• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବନ ବିଭାଗର ଅଜବ ନୀତି । ଜଙ୍ଗଲରେ ଛେଳି ଚରୁଥିବା ବେଳେ ବନ ବିଭାଗ ଲଗାଇଥିବା ଗଛର ଡାଳ ଖାଇଦେଇଥିଲା । ଆଉ ତା’ପରେ ଛେଳି କୁ ଉଠାଇ ନେଇ ୩ଦିନ ହେଲା ବନ୍ଦ କୋଠରୀରେ ବାନ୍ଧି ରଖିଛନ୍ତି ବନ କର୍ମଚାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ।

ଖଲ୍ଲିକୋଟ ବ୍ଲକ ମଥୁରା ପଂଚାୟତର ଭରାଷା ନୂଆପଲ୍ଲୀ ଗ୍ରାମରେ ଥିବା ଏକ ପାହଡରେ କିଛି ଲୋକ ନିଜ ଛେଳି ନେଇ ଚରାଇବାକୁ ଯାଇଥିଲେ । ଛେଳି ଚରିବା ବେଳେ କିଛି ଛେଳି ବନ ବିଭାଗ ବୃକ୍ଷ ରୋପଣ କରିଥିବା କିଛି ଗଛର ଡାଳକୁ ଖାଇ ଦେଇଥିଲେ । ଆଉ ଏଥିରେ ରାଗି ଯାଇ ସେଠାରେ ଗଛର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଦୁଇ ଜଣ ବନ କର୍ମଚାରୀ ଗୋଟିଏ ଛେଳିକୁ ଉଠାଇ ନେଇ ଯାଇଛନ୍ତି ।

ଲୋକମାନେ ଏହାକୁ ବିରୋଧ କରିବାରୁ ବନ କର୍ମଚାରୀ ରାଗିଯିବା ସହ ସେମାନଙ୍କୁ ଗାଳି ଗୁଲଜ କରିଥିଲେ । ଛେଳି ନେବାକୁ ଆସିଲେ ହାଣିଦେବୁ ବୋଲି ମଧ୍ୟ ଧମକ ଦେଇଥିବା ଛେଳି ମାଲିକ ଅଭିଯୋଗ କରିଛନ୍ତି । ଛେଳିଟିକୁ ଛାଡିବାକୁ ଛେଳି ମାଲିକ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଛାଡ଼ୁନାହାନ୍ତି ।

୩ଦିନ ହେଲାଣି ଛେଳିଟିକୁ ଖଲ୍ଲିକୋଟ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୋଷ୍ଟମଟମ ରୁମରେ ବନ୍ଦି କରି ରଖିଛନ୍ତି । ଯହା ଏବେ ଖଲ୍ଲିକୋଟ ଅଂଚଳରେ ଅଲୋଚନାର ବିଷୟ ପାଲଟିଛି । ଏହି ସମ୍ପର୍କରେ ଖଲ୍ଲିକୋଟ ରେଞ୍ଜର କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ସିଲୁ ବିଶ୍ୱାଳ, ଖଲ୍ଲିକୋଟ୍