Girl Student Death In Odisha’s Balasore: Mother Alleges Murder By Hostel Roommates
ବାଲେଶ୍ୱର ଘରୋଇ ଆବାସିକ କଲେଜ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଲା ନୂଆ ମୋଡ଼ । ଘଟଣାରେ ପୋଲିସ ବାଲେଶ୍ୱଲ ସଦର ପୋଲିସର ଏକ ଟିମ୍ ସମ୍ପୃକ୍ତ କଲେଜର ହଷ୍ଟେଲକୁ ଯାଇ ତନାଘନା କରିଛି । କେମିତି ଛାତ୍ରୀ ଜଣକ ଛାତରୁ ଖସି ପଡିଲେ, ତାଙ୍କୁ କିଏ ଠେଲି ଦେଲା ନା ସେ ନିଜେ ଡେଇଁ ପଡିଥିଲେ, ତାର ଯାଞ୍ଚ କରୁଛି ପୋଲିସ । ହଷ୍ଟେଲରେ ଥିବା କର୍ମଚାରୀ ଓ ସହପାଠୀଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି ।
ଗତକାଲି ମୟୁରଭଞ୍ଜ ବଡସାହି ଅଞ୍ଚଳର ଏକ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଛାତରୁ ଖସି ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା । ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ଛାତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି ।
କେବଳ ଏତିକି ନୁହେଁ କିଛି ସହପାଠୀ ଓ ହଷ୍ଟେଲର କର୍ମଚାରୀ ତାଙ୍କ ବିରୋଧରେ ଚୋରି ଅଭିଯୋଗ ଆଣି ନିର୍ଯାତନା ଦେଇଥିବା ସେ ନିଜ ବାପାଙ୍କୁ ଫୋନ୍ରେ କହିଥିଲେ । ତେଣୁ ଦୁଇ ଶହ ଟଙ୍କା ଚୋରି ଅଭିଯୋଗରେ ତାଙ୍କ ଝିଅକୁ ନିର୍ଯାତନା ଦେଇ ମାରି ଦିଆଯାଇଛି ବୋଲି ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ।
ତେବେ ଗୋଟିଏ ପଟେ ଛାତରୁ ଖସି ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟପଟେ ଝିଅର ହତ୍ୟା ଅଭିଯୋଗ ଆଣିଛନ୍ତି ମାଆ । ତେଣୁ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)