Advertisment

'ସରକାରୀ କର୍ମଚାରୀର ମାନ୍ୟତା ଦିଅ, ମାସକୁ ୫ହଜାର ପେନସନ୍ ଦିଅ'

ଚାକିରିରୁ ବହିଷ୍କାର ପାଇଁ ଡର ନାହିଁ କହି ରାଜ୍ୟ ସରକାରଙ୍କୁ ବି ଦେଇଛନ୍ତି ଖୋଲା ଆହ୍ୱାନ।

ଅଦ୍ୟତନ ହୋଇଛି
undefined

Anganwadi workers Strike

Advertisment

ରାଜଧାନୀ ଛାତି ଉପରୁ ଗର୍ଜନ। ସରକାରଙ୍କୁ ସିଧାସଳଖ ଚେତାବନୀ। ସରକାରୀ କର୍ମଚାରୀର ମାନ୍ୟତା, ମାସକୁ ୫ହଜାର ପେନସନ୍, ମୃତ୍ୟୁ ଘଟିଲେ ପରିବାରର ଜଣଙ୍କୁ ଚାକିରି ସହ ୫ଲକ୍ଷ କ୍ଷତିପୂରଣ ୮ଦଫା ଦାବିରେ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଗର୍ଜନ କରିଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ। ପାଖାପାଖି ୫୦ହଜାରରୁ ଅଧିକ ଅଙ୍ଗନଓ୍ୱାଡ଼ି କର୍ମଚାରୀ, ସରକାରଙ୍କ ମିଥ୍ୟା ପ୍ରତିଶୃତିର କଡା ଜବାବ ଦେଇ ବନ୍ଦ ରଖିଛନ୍ତି। ସାରା ରାଜ୍ୟର ୬୦ ହଜାରରୁ ଉର୍ଦ୍ଧ୍ୱ ଅଙ୍ଗନବାଡ଼ି କେନ୍ଦ୍ର ହକ୍ ପାଇଁ ବିଧାନସଭା ଆଗରେ ଦେଇଛନ୍ତି ଧାରଣା।

Advertisment

ଚାକିରିରୁ ବହିଷ୍କାର ପାଇଁ ଡର ନାହିଁ କହି ରାଜ୍ୟ ସରକାରଙ୍କୁ ବି ଦେଇଛନ୍ତି ଖୋଲା ଆହ୍ୱାନ। ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ସମ୍ମୁଖ ପୁରା ରାସ୍ତା ସମ୍ପୂର୍ଣ ଜାମ୍ ସୋରିଷ ପଡ଼ିବାକୁ ବି ଜାଗା ନାହିଁ। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି।

ଆନ୍ଦୋଳନକାରୀଙ୍କ ଅଭିଯୋଗ- ମମତା ଯୋଜନାରୁ ହରିଶ୍ଚନ୍ଦ୍ର ଭଳି ସରକାରଙ୍କ ଗଣ୍ଡା ଗଣ୍ଡା ଯୋଜନାକୁ ସଫଳ କରୁଛନ୍ତି ଅଙ୍ଗନଓ୍ୱାଡ଼ି କର୍ମୀ। ସେମାନଙ୍କୁ ସରକାର ଅବହେଳା କରୁଛନ୍ତି ନା ମିଳୁଛି ସଠିକ୍ ପାରିଶ୍ରମିକ ନା ସରକାରୀ ସୁବିଧା। ବର୍ଷ କାମ କରିବା ପରେ ବି ଅଙ୍ଗନବାଡ଼ିକର୍ମୀଙ୍କୁ ମିଳୁଛି ମାତ୍ର ୭, ୫୦୦ ଟଙ୍କା ମିନି ଅଙ୍ଗନଓ୍ୱାଡ଼ି କର୍ମୀ ପାଉଛନ୍ତି ମାତ୍ର ୫, ୫୦୦ ଟଙ୍କା। 

Advertisment

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି ଅଙ୍ଗନବାଡି କର୍ମୀ ମାନେ ଉଭୟ କେନ୍ଦ୍ର ଓ ରାଜ୍ୟରୁ ଅନୁଦାନ ପାଉଛନ୍ତି। ବିଚାରବିମର୍ଶ କରି ସେମାନଙ୍କ ଦାବି ଉପରେ ନିଷ୍ପତ୍ତି ନିଆଯିବ। ଗୋଟିଏ ପଟେ ଅଙ୍ଗନବାଡିକର୍ମୀଙ୍କ ଅହୋରାତ୍ର ଧାରଣା ଜିଦ୍ ତ ଅନ୍ୟପଟେ ରାଜ୍ୟ ସରକାରଙ୍କ ତାଳି ପକା ନୀତି। ଏଭଳି ସ୍ଥିତିରେ ଦାବି ପୂରଣ ଦିଗରେ ସମାଧାନର ଖିଅ କେବେ ବାହାରୁଛି ତା ଉପରେ ନଜର।

(କରଞ୍ଜିଆରୁ ଦୀପକ ମହନ୍ତ ଓ ଭୁବନେଶ୍ବରରୁ ଜଗଦୀଶ ଦାସଙ୍କ ରିପୋର୍ଟ)

Anganwadi Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ