• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ନିଆଁ । ପାଖେଇ ଆସୁଛି ସାବିତ୍ରୀ ବ୍ରତ । ଏଥିପାଇଁ ଫଳ ନିହାତି ଆବଶ୍ୟକ । ତେଣୁ ଫଳ କିଣିବା ପାଇଁ ବଜାରରେ ଏବେ ଲୋକଙ୍କ ଗହଳି ଜମିଛି । ଯାହା କାରଣରୁ ଫଳ ଦର ଏବେ ଅମୂଲ ମୂଲ ହୋଇଛି । ଭୁବନେଶ୍ୱରରେ ଆଜି ଆମ୍ବ କିଲୋ ପ୍ରତି ୧୨୦ ଟଙ୍କା ରହିଥିବାବେଳେ ସପୁରୀ ଗୋଟାକୁ ୫୦ ଟଙ୍କାରେ ବିକ୍ରି ହେଉଛି । ଏହାସହ ଲିଚୁ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି ।

ସେହିପରି କଦଳୀ ଡର୍ଜନ ପ୍ରତି ଦର ୫୦ ଟଙ୍କା ରହିଛି । ଅଙ୍ଗୁର କିଲୋ ୭୦ ରହିଥିବାବେଳେ ସେଓ ୨୪୦ ଟଙ୍କାରେ ବିକ୍ରି ହେଉଛି । ଆମ୍ବର ଆମଦାନୀ କମ୍ ଥିବାରୁ ଦର ଅଧିକ ରହିଥିବାବେଳେ ପ୍ରବଳ ଖରା ଯୋଗୁଁ ଲିଚୁ ଉତ୍ପାଦନ ହ୍ରାସ ପାଇଛି । ଲିଚୁ ଫସଲ କମ୍ ହୋଉଥିବାରୁ ଦର ଅଧିକ ରହୁଛି ବୋଲି ବେପାରୀ କହିଛନ୍ତି । ତେବେ ଫଳ ଅମୂଲ ମୂଲକୁ ନେଇ ଗ୍ରାହକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।