Advertisment

ଅନ୍ଧାର ରାତିରେ ଗାଁ ବୁଲିଲେ, ରାଜ୍ୟ ସରକାରଙ୍କୁ ପୁଣି ଆଇନା ଦେଖାଇଲେ ରାଜ୍ୟପାଳ

ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ସରକାରଙ୍କ ତମାମ ଢୋଲପିଟା ଯୋଜନା ସତ୍ତ୍ୱେ ଲୋକେ ପାଣି ପାଇଁ କେମିତି ଡହଳବିକଳ ହେଉଛନ୍ତି, ତାର ଚିତ୍ର ଖୋଦ୍ ନିଜ ଆଖିରେ ଦେଖିଲେ ରାଜ୍ୟପାଳ।

author-image
Santosh Kumar Sahoo
undefined

Raghubar Das visits Sundargarh

ରାତିର ଅନ୍ଧାରରେ ଗାଁ ବୁଲି ସମସ୍ୟା ବୁଝିଲେ। ପୁଣି ପ୍ରଶାସନକୁ ଆଇନା ଦେଖାଇଲେ ରାଜ୍ୟପାଳ। ଖୋଲିଗଲା ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ୍ ! ଗତ ୧୧ ତାରିଖର ସଂଧ୍ୟା ସମୟରେ ସୁନ୍ଦରଗଡ଼ ଗସ୍ତରେ ଯିବା ବେଳେ ରାସ୍ତା ଉପରେ ରାଜ୍ୟପାଳ ରଘୁବର ଦାସଙ୍କୁ ଅଟକାଇଥିଲେ ମହିଳା। ଆଉ ବର୍ଷାଧିକ କାଳ ଭୋଗି ଚାଲିଥିବା ପାଣି ସମସ୍ୟା କଥା ମହିଳାଙ୍କଠୁ ଶୁଣି ସାଥେ ସାଥେ ଚାଲି ଚାଲି ଯାଇ ସେମାନେ ଯେଉଁ ପୋଖରୀରୁ ପାଣି ପିଉଛନ୍ତି ତାକୁ ନିଜ ଆଖିରେ ଦେଖିଥିଲେ, ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟପାଳ।

Advertisment

ଦିନର ଆଲୁଅରେ ସନ୍ଦୁରଗଡ଼ ସଦର ମହକୁମାଠୁ ମାତ୍ର ୭ କିଲୋମିଟର ଦୂର ଜବରଦସ୍ତ ପଡ଼ାର ସେଇ ହତଭାଗ୍ୟ ମଣିଷମାନଙ୍କର ଜଳ ଜଳ ଦିଶୁଥିବା ଜଳ ଦୁର୍ଦ୍ଦଶାର ଚିତ୍ର। ଗାଁରେ ୨୫୦ରୁ ଅଧିକ ପରିବାର । ଆଉ ଆଜି କା ଦିନରେ ଶୁଖି ଶୁଖି ଆସୁଥିବା ଏଇ ପୋଖରୀ ଉପରେ ନିର୍ଭର କରୁଛି ଗାଁଟା ଯାକର ଶୋଷ। କାରଣ ଗାଁରେ ବସୁଧା ଯୋଜନାରେ ସୌରପମ୍ପ ଜରିଆରେ ସରକାର ବାହାଦୁର ପାଇପ ପାଣିର ବ୍ୟବସ୍ଥା ତ କରିଛନ୍ତି। ହେଲେ ବର୍ଷାଧିକ କାଳ ହେବ ତାହା ପ୍ରାୟତଃ ଅଚଳ। ଦୁଇଟା ନଳକୂଅରୁ କୋଉ ଗୋଟିକ ବି ଠିକ୍ ନାହିଁ।ଲୋକ ପ୍ରତିନିଧି, ପ୍ରଶାସନ ସମସ୍ତଙ୍କୁ କହି କହି ଥକି ଗଲେ ବି କିଛି ସୁଫଳ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ଏଇ ରାସ୍ତାରେ ରାଜ୍ୟପାଳ ଆସୁଥିବା ଜାଣି ଏଇମିତି ଦୃଷ୍ଟି ଆକର୍ଷଣ କରିବାର ଉଦ୍ୟମ କରିଥିଲେ ମହିଳା।

ଲୋକଙ୍କ ସମସ୍ୟାକୁ ନିଜ ଆଖିରେ ଦେଖିବା ପରେ ତତ୍କାଳ, ସୋସିଆଲ୍ ମିଡିଆ ଏକ୍ସରେ ଭିଡିଓ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ ଆଇନା ଦେଖାଇଥିଲେ ରାଜ୍ୟପାଳ। କେନ୍ଦ୍ର ସରକାରଙ୍କ ଜଳଜୀବନ ମିଶନ୍ ଭଳି ଯୋଜନା ଥିବା ସତ୍ତ୍ୱେ ବରଦାସ୍ତ ପଡ଼ା ବାସିନ୍ଦା ଜଳକଷ୍ଟରେ ରହିବାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଜିଲ୍ଲା ଅଧିକାରୀ ତୁରନ୍ତ ସମସ୍ୟାର ସମାଧାନ ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବା ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ ରାଜ୍ୟପାଳ। ଏହାପରେ ଚେତା ପଶିବାରୁ ସ୍ଥାନୀୟ ବିଡିଓ ସମସ୍ୟାକୁ ସ୍ୱୀକାର କରିବା ସହ ଖୁବ୍ ଶୀଘ୍ର ଅଚଳ ସୋଲାରପମ୍ପ୍ ମରାମତି କରାଯିବ ବୋଲି କହିଛନ୍ତି। ହେଲେ ତୁରନ୍ତ ପାଣି ସମସ୍ୟାର ସମାଧାନ ନ ହେଲେ ଆଗକୁ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗାଁ ଲୋକେ।

Advertisment

କେବଳ ଏଇ ଗୋଟିଏ ଘଟଣା ନୁହେଁ, ବିଭିନ୍ନ ଜିଲ୍ଲା ଗସ୍ତରେ ଯିବା ବେଳେ, ସାଧାରଣ ଜନତା ଧନ୍ଦି ହେଉଥିବା ଏମିତି ଅନେକ ସମସ୍ୟା ସହ ପ୍ରତ୍ୟକ୍ଷ ହୋଇ ଆଇନା ଦେଖାଇ ଚାଲିଛନ୍ତି ରାଜ୍ୟପାଳ। ଏପରିକି ନିକଟରେ ବାଲେଶ୍ୱର ନୀଳଗିରି ବ୍ଲକ ମର୍ଦ୍ଦରାଜପୁରର ଜଣେ ଦୃଷ୍ଟିଶକ୍ତି ବାଧିତ ବୃଦ୍ଧାଙ୍କ ପଲିଥିନ ଟଣା ଚାଳିଆକୁ ଯାଇ କାହିଁକି ତାଙ୍କୁ ଏପର୍ଯ୍ୟନ୍ତ ପକ୍କା ଘରଟିଏ ମିଳିନାହିଁ ବୋଲି ଜିଲ୍ଲାପାଳଙ୍କୁ ସମସ୍ତଙ୍କ ସାମ୍ନାରେ ରାଜ୍ୟପାଳ ତାଗିଦ୍ କରିଥିଲେ।

Odisha Governor Raghubar Das
Advertisment
Advertisment