Advertisment

ରାଜ୍ୟପାଳଙ୍କ ମହାନତା: ସିଂହାସନ ଛାଡ଼ି ଛୋଟ ଚୌକିରେ ବସିଲେ

ତାଙ୍କର ପ୍ରତିଟି କଥା ଅନ୍ୟକୁ ପ୍ରେରଣା ଦେଇଥାଏ।

ଅଦ୍ୟତନ ହୋଇଛି
Governor Prof Ganeshi lal exhibits humility

Governor Prof Ganeshi lal exhibits humility

Advertisment

ବଡ଼ ପଦବୀରେ ରହିଗଲେ ବ୍ୟକ୍ତିର ଜୀବନଶୈଳୀ ସତେ ଯେପରି ପରିବର୍ତ୍ତନ ଆସିଥାଏ। ଛୋଟ-ବଡ଼, ଧନୀ-ଗରିବ ଫରକ ସେହି ବ୍ୟକ୍ତିର ସମ୍ମୁଖକୁ ଚାଲିଆସେ। ହେଲେ ବଡ଼ ପଦବୀରେ ରହି ଛୋଟ-ବଡ଼ର ଫରକ୍‌ କିଛି ନଦେଖି ସମସ୍ତଙ୍କୁ ସମାନ ଦେଖୁଥିବା ମଣିଷଟି ବାସ୍ତବରେ ମହାନ। କାହିଁକିନା ନିଜ ନିଜର କର୍ତ୍ତବ୍ୟ ସମୟରେ ସମସ୍ତେ ସମାନ। ସେହିପରି ଏକ ମହାନତା ଦେଖାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

Advertisment

ଭିଆଇପି କଲଚର ଠାରୁ ବହୁତ ଦୂରରେ ରାଜ୍ୟପାଳ। ରାଜ୍ୟପାଳ ଗଣେଶୀ ଲାଲ୍‌, ଜଣେ ଜ୍ଞାନୀ, ଧାର୍ମିକ ବ୍ୟକ୍ତି ଭାବରେ ବେଶ ଜଣାଶୁଣା। ସେ ଅନେକ ସାମାଜିକ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି। ହେଲେ ଏତେ ବଡ଼ ପଦବୀରେ ଥାଇ ମଧ୍ୟ ତାଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ସାଧାରଣ। ତାଙ୍କର ପ୍ରତିଟି କଥା ଅନ୍ୟକୁ ପ୍ରେରଣା ଦେଇଥାଏ।

ମହାମହିମ ଗଣେଶୀ ଲାଲ(ବିଧାୟକ ନରସିଂହ ମିଶ୍ର ଓ ଜିଲ୍ଲାପାଳଙ୍କ ସହିତ ମହାମହିମ ଗଣେଶୀ ଲାଲ)

ଏହାର ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଲ' କଲେଜରେ। ବଲାଙ୍ଗିର ଗସ୍ତରେ ଆଜି ଯାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ। ଆଜି ଲ କଲେଜରେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ପ୍ରଫେସର ଗଣେଶୀ ଲାଲ। ସଭାରେ ରାଜ୍ୟପାଳଙ୍କ ସହିତ ବିଧାୟକ ନରସିଂହ ମିଶ୍ର ଏବଂ ବଲାଙ୍ଗିର ଜିଲ୍ଲାପାଳ ଥିଲେ।

Advertisment
ମହାମହିମ ଗଣେଶୀ ଲାଲ(ସାଧାରଣ ଚୌକିରେ ବସିଛନ୍ତି ମହାମହିମ)

ରାଜ୍ୟପାଳଙ୍କ ବସିବା ପାଇଁ ଏକ ବଡ ସିଂହାସନ ରଖାଯାଇଥିଲା କିନ୍ତୁ ସେଥିରେ ବସିବା ପାଇଁ ମନାକରିଥିଲେ ରାଜ୍ୟପାଳ। ସେ ଏକ ସାଧାରଣ ଚୌକିରେ ବସିଥିଲେ। ପରେ ସିଂହାସନକୁ ଅନ୍ୟ ଏକ ପାର୍ଶ୍ୱରେ ରଖିଦିଆଯାଇଥିଲା। ଜିଲ୍ଲାପାଳ ଓ ବିଧାୟକଙ୍କ ଠାରୁ ମଧ୍ୟ ଛୋଟ ଚୌକିରେ ବସିଥିଲେ ରାଜ୍ୟପାଳ। ତାଙ୍କର ଏପରି ମହାନତା ସବୁରି ମହଲରେ ପ୍ରଶଂସିତ ହୋଇଥିଲା।

Prof Ganeshi Lal Odisha Governor Ganeshi Lal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ