/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640010131.jpg)
Girl married with 25 year older man
ବିବାହରେ, ପୁଅ ଓ ଝିଅ ମଧ୍ୟରେ ୫-୬ ବର୍ଷର ପାର୍ଥକ୍ୟ ଏକ ବଡ଼ କଥା ନୁହେଁ। କିନ୍ତୁ ଯଦି ଏହା ୨୦-୨୫ ବର୍ଷ ହୋଇଯାଏ ତେବେ ଯୋଡି ବାସ୍ତବରେ ଅସଙ୍ଗତ ମନେହୁଏ। ବର୍ତ୍ତମାନ ଏମିତି ଜଣେ ଯୁବତୀ ଯାହାଙ୍କୁ ବିବାହ କରିଛନ୍ତି ସେ ତାଙ୍କ ଠାରୁ ଦୁଇ ଗୁଣାରୁ ଅଧିକ ବୟସ ବଡ।
ନ୍ୟୁଜିଲ୍ୟାଣ୍ଡର ରୋଜାନା ଇଙ୍କ୍ପେନ୍ଙ୍କ ବୟସ ୨୦ ବର୍ଷ ହୋଇଥିବା ବେଳେ ସେ ଅକଲାଣ୍ଡରୁ ରହୁଥିବା ସ୍କଟ୍ଙ୍କୁ ବିବାହ କରିଛନ୍ତି, ଯାହାଙ୍କ ବୟସ ୪୬। ସେ ଦୁଇ ବର୍ଷ ପୂର୍ବେ ସ୍କଟଙ୍କୁ ଭେଟିଥିଲେ ଏବଂ ପ୍ରଥମ ଦେଖାରେ ହିଁ ପ୍ରେମରେ ପଡିଯାଇଥିଲେ ଆଉ ତାଙ୍କୁ ବିବାହ କରିବାକୁ ଚାହିଁଥିଲେ।
ରୋଜାନା ଇଙ୍କ୍ପେନ୍ଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ତାଙ୍କ ତାଙ୍କ ସ୍ୱାମୀ ସ୍କଟଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ୨୫ ବର୍ଷର ବୟସ ବ୍ୟବଧାନ ସତ୍ତ୍ୱେ ସେମାନେ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ।
ସେହି ସମୟରେ ସ୍କଟ୍ ଅଷ୍ଟ୍ରେଲିଆରେ ଜଣେ ଇସ୍ପାତ କର୍ମୀ ଥିଲେ ଏବଂ ଛୁଟିରେ ନ୍ୟୁଜିଲ୍ୟାଣ୍ଡ ଆସିଥିଲେ। ଏହି ଦମ୍ପତି ସେମାନଙ୍କର ସାକ୍ଷାତ ହେବାର କିଛି ମାସ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟ ରୋଜାନା ଓ ସ୍କଟ୍ ସେମାନଙ୍କର ସଂପର୍କରେ ବୟସକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ।
ପତି ସ୍କଟଙ୍କ ସହ ରୋଜାନା ରୋଜାନା କହିଛନ୍ତି ଯେ ଯେତେବେଳେ ସେ ସ୍କଟ୍ଙ୍କୁ ଭେଟିଥିଲେ ସେତେବେଳେ ତାଙ୍କୁ ପୂରା ସହରରେ ତାଙ୍କ ଚର୍ଚ୍ଚା ଥିଲା। ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଚାହୁଁଥିଲେ। ଏହାରି ଭିତରେ ସେମାନଙ୍କର କଥାବାର୍ତ୍ତା ଆରମ୍ଭ ହେଲା ଏବଂ ସେ ତାଙ୍କୁ ଭେଟିବା ପାଇଁ ଅଷ୍ଟ୍ରେଲିଆ ଗଲେ। ଏହା ସେମାନଙ୍କର ପ୍ରେମର ଆରମ୍ଭ ଥିଲା। ସେ କହିଛନ୍ତି ଯେ ଅନେକ ଲୋକ ତାଙ୍କୁ କହିଥିଲେ ଯେ ଏସବୁ ଯେତେ ଶୀଘ୍ର ହେଇଯାଉଛି ତାହା ବେଶି ଦିନ ରହିବ ନାହିଁ। ଯେହେତୁ ସେମାନଙ୍କ ପରସ୍ପର ଉପରେ ବିଶ୍ୱାସ ଥିଲା ତେଣୁ ସେମାନେ ନିଶ୍ଚିତ ଥିଲେ ଯେ ସେମାନଙ୍କର ସମ୍ପର୍କ ଦୀର୍ଘସ୍ଥାୟୀ ହେବ।
ବୟସରେ ୨୫ ବର୍ଷର ବ୍ୟବଧାନ ପରେ ମଧ୍ୟ ସେମାନଙ୍କର ସମ୍ପର୍କ ଆଗକୁ ବଢିଲା। ପରେ ସ୍କଟ-ରୋଜାନା ବିବାହ କଲେ। ଏହା ପରେ ବି ଲୋକେ କହିବା ଛାଡି ନ ଥିଲେ। ସେମାନେ କହିଥିଲେ ଯେ ରୋସାନା କେବଳ ଟଙ୍କା ପାଇଁ ସ୍କଟ୍ଙ୍କୁ ବିବାହ କରୁଛନ୍ତି। ତାଙ୍କ ସ୍ୱାମୀ ତାଙ୍କ ବାପାର ବୟସର ଥିବାରୁ ତାଙ୍କର ଅନେକ ବନ୍ଧୁ ତାଙ୍କଠାରୁ ଦୂରେଇ ଯାଇଥିଲେ। ରୋଜାନା କହିଛନ୍ତି ଯେ ଅଧିକାଂଶ ଲୋକ ସେମାନଙ୍କୁ ସ୍ୱାମୀ-ସ୍ତ୍ରୀ ନୁହେଁ ବରଂ ବାପ-ଝିଅ ବୋଲି ଭାବୁଥିଲେ। ତାଙ୍କୁ ଯେତେବେ ଲୋକଙ୍କ ଟାହିଟାପରାର ସମ୍ମୁଖିବ ହେବାକୁ ପଡିଲେ ବି ସେ ସେସବୁକୁ ଅଣଦେଖା କରି ନିଜ ସ୍ୱାମୀଙ୍କ ସହ ସୁଖରେ ଅଛନ୍ତି ବୋଲି ରୋଜାନା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)