• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜୈବସାର କାରଖାନା ଅଚଳ ଯୋଗୁଁ ଆବର୍ଜନାର ପାହାଡ଼

  • ପୁତି ଗନ୍ଧମୟ ପରିବେଶରେ ଆଇକନ ସିଟିର ଲୋକେ

ଆଇକନ ସିଟି ପୁରୀ ସହରରେ ଫେଲ ମାରିଛି ବର୍ଜ୍ୟବସ୍ତୁ ପରିଚାଳନା । ଜୈବସାର କାରଖାନା ଅଚଳ ଯୋଗୁଁ ସହରର ମଧ୍ୟ ସ୍ଥାନରେ ସୃଷ୍ଟି ହୋଇଛି ମଇଳା ଆବର୍ଜନାର ପାହାଡ । ଫଳରେ ବଳିଆପଣ୍ଡା ଅଞ୍ଚଳର ଲୋକେ ପୂତି ଗନ୍ଧମୟ ବାତାବରଣରେ ଜୀବନ ଜିଇଁବା ଲାଗି ବାଧ୍ୟ ହେଉଛନ୍ତି । ଏପରିକି କିଛି ଲୋକ ଶ୍ୱାସ ରୋଗରେ ପୀଡିତ ହେଲେଣି । ତୁରନ୍ତ ଜନବସତିଠାରୁ ଏହି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ହଟାଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ପୁରୀ ବଳିଆପଣ୍ଡା ଗୋଡବାଡସାହିର ବଙ୍ଗାଳି କଲୋନୀ । ଏଠି ସୃଷ୍ଟି ହୋଇଛି ଗନ୍ଧମୟ ପରିବେଶ । କାହିଁକି ନା ବର୍ଷ ବର୍ଷ ଧରି ପୁରୀ ସହରର ମଇଳା ଆବର୍ଜନା ଏଠାରେ ପଡିରହୁଛି । ଫଳରେ ଏହି ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସହ ଘର ଭିତରେ ପୋକ ଜୋକ ହେଉଥିବା ଅଭିଯୋଗ ହୋଇଛି । ମଇଳା ପାହାଡରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଉଥିବାରୁ ଚାରିଆଡେ ହୋଇପଡୁଛି ଧୂଆଁମୟ ହୋଇଯାଇଛି । ଫଳରେ ସ୍ଥାନୀୟ ଲୋକେ ଘର ଭିତରେ ରହିବା ଏକପ୍ରକାର କଷ୍ଟକର ହୋଇପଡୁଛି । ଏମିତିକି ଏହି ଅଞ୍ଚଳରେ ଅନେକ ଲୋକ ଶ୍ୱାସ ରୋଗରେ ପୀଡିତ ହୋଇଥିବା କହିଛନ୍ତି । ଏହି ଅଞ୍ଚଳରୁ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଠାଇ ଦିଆଯାଉ ବୋଲି ଦାବି ହେଉଛି ।

୧୯୯୦ ମସିହାରେ ଏଠାରେ ଆରମ୍ଭ ହୋଇଥିଲା ଜୈବସାର କାରଖାନା । ହେଲେ ଏବେ ବର୍ଷ ବର୍ଷ ଧରି ଅଚଳ ହୋଇପଡିଛି । ଫଳରେ ମଇଳା ଆବର୍ଜନା ଜୈବସାରରେ ପରିବର୍ତ୍ତନ ହୋଇପାରୁନି । ସ୍ଥାନୀୟ ଅଞ୍ଚଳରେ ଗନ୍ଧମୟ ବାତାବରଣ ସୃଷ୍ଟି କରୁଛି । ସେପଟେ ଏଭଳି ଅବ୍ୟବସ୍ଥାକୁ ସ୍ୱୀକାର କରିଛନ୍ତି ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ନୂତନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ବା ବାୟୋ ମାଇନିଂ ପାଇଁ ଚିଠି ଲେଖଛନ୍ତି । ତାସହ ଏହି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ପ୍ଳାଣ୍ଟ କରାଯାଇଛି, ଫଳରେ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।