Advertisment

୧୬ ବର୍ଷରେ ପ୍ରଥମ ଥର ପାଇଁ ମହିଳା ଖାଇଲେ ପୂର୍ଣ୍ଣ ଖାଦ୍ୟ

ପିଲାଟି ଦିନରୁ ଖାଦ୍ୟ ପ୍ରତି ଥିଲା ଭୟ। କେବଳ ରୁଟି ଆଉ ପନିର ସାଣ୍ଡୱିଚ୍ ଖାଇ ବଞ୍ଚୁଥିଲେ। ପ୍ରଥମ ଥର ପାଇଁ ୧୬ ବର୍ଷରେ ବାଳିକା ଖାଇଲେ ସଂପୂର୍ଣ୍ଣ ଖାଦ୍ୟ।

author-image
Pramod Behera
ଅଦ୍ୟତନ ହୋଇଛି
Girl only had bread and cheese spread for 16 years

Girl only had bread and cheese spread for 16 years

ସାଧାରଣ ଜୀବନରେ ଓଜନ ବଢିବା ବା କମିବା ଏକ ସମସ୍ୟା ହୋଇପାରେ, କିନ୍ତୁ ଏନେଇ ଜଣେ ଖାଦ୍ୟ ଖାଇ ପାରିବ ନାହିଁ, ଏହା କିପରି ହୋଇପାରେ? ବ୍ରିଟେନ୍‌ରେ ରହୁଥିବା ଜଣେ ୧୬ ବର୍ଷର ବାଳିକା କ୍ଷେତ୍ରରେ ଏପରି ଏକ ଅଜବ ରୋଗ ଦେଖାଯାଇଛି, ଯେଉଁ କାରଣରୁ ସେ ଗତ ୧୬ ବର୍ଷ ମଧ୍ୟରେ କେବେବି ଖାଦ୍ୟ ଖାଇ ନାହାଁନ୍ତି। ଗ୍ରେସି ରୋଡ୍ଡ ନାମକ ଏହି ଝିଅଟି ୧୮ ମାସ ଅର୍ଥାତ୍ ପ୍ରାୟ ଦେଢ ବର୍ଷ ବୟସରୁ ଏହି ରୋଗରେ ଆକ୍ରାନ୍ତ, ଏହି କାରଣରୁ ସେ ଖାଦ୍ୟ ଖାଇ ପାରୁ ନାହାନ୍ତି।

Advertisment

ପିଲାଟି ଦିନରୁ ହିଁ ଗ୍ରେସି ରୋଡ୍ଡଙ୍କର ଏହି ସମସ୍ୟା ଥିଲା ଯେ ସେ ଖାଦ୍ୟ ଦେଖିବା ମାତ୍ରେ ଭୟ କରୁଥିଲେ। ସେ ତାଙ୍କ ଜୀବନ ସାରା ହିଁ ରୁଟି ଏବଂ ପନିର ସ୍ୟାଣ୍ଡୱିଚରେ ବିତାଇ ବିତାଇଛନ୍ତି। ଏପରିଙ୍କ ଘରେ କୌଣସି ବିଶେଷ ଉତ୍ସବ ହେଲେ ବି ଗ୍ରେସିଙ୍କ ମେନୁରେ କେବଳ ପନିର ଏବଂ ରୁଟି ରହିଥାଏ। ସେ ଅଧିକରୁ ଅଧିକ ମାଇକ୍ରୋୱେଭ୍ ଚିପ୍ସ ଖାଉଥିଲେ। ଏହାଠାରୁ ଅଧିକ କିଛି ଖାଇବାକୁ ସେ କେବେ ଇଚ୍ଛା କରି ନାହାନ୍ତି।

ତେବେ ଏହା ନିହାତି ଆଶ୍ଚର୍ଯ୍ୟର କଥା ଯେ ଗ୍ରେସି ଚଳିତ ବର୍ଷ ଖ୍ରୀଷ୍ଟମାସରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଭୋଜନ କରିଛନ୍ତି। ପ୍ରତିବର୍ଷ ସେ ସାଧାରଣ ରୁଟି, ପନିର ସାଣ୍ଡୱିଚ୍ ଏବଂ ମାଇକ୍ରୋୱେଭ୍ ଚିପ୍ସ ଖାଉଥିଲେ, କିନ୍ତୁ ଏଥର ସେ ପାରମ୍ପରିକ ରାତ୍ରୀ ଭୋଜନ ଭାବରେ ଚିକେନ୍, ପୁଡିଙ୍ଗ୍, ରୋଷ୍ଟିଜ୍ ଆଉ ଗାଜର ଖାଇଛନ୍ତି। ଗ୍ରେସୀଙ୍କ ମା’ କହିଛନ୍ତି ଯେ ତାଙ୍କ ଝିଅ ଏଥର ଉତ୍ସବର ଏକ ଅଂଶ ହେବା ତାଙ୍କ ପାଇଁ ଏକ ବଡ଼ ଅନୁଭୂତି ଥିଲା। ପଶ୍ଚିମ ୟର୍କସରୁ ଆସିଥିବା ଗ୍ରେସି, ଡିହାଇଡ୍ରେସନ୍ ହେତୁ ଦେଢ ବର୍ଷ ବୟସରେ ଡାକ୍ତରଖାନାରେ ଭର୍ତ୍ତି ହେବା ଦିନଠାରୁ ତାଙ୍କର ଖାଦ୍ୟ ପ୍ରତି ଭୟ ଥିଲା।

Advertisment

୧୮ ମାସ ବୟସରେ, ଡିହାଇଡ୍ରେସନ୍ ହେତୁ ତାଙ୍କୁ ଅନେକ ଦିନ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରିବାକୁ ପଡିଥିଲା। ଗ୍ରେସିଙ୍କ ମା’ ଜୁଲି କୁହନ୍ତି ଯେ ସେବେଠାରୁ ତାଙ୍କ ଝିଅ କିଛି ଖାଇ ପାରୁ ନାହାନ୍ତି। ତାଙ୍କର ଖାଇବା ପଦ୍ଧତି ବଦଳି ଯାଇଥିଲା। ଯଦି ତାଙ୍କୁ ପନିର ସ୍ପ୍ରେଡ୍ ସ୍ୟାଣ୍ଡ୍‌ୱିଚ୍ ବ୍ୟତୀତ ଅନ୍ୟ କିଛି ଦିଆଯାଏ, ତେବେ ସେ ଆତଙ୍କିତ ହୋଇପଡୁଥିଲେ। ବେଳେବେଳେ ସେ କିଛି ଚିପ୍ସ ଖାଉଥିଲେ, କିନ୍ତୁ ଅନ୍ୟ କିଛି ଖାଇ ପାରୁ ନଥିଲେ। ମନୋବିଜ୍ଞାନୀଙ୍କ ସହିତ ପରାମର୍ଶ କରିବା ପରେ ଗ୍ରେସି ପିଜା ଓ ଫଳ ଖାଇବାକୁ ଇଛା କରିଥିଲେ।

Ajab Gajab
Advertisment
Advertisment