Fraud Allegation Against BMW Car Show Room
କଟକ ବିଏମଡବ୍ଲ୍ୟୁ(BMW) କାର୍ ଶୋ’ ରୁମ୍ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଗ୍ରାହକ ବାଛିଥିବା ମଡେଲ ବଦଳରେ ଅନ୍ୟ ମଡେଲର କାର୍ ଦେଇ ଅଧିକ ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଛେଦଭୂମି ଗାଁର ଶଙ୍କର୍ଷଣ ଆଚାର୍ଯ୍ୟ ଏହି ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ଶଙ୍କର୍ଷଣ ଏକ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ଥିବାବେଳେ ସେ ନିଜ ଫାର୍ମ ପାଇଁ BMW Jahre ଏଡିସନ୍ର କାର୍ କିଣିବାକୁ କଟକ ସ୍ଥିତ ଶୋ’ ରୁମ୍ ସହ ଯୋଗଯୋଗ କରିଥିଲେ। ଏଥିପାଇଁ ସେ ୮୧ ଲକ୍ଷ ୮୨ ହଜାର ୫୯୦ ଟଙ୍କା ଟ୍ୟାକ୍ସ ମଧ୍ୟ ପୈଠ କରିଥିଲେ।
ହେଲେ ଆରଟିଓ ରେଜିଷ୍ଟ୍ରେସନ ବେଳେ ଶୋ’ ରୁମ୍ ଅନ୍ୟ ଏକ ମଡେଲର ଏକ କାର୍ ଦେଇଥିବା ସେ ଜାଣିବାକୁ ପାଇଥିଲେ। ଶୋ’ ରୁମ୍ ଦେଇଥିବା କାର୍ର ମୂଲ୍ୟ ୨ ଲକ୍ଷ ଟଙ୍କା କମ୍ ହୋଇଥିବାରୁ କାର୍ ଫେରାଇ ନେବାକୁ ଶଙ୍କର୍ଷଣ କହିଥିଲେ। ହେଲେ ଘଟଣାକୁ ମାସେ ବିତିଥିବା ବେଳେ ଶୋ’ ରୁମ୍ କର୍ତ୍ତୃପକ୍ଷ ନା BMW Jahre ଏଡିସନ୍ର କାର୍ ଦେଉଛନ୍ତି ନା ଟଙ୍କା ଫେରାଉଛନ୍ତି। ଅନ୍ୟପକ୍ଷେ, ଏନେଇ କାର୍ ଶୋ’ ରୁମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1667963696.jpg)