Advertisment

ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବଡ଼ ପ୍ରତିକ୍ରିୟା; ‘ଆସନ୍ତା ରଥଯାତ୍ରା ହିଁ ପ୍ରକୃଷ୍ଠ ସମୟ ହୋଇପାରିବ’

ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ବିଜେପି ଟିମ୍‌ ଭେଟିବା ପରେ ଗଜପତି ମହାରାଜାଙ୍କ ସୂଚନା..ସେ କହିଛନ୍ତି, ୨୦୨୪ ରଥଯାତ୍ରା ସମୟରେ ମରାମତି ସମ୍ପର୍କିତ କାର୍ଯ୍ୟ ପ୍ରସ୍ତାବ ଦିଆଯିବ..ଏଥିପାଇଁ ରଥଯାତ୍ରା ହିଁ ପ୍ରକୃଷ୍ଠ ସମୟ ହୋଇପାରିବ

author-image
Manoranjan Behera
ଅଦ୍ୟତନ ହୋଇଛି
Puri Temple Ratna Bhandar

Ratna Bhandar

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବିଜେପି ଟିମ୍ ଗଜପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ । ଓଟିଭିକୁ ଲେଖିଥିବା ଏକ ପ୍ରେସ ବିବୃତ୍ତି ଜରିଆରେ ଗଜପତି ମହାରାଜା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଏହି ପ୍ରେସ ବିବୃତ୍ତିରେ ସେ କହିଛନ୍ତି, ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରସ୍ଥ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲଯାଇ ସେଠାରେ ଗଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି ଓ ମଣତି କରାଯିବ ଏବଂ ଏଏସଆଇ ଦ୍ୱାରା ରତ୍ନଭଣ୍ଡା ମରାମତି ସମ୍ପର୍କୀତ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ।

Advertisment

ସେ ଆହୁରି କହିଛନ୍ତି ଯେ ଏଥିପାଇଁ ରଥଯାତ୍ରା ହିଁ ପ୍ରକୃଷ୍ଟ ମସୟ ହୋଇପାରିବ । କାରଣ ଏହାପରେ କିଛି ମାସ ମଧ୍ୟରେ ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥା। ଯାତ୍ରୀ ଏବଂ ଦର୍ଶନାଥୀଙ୍କ ସଂଖ୍ୟା ମଦ୍ୟ ଅପେକ୍ଷାକୃତ କମ ଥାଏ ।

Advertisment

Ratna Bhandar Gajapati Maharaj
Advertisment
Advertisment