Advertisment

ପାଣି ମୁନ୍ଦେ ପାଇଁ ଡହଳ ବିକଳ ଉପାନ୍ତ ଅଞ୍ଚଳର ଜନଜାତି : ଗାଁକୁ ପହଞ୍ଚି ପାରିନି ବସୁଧା ଯୋଜନାରେ ପିଇବା ପାଣି

ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ସ୍ଥିତି କହିଲେ ନ ସରେ,୨ କିଲୋମିଟର ପାହାଡ଼ ଚଢ଼ି ଆଣୁଛନ୍ତି ଦୂଷିତ ଝରଣା ପାଣି, ବାରମ୍ବାର ଦାବି ଜଣାଇଲା ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ

ଅଦ୍ୟତନ ହୋଇଛି
WATER SCARCITY

WATER SCARCITY

Advertisment

ଗ୍ରାମାଞ୍ଚଳ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା । ଏଥିମଧ୍ୟରୁ ବସୁଧା ଯୋଜନା ଗୋଟିଏ । ହେଲେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଏହି ଯୋଜନା ବାଟ ହୁଡିଛି । ବଣପାହାଡ ଘେରା ଆଦିବାସୀ ଗାଁର ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ରାୟଗଡ ବ୍ଲକ ଢେପାସାହି ଗାଁ ଲୋକେ ପାଣି ଟୋପାଏ ପାଇଁ ଯାଉଛନ୍ତି ମାଇଲ ମାଇଲ ଦୂର ।

Advertisment

ଗଜପତି ଜିଲ୍ଲା ରାୟଗଡ ବ୍ଲକ ତାଳମୁଣ୍ଡି ପଂଚାୟତର ଢେପସାହି ଗାଁ । ଏଠାରେ ୩୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ଗାଁରେ ଥିବା ଏକମାତ୍ର କୂଅ ଗତ ୨୦୧୮ ତିତିଲି ବାତ୍ୟାରେ ଭୁଷୁଡି ପଡିଥିଲା । ସେହିଦିନ ଠାରୁ ଏହି କୂଅ ଆଉ ଲୋକଙ୍କ କାମରେ ଆସୁନି । ବ‍ର୍ତ୍ତମାନ ମାଟି ଅତଡା ଖସି ଏକ ପ୍ରକାର କୂଅ ପୋତି ହୋଇଗଲାଣି । ତେଣୁ ଏଠାକାର ଲୋକେ ପାଣି ଟୋପାଏ ପାଇବା ପାଇଁ ପ୍ରତିଦିନ ୨ କିଲୋମିଟର ପାହାଡ ଚଢୁଛନ୍ତି । ଝରଣା ପାଣି ସଂଗ୍ରହ କରି ପିଉଛନ୍ତି। ଅନେକ ସମୟରେ ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ପ୍ରକାର ରୋଗରେ ପଡୁଛନ୍ତି । ଯେତେ ଗୁହାରି କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ରହିଛି ବସୁଧା ଯୋଜନା । ଆଦିବାସୀଙ୍କ ବିକାଶ ପାଇଁ ମଧ୍ୟ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏହାର ସୁଫଳ ଆଦିବାସୀଙ୍କୁ କେତେ ମିଳୁଛି । ଏହାର ନଗ୍ନ ଉଦାହରଣ ହେଉଛି ଏହି ଗାଁ । ତେବେ ଏନେଇ ବିଭାଗୀୟ ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତି । ଏପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁଠି ପାଣି ସମସ୍ୟା ରହିଛି, ସେଠାରେ ଟ୍ୟାଙ୍କର ଯୋଗେ ପାଣି ପହଂଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ହେଲେ ଆଦିବାସୀ ଅଞ୍ଚଳର ପାନୀୟ ଜଳ ସମସ୍ୟା ଯୋଜନାକୁ ଉପହାସ କଲା ଭଳି ମନେ ହୋଇଛି ।

ଗଜପତିରୁ ଆଦର୍ଶ ଦାଶଙ୍କ ରିପୋର୍ଟ

Water Scarcity Government Scheme Failure Of Government
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ