Advertisment

ଜେସିବି ଉପରେ ବସି ବିବାହ କଲେ ଏହି ଦମ୍ପତି, ଦେଖନ୍ତୁ ଏହି ଭିଡ଼ିଓ

ଜୀବନରେ ବିବାହ ଏକ ସୁନ୍ଦର ମୁହୂର୍ତ୍ତ। ଏହି ଦିନକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି ଦମ୍ପତି। ଏମିତିକି ବର-କନ୍ୟାଙ୍କ ପରିବାର ଲୋକକେ ଅନେକ ସାଜସଜ୍ଜା କରି ସେଲିବ୍ରେଟ କରିଥାନ୍ତି। ବେଳେ ବେଳେ ବିବାହ ଉତ୍ସବରେ ଦେଖିବାକୁ ମିଳେ କିଛି ଅଲଗା

author-image
Sarbeswar
Marriage

Marriage

ନୂଆଦିଲ୍ଲୀ: ଜୀବନରେ ବିବାହ ଏକ ସୁନ୍ଦର ମୁହୂର୍ତ୍ତ। ଏହି ଦିନକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି ଦମ୍ପତି। ଏମିତିକି ବର-କନ୍ୟାଙ୍କ ପରିବାର ଲୋକକେ ଅନେକ ସାଜସଜ୍ଜା କରି ସେଲିବ୍ରେଟ କରିଥାନ୍ତି। ବେଳେ ବେଳେ ବିବାହ ଉତ୍ସବରେ ଦେଖିବାକୁ ମିଳେ କିଛି ଅଲଗା। ଭିନ୍ନ ଅନ୍ଦାଜ୍‌ରେ ଉଭୟ ବର କନ୍ୟାଙ୍କ ଏଣ୍ଟ୍ରି ସମସ୍ତଙ୍କୁ ଚକିତ କରିଥାଏ। ଯାହାକୁ ବନ୍ଧୁବାନ୍ଧବ ଓ ସାହି ପଡିଶା ବେଶ ଉପଭୋଗ କରିଥାନ୍ତି। ଏମିତି ଏକ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା ଘଟିଛି ପାକିସ୍ତାନରେ। ଏହି ନବ ଦମ୍ପତି ଏମିତି ଏକ କାମ କରିଛନ୍ତି ଯାହାକୁ ଦେଖି ତାଜୁବ୍‌ ହୋଇ ଯାଇଛନ୍ତି ଲୋକେ। ଜୀବନର ସବୁଠାରୁ ବିଶେଷ ମୁହୂର୍ତ୍ତକୁ ଏକ ଅଲଗା ଅନ୍ଦାଜରେ ସେମାନେ ଆରମ୍ଭ କରିଛନ୍ତି। ପାକିସ୍ତାନୀ ଦମ୍ପତିଙ୍କ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି।

Advertisment

Also Read

ଭାଇରାଲ୍ ଭିଡିଓରେ ପାକିସ୍ତାନୀ ଦମ୍ପତି କୌଣସି ଘୋଡା କି ଆଲିଶାନ୍ ଗାଡ଼ିରେ ଯାଇନ ଥିଲେ। ପାଲିଙ୍କି ଓ ସବାରୀକୁ ବାଏ ବାଏ କରି ଜେସିବିରେ ଠିଆ ହୋଇ ଶୋଭାଯାତ୍ରାରେ ବାହାରିଥିଲେ। ଜେସିବିଟି ବହୁତ ସୁନ୍ଦର ଭାବେ ସଜେଇ ହୋଇଥିବା ବେଳେ ସାଙ୍ଗରେ ଥିଲେ ପରିବାର ଲୋକେ। ତେବେ ଜେସିବିରେ ବରକନ୍ୟା ବସିଥିବା ବେଳେ ଚାରିପଟେ ଉଭୟ ପରିବାରର ସଂପର୍କୀୟମାନେ ଯାଉଥିବା ଦେଖିବାକୁ ମିଳିଥିଲା। ବର-କନ୍ୟା ଦୁହେଁ ଜେସିବି ଆଗରେ ଠିଆ ହୋଇ ଯାଉଥିଲେ। ଆଉ ବାଜା ବାଣରେ କମ୍ପି ଉଠୁଥିଲା ସାରା ପରିବେଶ। ଏଭଳି ନିଆରା ଦୃଶ୍ୟଟି ପାକିସ୍ତାନର ହୁଜା ଘାଟିର ବୋଲି କୁହାଯାଉଛି।

Advertisment

ପାକ ନବ ଦମ୍ପତିଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଦୁଇ ହଜାରରୁ ଅଧିକ ଲୋକ ଏହାକୁ ଦେଖି ସାରିଥିବା ବେଳେ ଅନେକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। କିଛି ୟୁଜର୍ସ ଏହି ଭିଡିଓ ଉପରେ ମଜାଦାର୍ କମେଣ୍ଟ କରିଛନ୍ତି।

Pakistan Unique Marriage Bride & Groom Romance On JCB
Advertisment
Advertisment