜଣାଇ ଏଭଳି ନିଆରା ଢଙ୍ଗରେ ବାହାରିଛନ୍ତି ବରଯାତ୍ରୀ। 

Advertisment

Viral Video Marriage JCB Machine Groom
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ