• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । ହେଲେ ସର୍ଚ୍ଚ ଅପରେସନ ବେଳେ ଯବାନ ମାନେ ୩ କିଲୋ ଓଜନର ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଛନ୍ତି ।

ସୂଚନା ଅନୁସାରେ, ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । କୌଣସି ସୂତ୍ରରୁ ଖବର ପାଇଁ ସୁରକ୍ଷାକର୍ମୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ଯବାନ ମାନେ ୩ କିଲୋ ଓଜନର ଲ୍ୟାଣ୍ଡମାଇନ୍ ଠାବ କରିଥିଲେ । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଟିମ୍ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଛନ୍ତି । ଏହା ପରେ ଯବାନମାନେ ସେହି ଅଂଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍ ଜୋରଦାର କରିଛନ୍ତି ।