• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ଏବଂ ତାଳବନ୍ଧ ରେଞ୍ଜର ଚାରୋଟି ସ୍ଥାନରେ ନିଆଁ ଲାଗିଛି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ ।

ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୬୦ ଟି ମିଳିତ ମକଡ୍ରିଲ କରିଥିଲା ବିଭାଗ । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା କାର୍ଯ୍ୟରେ ୭୦୦ ବନକର୍ମଚାରୀ ନିୟୋଜିତ ଥିବାବେଳେ ୫୦୦ଟି ନିଆଁଲିଭା ମେସିନ(firebwoelr's) ବିଭାଗ ମହଜୁଦ ରଖିଛି ।

ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭାଗ ଫାଇଆର ଲାଇନ କାଟି ଜଙ୍ଗଲ ସୁରକ୍ଷା କରୁଛି । ତଥାପି ଏଇ ମନୁଷ୍ୟକୃତ ନିଆଁ ବିଭିନ୍ନ ସମୟରେ ଲାଗୁଥିବା ପରିଲକ୍ଷିତ ହୋଇଛି । ତେବେ ବର୍ତ୍ତମାନ ଚଳିତ ବର୍ଷ ପ୍ରଥମ କରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବା ବେଳେ ନିଆଁଲିଭା କାର୍ଯ୍ୟରେ ବନ କର୍ମଚାରୀ ମାନେ ନିୟୋଜିତ ଅଛନ୍ତି ।

କରଞ୍ଜିଆରୁ ଦୀପକ କୁମାର ମହାନ୍ତଙ୍କ ରିପୋର୍ଟ