Advertisment

ପଞ୍ଚକରେ ଧବଳେଶ୍ୱର ବନ୍ଦ : ୧୨ ରୁ ୧୯ ପର୍ଯ୍ୟନ୍ତ ଲାଗିବ ୧୪୪ ଧାରା

କାର୍ତ୍ତିକ ମାସର ପଂଚୁକରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ, ୧୨ ରୁ ୧୭ ପର୍ଯ୍ୟନ୍ତ ଲାଗିବ ୧୪୪ ଧାରା

author-image
Sarbeswar
Dhabaleswar

Dhabaleswar

କଟକ: ଚଳିତ ବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ ରହିବ। ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡଓଷାରେ କଟକଣା ଲଗାଇଲା ପ୍ରଶାସନ। ଆଜି ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହାସହ ୧୨ରୁ ୧୯ ତାରିଖ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ। କେବଳ ବିଧି ରକ୍ଷା ପାଇଁ ହେବ ନୀତିକାନ୍ତି। ତେଣୁ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ଆସିବାକୁ ମନା କରିଛି ପ୍ରଶାସନ। ସେପଟେ ସାକ୍ଷୀ ଗୋପାଳ ସ୍ଥିତ ଗୋପିନାଥ ଦେବ ମନ୍ଦିର ପରିସରରେ ବି ୧୪୪ ଧାରା ଜାରି କରାଯାଇଛି।

Advertisment

ଆଜି ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପାଇଁ ଜାରି ହୋଇଛି କଟକଣା । କେବଳ ଏତିକି ନୁହେଁ ବରଂ କରୋନା କଟକଣାକୁ ନଜରରେ ରଖି ରାଜ୍ୟର ବିଭିନ୍ନ ମନ୍ଦିରରେ ପ୍ରଶାସନ କଟକଣା ଲଗାଇଛନ୍ତି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଗାଇଡ୍‌ଲାଇନ୍‌ର ଅନୁସାରେ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରବେଶ କରୁଛନ୍ତି କିନ୍ତୁ ପୂଜାପର୍ବ ଦିନରେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

Dhabaleswar Temple Section 144
Advertisment
Advertisment