Gold Mines Found In Three Districts Of Odisha
ଓଡ଼ିଶାରେ ରହିଛି ସୁନା ଖଣି। ଗୋଟିଏ କିମ୍ବା ଦୁଇଟି ନୁହେଁ ୩ଟି ଜିଲ୍ଲାରେ ସୁନା ପଥର ଖଣିର ସନ୍ଧାନ ମିଳିଛି। ବିଧାନସଭାରେ ଏନେଇ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। କେନ୍ଦୁଝର, ଦେବଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବା ସୂଚନା ମିଳିଛି।
ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା(GSI) ଏସବୁ ସୁନା ଖଣିର ସନ୍ଧାନ ପାଇଛି। କେନ୍ଦୁଝର ଜିଲ୍ଲାର ଗୋପୁର, ଗାତିପୁର, କୁଶକଳା, ଡିମିରିମୁଣ୍ଡା ଭଳି ଏକାଧିକ ଅଞ୍ଚଳରେ ସୁନା ଖଣିର ସନ୍ଧାନ ପାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡ଼ା, ରୁଆଁସିଳ, ଧୁସୁରା ପାହାଡ଼ରେ ସୁନା ରହିଛିା
ଦେବଗଡ଼ର ଅଡାସ ଅଞ୍ଚଳରେ ସୁନା ଖଣି ଥିବା ବିଧାନସଭାରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ଗୃହରେ ଖଣି ମନ୍ତ୍ରୀଙ୍କ ସୂଚନା ପରେ ଏବେ ନୂଆ ଆଶା ସଞ୍ଚାର ହୋଇଛି। ପୂର୍ବରୁ କେନ୍ଦୁଝରରେ ସୁନା ଖଣି ଥିବା ନେଇ ଜଣାପଡ଼ିଥିଲା। ଏହାପରେ ସର୍ଭେ କାମ ବି ଆରମ୍ଭ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1677488418.jpg)