Advertisment

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ପୁରୀ ଗଜିପତିଙ୍କ ଝିଅ; ଜାଣନ୍ତୁ, ବର କିଏ ?

ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅଙ୍କ ବାହାଘର। ଗଜପତି ମହାରାଜାଙ୍କ ଚତୁର୍ଥ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ। ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରରେ ଏହି ହାଇପ୍ରୋଫାଇଲ୍‌ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Puri Gajapati Maharaja Daughter's Marriage

Puri Gajapati Maharaja Daughter's Marriage

ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅଙ୍କ ବାହାଘର। ଗଜପତି ମହାରାଜାଙ୍କ ଚତୁର୍ଥ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ। ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ଦେବେଶୀ ବିବାହ କରିବେ। ବାହାଘର ପାଇଁ ବ୍ୟାପକ ଆୟୋଜନ ହୋଇଛି। କୋଭିଡ୍‌ କଟକଣା ମଧ୍ୟରେ ଏହି ହାଇପ୍ରୋଫାଇଲ୍‌ ବିବାହ ଅନୁଷ୍ଠିତ ହେଉଛି। 

Advertisment

କୋଭିଡ୍ ପାଇଁ ଯଦିଓ ଏତେଟା ଆଡ଼ମ୍ବର ସହକାରେ ବିବାହ କାର୍ଯ୍ୟ ଆୟୋଜନ କରାଯାନାହିଁ। ତେବେ ଦେବେଶୀଙ୍କ ବିବାହ ଉପଲକ୍ଷେ ପୁରୀ ରାଜନଅର ଓ ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରଠାରେ ବିବାହ ଭୋଜିର ଆୟୋଜନ କରାଯାଇଛି। ଆଜି ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। 

ଅନ୍ୟପକ୍ଷେ, ଭୁବନେଶ୍ୱର ଓ ଅନ୍ୟ ସ୍ଥାନର ପରିଚିତଙ୍କ ପାଇଁ ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରରେ ଭୋଜିର ଆୟୋଜନ କରାଯାଇଛି। କିନ୍ତୁ ବିବାହ କାର୍ଯ୍ୟ ଶ୍ରୀନଅରରେ ଆୟୋଜନ କରାଯାଇଥିବା ଜଣାପଡ଼ିଛି। ବିବାହ ପୂର୍ବରୁ ପାଟ ମୁଦି, ତିଳକ, ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି।

Advertisment

ଆଜି ରାତିରେ ଦେବେଶୀ ଏବଂ ଆଦିତ୍ୟ ବିବାହ ବନ୍ଧନରେ ଆବଦ୍ଧ ହେବେ। ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରରେ ଏହି ହାଇପ୍ରୋଫାଇଲ୍‌ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ୨ ଦିନ ପୂର୍ବେ ଆରମ୍ଭ ହୋଇଥିବା ଏହି ବିବାହ କାର୍ଯ୍ୟକ୍ରମରେ ନୀଳଗିରି ରାଜ ପରିବାର ସଦସ୍ୟ ଜ୍ୟୋସ୍ନା ଦେବୀ ମର୍ଦ୍ଦରାଜ ଯୋଗ ଦେଇଥିଲେ। ବିବାହ କାର୍ଯ୍ୟକ୍ରମର ଭିଡିଓ ସେ ସେ ଟ୍ୱିଟ୍ କରିଛନ୍ତି।

ଗତକାଲିଠାରୁ ବରପକ୍ଷ ପୁରୀରେ ଆସି ପହଞ୍ଚି ସାରିଛନ୍ତି। ବର୍ଦ୍ଧମାନ ରାଜ ପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟମାନେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ଶ୍ରୀନଅରକୁ ଫେରି ଯାଇଥିଲେ। ପୁରୀରେ ବରପକ୍ଷଙ୍କ ରହଣୀର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 

Gajapati Maharaja Dibyasingha Deba Puri Gajapati Maharaja Daughter Marriage
Advertisment
Advertisment