Advertisment

ବିବାହ ପ୍ରସ୍ତାବ ନ ଦେବାରୁ କେସ୍ କଲେ ଯୁବତୀ

କୁହାଯାଏ ପ୍ରକୃତ ପ୍ରେମ ହିଁ ସଂପର୍କକୁ ମଜବୁତ କରିଥାଏ। ଯେତେ ବାଧା ବିଘ୍ନ ଆସିଲେ ବି ପ୍ରେମୀ ଯୋଡିଙ୍କ ମଧ୍ୟରେ ଟିକେ ବି ଫାଟ ସୃଷ୍ଟି ହୁଏ ନାହିଁ। ପ୍ରେମ ହିଁ ସେମାନଙ୍କ ମଧ୍ୟରେ ବିଶ୍ୱାସ ହୋଇ ଠିଆ ହୁଏ ଆଉ ଶକ୍ତି ଯୋଗାଏ। କିନ୍ତୁ ଆଜିକାଳି ଯେତେ ଶୀଘ୍ର ପ୍ରେମ ହେଉଛି ସେତେ ଶୀଘ୍ର ବିଚ୍ଛେଦ ବି ହେଉଛି। ଅଧିକାଂଶ ପ୍ରେମ ବିଚ୍ଛେଦ ପଛରେ ମାମୁଲି କାରଣଟିଏ ଥିବା ଦେଖାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Girl sues her boyfriend for not proposing

Girl sues her boyfriend for not proposing

କୁହାଯାଏ ପ୍ରକୃତ ପ୍ରେମ ହିଁ ସଂପର୍କକୁ ମଜବୁତ କରିଥାଏ। ଯେତେ ବାଧା ବିଘ୍ନ ଆସିଲେ ବି ପ୍ରେମୀ ଯୋଡିଙ୍କ ମଧ୍ୟରେ ଟିକେ ବି ଫାଟ ସୃଷ୍ଟି ହୁଏ ନାହିଁ। ପ୍ରେମ ହିଁ ସେମାନଙ୍କ ମଧ୍ୟରେ ବିଶ୍ୱାସ ହୋଇ ଠିଆ ହୁଏ ଆଉ ଶକ୍ତି ଯୋଗାଏ। କିନ୍ତୁ ଆଜିକାଳି ଯେତେ ଶୀଘ୍ର ପ୍ରେମ ହେଉଛି ସେତେ ଶୀଘ୍ର ବିଚ୍ଛେଦ ବି ହେଉଛି। ଅଧିକାଂଶ ପ୍ରେମ ବିଚ୍ଛେଦ ପଛରେ ମାମୁଲି କାରଣଟିଏ ଥିବା ଦେଖାଯାଏ।

Advertisment

ଏବେ ସାମ୍ନାକୁ ଆସୁଛି ଯେ ଦୀର୍ଘ ୮ ବର୍ଷ ଧରି ଜଣେ ପୁଅ ସହ ସଂପର୍କରେ ରହିବା ପରେ ମଧ୍ୟ ଯେତେବେଳେ ପ୍ରେମିକ ତରଫରୁ କୌଣସି ପ୍ରସ୍ତାବ ନ ଆସିଲା ଝିଅଟି ଏକ ମାମଲା ରୁଜୁ କରିଛି। ଶୁଣିବାକୁ ଏହା ଅଜବ ଲାଗୁଥିଲେ ବି ଏହା ପୂରା ସତ। ଏବେ ଏହି ଯୁବତୀ ଜଣକ ସୋସିଆଲ୍ ମିଡିଆରେ କାନ୍ଦି କାନ୍ଦି ଏ କଥା କହୁଥିବା ଦେଖାଯାଏ। ଝିଅଟିର କହିବା କଥା ଯେ ତାଙ୍କ ପ୍ରେମିକ ତାଙ୍କୁ ନେଇ ଜମାରୁ ବି ସିରିୟସ ନ ଥିଲା।

Advertisment

ଏହି ଅଜବ ଘଟଣାଟି ଜାମ୍ବିଆରେ ହୋଇଛି। ଏଠାକାର ୨୬ ବର୍ଷୀୟ ଗେଟ୍ରୁଡ୍ ନଗୋମାଙ୍କୁ ତାଙ୍କ ପ୍ରେମିକ ବିବାହ ପ୍ରସ୍ତାବ ନ ଦେବାରୁ ତାଙ୍କୁ ଏତେ ବାଧିଲା ଯେ ସେ କୋର୍ଟ ପର୍ଯ୍ୟନ୍ତ ଚାଲିଗଲେ। ଗେଟ୍ରୁଡ୍ ନଗୋମା ୨୮ ବର୍ଷର ହର୍ବଟ୍ ସାଲାଲିକୀ ନାମକ ଜଣେ ଯୁବକଙ୍କ ସହିତ ନିଜ ସଂପର୍କକୁ ନେଇ ଖୁବ୍ ସିରିୟସ୍‌ ଥିଲେ। ସେ ତାଙ୍କୁ ପାଇବାକୁ ଚାହୁଁଥିଲେ। ହର୍ବଟ୍ ସାଲାଲିକୀଙ୍କ ଠାରୁ ଗେଟ୍ରୁଡ୍ ନଗୋମାଙ୍କ ଏକ ପିଲା ମଧ୍ୟ ଅଛି।

ଗେଟ୍ରୁଡ୍ ନଗୋମା କହିଛନ୍ତି ଯେ ଦୀର୍ଘ ୮ ବର୍ଷ ହେବ ସେ ଅପେକ୍ଷା କରିଛନ୍ତି ଯେ କେଉଁଦିନ ହର୍ବଟ୍ ମୁଦି ନେଇ ଆସିବେ ଓ ତାଙ୍କୁ ବିହାହ ପ୍ରସ୍ତାବ ଦେବେ। କିନ୍ତୁ ଯେତେବେଳେ ହର୍ବଟ୍ ଏଭଳି କିଛି କରିଲେ ନାହିଁ ନଗୋମାଙ୍କ ରାଗ ପଞ୍ଚମକୁ ଚାଲିଗଲା। ସେ ତାଙ୍କୁ ପାନେ ଦେବା ନେଇ ତାଙ୍କ ନାମରେ ମାମଲା ରୁଜୁ କରିଦେଲେ। ନଗୋମା କହିଛନ୍ତି ଯେ ତାଙ୍କ ପ୍ରେମିକ ତାଙ୍କର ଅନେକ ମୂଲ୍ୟବାନ ସମୟକୁ ନଷ୍ଟ କରିଛନ୍ତି।

Girl sues her boyfriend for not proposingପ୍ରତୀକାତ୍ମକ ଚିତ୍ର

କୋର୍ଟରେ ଯୁକ୍ତି ବାଢି ନଗୋମା କହିଛନ୍ତି ଯେ ହର୍ବଟ୍ ତାଙ୍କ ପିଲାକୁ ନେଇ ଟିକିଏ ବି ସିରିୟସ୍‌ ନୁହନ୍ତି। ଏହାଛଡା ୮ ବର୍ଷର ଦୀର୍ଘ ସଂପର୍କ ପରେ ବି ହର୍ବଟ୍ ତାଙ୍କ ପାଇଁ ବିବାହ ମୁଦି କିଣି ଦେଇ ନାହାନ୍ତି। ଏହି କାରଣରୁ ହର୍ବଟ୍‌ଙ୍କ ସହିତ ଭବିଷ୍ୟତକୁ ନେଇ ସୁରକ୍ଷିତ ନୁହନ୍ତି ବୋଲି ନଗୋମା କହିଛନ୍ତି।

ତେବେ ଏହି ମାମଲା ପରେ ହର୍ବଟ୍ ମଧ୍ୟ ନିଜକୁ ବଞ୍ଚେଇବା ନେଇ କୋର୍ଟରେ ସଫେଇ ଦେଇଛନ୍ତି। ହର୍ବଟ୍‌ ପ୍ରମାଣ ଦେଇ କହିଛନ୍ତି ଯେ ସେ ବର୍ତ୍ତମାନ ଆର୍ଥିକ ସ୍ଥିତିରେ ଦୁର୍ବଳ ଅଛନ୍ତି। ଏହି କାରଣରୁ ସେ ନଗୋମାଙ୍କୁ ବିବାହ କରି ପାରୁ ନାହାନ୍ତି। କିନ୍ତୁ ସେ ତାଙ୍କ ସଂପର୍କକୁ ନେଇ ସିରିୟସ୍ ବୋଲି କହିଛନ୍ତି। ଉଭୟଙ୍କ ବୟାନ ଶୁଣିଲା ପରେ କୋର୍ଟ ଉଭୟଙ୍କୁ ବୁଝେଇବା ନେଇ ଚେଷ୍ଟା କରିଛନ୍ତି।

Love And Separate
Advertisment
Advertisment