/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639064291.jpg)
Girl earning in lakhs by renting out her dresses
କୌଣସି ପାର୍ଟି ହେଉ ବା କୌଣସି ଉତ୍ସବ ଯିବାକୁ ହେଲେ ସମସ୍ତେ ପ୍ରଥମେ ଏକ ନୂଆ ପୋଷାକ ବିଷୟରେ ଚିନ୍ତା କରନ୍ତି। ଆଜିକାଲି ଗୋଟିଏ ପାର୍ଟିକୁ ପିନ୍ଧି ଯାଇଥିବା ପୋଷାକକୁ ଅନ୍ୟ ପାର୍ଟି ବା ଫଙ୍କସନ୍କୁ ପିନ୍ଧିଯିବା ନେଇ କେହି ପସନ୍ଦ କରୁ ନାହାନ୍ତି।
ତେବେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ରହୁଥିବା ବ୍ରିଟାନୀ ମ୍ୟାକ୍କ୍ୟୁଏଡ୍ ମହିଳାମାନଙ୍କ ଏହି ମାନସିକତାକୁ ଭଲଭାବେ ଜାଣନ୍ତି। ଏନେଇ ସେ ଏହାର ଫାଇଦା ଉଠେଇଛନ୍ତି।
ମହିଳାମାନଙ୍କ ଏଭଳି ମାନସିକତାକୁ ନେଇ ସେ ତାଙ୍କର ଏକ ନିଆରା ବ୍ୟବସାୟ ଆରମ୍ଭ କରିଛନ୍ତି। ୨୦ ବର୍ଷ ବୟସରୁ ସେ ନିଜ ପିନ୍ଧା ଡ୍ରେସ୍କୁ ନେଇ ଅନ୍ଲାଇନ୍ରେ ଭଡା ଦେବା ଆରମ୍ଭ କରିଥିଲେ। କୌତୁହଳର ବିଷୟ ଏହା ଯେ ସେ ଏହି ଅନନ୍ୟ ବ୍ୟବସାୟରୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରିଛନ୍ତି ଏବଂ ନିଜ ପାଇଁ ଏକ ଆଲିସାନ ବଙ୍ଗଳା ମଧ୍ୟ କିଣିଛନ୍ତି।
ଡ୍ରେସ୍ଗୁଡିକୁ ଇନ୍ଷ୍ଟାଗ୍ରାମରେ କରନ୍ତି ପ୍ରମୋସନ୍୨୦୧୭ ମସିହାରୁ ବ୍ରିଟାନୀ ମ୍ୟାକ୍କ୍ୟୁଏଡ୍ ତାଙ୍କ ପୋଷାକକୁ ଅନ୍ଲାଇନରେ ଭଡା ଦେବା ଆରମ୍ଭ କରିଥିଲେ। ଏକ ସାକ୍ଷାତକର ସେ କହିଥିଲେ ଯେ ତାଙ୍କର ଏପରି ଅନେକ ପୋଷାକ ଅଛି, ଯାହାକୁ ସେ କେବଳ ଥରେ ହିଁ ପିନ୍ଧୁଥିଲେ। ମହିଳାମାନଙ୍କ ଏଭଳି ଚିନ୍ତାଧାରା ଦେଖି ବ୍ରିଟାନୀ ତାଙ୍କର ଏହି ପୋଷାକଗୁଡିକୁ ପ୍ରଥମେ ଭଡା ଦେବାକୁ ଚିନ୍ତା କଲେ।
ପୋଷାକ ଭଡା ପାଇଁ ଏଠାରେ ଅନେକ ଚାହିଦା ରହିଛି। କେହି ବି ଗୋଟିଏ ଡ୍ରେସ୍ ଥରେ ପିନ୍ଧିବା ନେଇ ୫୦୦୦ ଟଙ୍କା ଖର୍ଚ୍ଚ କରିବାକୁ ଚାହାଁନ୍ତି ନାହିଁ। ତେଣୁ ସେମାନେ ଭଡାରେ ଡ୍ରେସ୍ ନେବାକୁ ଉଚିତ ମନେ କରନ୍ତି। ଏପରି ପରିସ୍ଥିତିରେ, ବ୍ରିଟାନୀ ସେକେଣ୍ଡହ୍ୟାଣ୍ଡ୍ ସେଲିଂ ସାଇଟ୍ରେ ଭଡା ପାଇଁ ତାଙ୍କ ପୋଷାକ ଦେବା ଆରମ୍ଭ କଲେ।
୨୫ଟି ପୋଷାକରୁ ଆରମ୍ଭ କରିଥିଲେ ଡ୍ରେସ୍ ଭଡା ବ୍ୟବସାୟ ବ୍ରିଟାନୀଙ୍କୁ ଏପରି ସାଇଟ୍ରୁ ପୋଷାକ ପାଇଁ ଅତିକମରେ ୧୧୦୦ ଟଙ୍କା ମିଳିଯାଏ। ବ୍ରିଟାନୀ କହିଛନ୍ତି ଯେ ଏଭଳି କରି ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ଗତ ଚାରି ବର୍ଷ ମଧ୍ୟରେ ସେ ତାଙ୍କର ଏହି ସାଇଡ୍ ବ୍ୟବସାୟରୁ ୭୦ ଲକ୍ଷ ଟଙ୍କା ରୋଜଗାର କରିସାରିଛନ୍ତି।
ଭଡା ଟଙ୍କାରେ ବ୍ରିଟାନୀ ଆଉ ଏକ ନୂଆ ଡ୍ରେସ୍ କିଣନ୍ତି ଆଉ ତାକୁ ଥରେ ପିନ୍ଧିବା ପରେ ଶେୟାର୍ ୱେବ୍ସାଇଟ୍ରେ ପକେଇ ଦିଅନ୍ତି। ଲୋକଙ୍କୁ ତାଙ୍କ ପୋଷାକର ପ୍ରମୋଶନ ପାଇଁ ସେ ସେଗୁଡିକର ଫଟୋ ମଧ୍ୟ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରନ୍ତି।
ପୋଷାକ ପାଇଁ ଅତିକମରେ ୧୧୦୦ ଟଙ୍କା ମିଳିଯାଏଇନ୍ଷ୍ଟାଗ୍ରାମ୍ରେ brittanymcquade ନାମକ ଏକ ଆକାଉଣ୍ଟ୍ ଚଲାଉଥିବା ବ୍ରିଟାନୀଙ୍କ ପ୍ରାୟ ୨୦ ହଜାର ଅନୁସରଣକାରୀ ଅଛନ୍ତି, ଯେଉଁମାନେ ତାଙ୍କ ପୋଷାକ ଦେଖନ୍ତି ଏବଂ ପସନ୍ଦ କରନ୍ତି। ସେ ଏହି ବ୍ୟବସାୟରୁ ମାତ୍ର ୨୪ ବର୍ଷ ବୟସରେ ନିଜର ଦୁଇ ବେଡରୁମ୍ ବିଶିଷ୍ଟ ଆଲିସାନ ଘର କିଣି ପାରିଛନ୍ତି। ସେ ଏ ବାବଦକୁ ୩୬ ଲକ୍ଷ ଟଙ୍କା ଜମା କରିସାରିଥିବା ବେଳେ ତାଙ୍କ ଘରର ମୂଲ୍ୟ ୩.୫ କୋଟି ଟଙ୍କା ରହିଛି।
୨୦ ବର୍ଷରୁ ପିନ୍ଧା ଡ୍ରେସ୍କୁ ନେଇ ଅନ୍ଲାଇନ୍ରେ ଭଡା ଦେବା ଆରମ୍ଭ କରିଥିଲେସେ ନିଜର ଡ୍ରେସ୍ ଭଡା ବ୍ୟବସାୟ ୨୫ଟି ପୋଷାକରୁ ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କ ପାଖରେ ସମୁଦାୟ ୩୦୦ଟି ପୋଷାକ ଅଛି, ଯାହା ସେ ଭଡ଼ାରେ ଦିଅନ୍ତି ଏବଂ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି। ସେସବୁର ମୂଲ୍ୟ ୧୧୦୦ରୁ ୨୨୦୦ଟଙ୍କା ମଧ୍ୟରେ ରହିଛି। ବ୍ରିଟାନୀଙ୍କ ଫ୍ୟାଶନ୍ ଟେଷ୍ଟ ମଧ୍ୟ ଖୁବ୍ ଭଲ। ସେ ଇନ୍ଷ୍ଟାଗ୍ରାମ୍ରେ ଲୋକଙ୍କୁ ନିଜର ପୋଷାକ ଦେଖାନ୍ତି ଏବଂ ସେମାନଙ୍କଠାରୁ ମତାମତ ମଧ୍ୟ ନିଅନ୍ତି। ଯଦି ଲୋକମାନେ ଏହାକୁ ପସନ୍ଦ କରନ୍ତି, ତେବେ ସେମାନେ ଏହାକୁ ଭଡ଼ାରେ ନେଇଥା’ନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)