Advertisment

ତେଲ ଦର ବୃଦ୍ଧି ହେତୁ ଘୋଡା କିଣିଲେ

ତେଲ ଦର ବୃଦ୍ଧିକୁ ନେଇ ଅନେକ ଅସନ୍ତୋଷ ଦେଖେଇଛନ୍ତି। ଅନେକ ବାଧ୍ୟହୋଇ ଗାଢି ବାହାର କରୁଛନ୍ତି। ଜଣେ ବ୍ୟକ୍ତି ଏମିତି କିଛି କୌଶଳ ଆପଣେଇଛନ୍ତି ଯାହା ଆଶ୍ଚର୍ଯ୍ୟ କରିବା ଭଳି।

author-image
Pramod Behera
ଅଦ୍ୟତନ ହୋଇଛି
Fuel price hike man buys horse

Fuel price hike man buys horse

ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କାରଣ ଦେଶର ଲୋକମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଧ୍ୟତାମୂଳକ ଭାବରେ ଅନେକ ବ୍ୟକ୍ତି ବିନା ଇଚ୍ଛାରେ ବାଇକ୍, କାର୍‌ରେ ଯାତ୍ରା କରୁଛନ୍ତି। କିନ୍ତୁ ଭାରତରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଏହାକୁ ଏଡାଇବା ପାଇଁ ଏକ ନିଆରା କୌଶଳ ଆପଣେଇ ନେଇଛନ୍ତି। ଏହି ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋର ଭାଇରାଲ୍‌ ହେଉଛି। ଏହି ଭିଡିଓ ଉପରେ ଲୋକେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳେ ଯେ ଏହି ବ୍ୟକ୍ତି ଜଣକ ଘୋଡା ଚଢୁଛନ୍ତି।

Advertisment

ଭାଇରାଲ ଭିଡିଓରେ ଘୋଡା ଉପରେ ବସିଥିବା ଏହି ବ୍ୟକ୍ତିଙ୍କ ନାମ ଶେଖ ୟୁସୁଫ ବୋଲି ଜଣାଯାଇଛି। ତେଲ ମହଙ୍ଗାରେ ହଇରାଣ ହୋଇ ଶେଖ ଗାଡି ଚଳା‍ଇବା ଛାଡି ଘୋଡା କିଣିଲେ। ବର୍ତ୍ତମାନ ସେ କାର୍‌ ବଦଳରେ ଘୋଡା ଚଢି ଯିବା ଆସିବା କରୁଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆରେ ନ୍ୟୁଜ୍ ଏଜେନ୍ସି ANI ପୋଷ୍ଟ୍‌ କରିଛି।

ଯିଏ ଏହି ଭିଡିଓକୁ ଦେଖୁଛି ସେ କିଛି ନା କିଛି ପ୍ରତିକ୍ରିୟା ଦେଉଛି। ଶେଖ ୟୁସୁଫଙ୍କ ଏହି ଚିନ୍ତାଧାରାରେ ଅନେକ ଲୋକ ପ୍ରଭାବିତ ହୋଇଥିବା ପରି ମନେହୁଏ। ଭାଇରାଲ୍‌ ହେଉଥିବା ଭିଡିଓ ଅନୁଯାୟୀ ଶେଖ ଘୋଡା ଚଢି ବଜାର, ଅଫିସ୍‌ ଆସି ସବୁଆଡେ ଯାଉଛନ୍ତି।

Advertisment

ରିପୋର୍ଟ ଅନୁଯାୟୀ, ଔରଙ୍ଗାବାଦର ବାସିନ୍ଦା ଶେଖ ୟୁସୁଫ ଚଢୁଥିବା ଘୋଡାର ନାମ ଜିଗର। ସେ କହିଛନ୍ତି ଯେ ପେଟ୍ରୋଲ ମୂଲ୍ୟ ଅହେତୁକ ବୃଦ୍ଧି କାରଣରୁ ସେ ଘୋଡା କିଣିଛନ୍ତି। ଘୋଡାର ମୂଲ୍ୟ ମାତ୍ର ହେଉଛି ୪୦ ହଜାର ଟଙ୍କା।

Viral Audio
Advertisment
Advertisment