• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁରୀ ଏମାର ମଠର ଖନନ ସ୍ଥାନରେ ଚାଲିଛି GPR ସର୍ଭେ । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍ ଜରିଆରେ ଏହି ସର୍ଭେ କରାଯାଉଛି । ତିନୋଟି ମେସିନ୍ ବ୍ୟବହାର କରି ୫ ଜଣ ଇଂଜିନିୟର ଓ ୮ ଜଣ କର୍ମଚାରୀ ସର୍ଭେ କର୍ଯ୍ୟରେ ଲାଗିଛନ୍ତି । ପୂର୍ବରୁ ରାତି ଅଧରେ ଯେପରି ମେସିନ୍ ସହାୟତାରେ ସର୍ଭେ କରାଯାଇଥିଲା, ଏଥର ମଧ୍ୟ ସେହିଭଳି କରାଯାଇଛି । ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ଏହି ସର୍ଭେ କରାଯାଉଥିବା କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି ଅଧିକାରୀ ।

ଗାନ୍ଧୀନଗର ଆଇଆଇଟିକୁ ୪ ଦିନରେ ଏହି ସର୍ଭେ ସାରିବାକୁ ନିର୍ଦେଶ ଦିଆଯାଇଥିଲା । ଖୁବଶୀଘ୍ର ଏହିସର୍ଭେ ରିପୋର୍ଟ ଓବିସିସିକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଇଂଜିନିୟର ।

ସେପଟେ ପରିକ୍ରମା ପ୍ରକଳ୍ପ ଶୀଘ୍ର ସାରିବାକୁ ହାଇକୋର୍ଟରେ ଆବେଦନ କରାଯାଇଛି । ରାଜ୍ୟ ସରକାର ଓ ASIକୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ ହୋଇଛି । ପ୍ରକଳ୍ପ ପାଇଁ ଜମି ଯୋଗାଇଥିବା ଶ୍ରୀମନ୍ଦିରର କିଛି ମୁଖ୍ୟ ସେବାୟତଙ୍କ ପକ୍ଷରୁ ଏହି ପିଟିସନ୍ ଦାଏର କରାଯାଇଛି । ଏଥିରେ ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରାଯାଇଛି । ପିଟିସନରେ ମୁଷ୍ଟିମେୟ ଲୋକ ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏହାସହ ସେବାୟତମାନଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି ।