Advertisment

୧୧ ବର୍ଷ ପର୍ଯ୍ୟନ୍ତ ଝିଅ ଥିଲେ, ଚୁଟି କାଟିଦେଲା ପରେ ପୁଅ ହୋଇଗଲେ

ଦୀର୍ଘ ୧୧ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ଆଖିରେ ସେ ଥିଲେ ଜଣେ ଝିଅ। କିନ୍ତୁ ୧୧ ବର୍ଷ ପରେ କୌଣସି କାରଣକୁ ତାକୁ ଚୁଟି କାଟିବାକୁ ପଡିଲା। ଏବେ ସେ ଝିଅରୁ ହୋଇଗଲେ ପୁଅ।

author-image
Pramod Behera
ଅଦ୍ୟତନ ହୋଇଛି
For 11 years people considered a boy as girl

For 11 years people considered a boy as girl

ସାଧାରଣତଃ ଭାରତରେ ଦେଖାଯାଏ ଯେ ଝିଅ ଲମ୍ବା ଚୁଟି ରଖୁଥିବା ବେଳେ ପୁଅମାନେ ଛୋଟ ଚୁଟି ରଖନ୍ତି। ଲମ୍ବା ଚୁଟିରେ ଝିଅମାନେ ସୁନ୍ଦର ମଧ୍ୟ ଦେଖାଯାଆନ୍ତି। କିନ୍ତୁ ବର୍ତ୍ତମାନର ଫେସନ ଦୁନିଆରେ ପୁଅମାନେ ମଧ୍ୟ ଲମ୍ବା ଚୁଟି ରଖିଲେଣି। ଅନେକଙ୍କୁ ଏହା ମଧ୍ୟ ମାନୁଛି। ଅନେକ ପୁରୁଷ ମଡେଲ୍ କିମ୍ବା ପପ୍ ଗାୟକମାନଙ୍କ ମୁଣ୍ଡରେ ଲମ୍ବା କେଶ ଖୁବ ଆକର୍ଷଣୀୟ ଲାଗେ।

Advertisment

କିନ୍ତୁ ଆମେ ଏଠାରେ ଯାହାଙ୍କ କଥା କହିବାକୁ ଯାଉଛୁ ସେ ହେଲେ ଜଣେ ୧୧ ବର୍ଷର ପିଲା। ସେ ତାଙ୍କ ଚୁଟିକୁ ଏତେ ଭଲ ପାଉଥିଲେ ଯେ ଦୀର୍ଘ୧୧ ବର୍ଷ ପର୍ଯ୍ୟନ୍ତ ଚୁଟି କାଟି ନଥିଲେ। ପିଲାଟିର୍ ଚୁଟି ମଧ୍ୟ ଏତେ ଲମ୍ବା ହେଲା ଯେ ସେ ଠିକ୍ ଝିଅ ପରି ଦେଖାଯିବାକୁ ଲାଗିଲା।

ଲୋକଙ୍କ ଆଖି ମଧ୍ୟ ଧୋକା ଖାଇଯାଉଥିଲା। ସେମାନେ ମଧ୍ୟ ଏହି ପିଲାକୁ ଝିଅ ବୋଲି ଭାବୁଥିଲେ। ଦିନେ ବାଧ୍ୟ ହୋଇ ଏହି ପିଲାର ଚୁଟିକୁ କାଟିବାକୁ ପଡିଲା। ଚୁଟି କଟା ହେବା ପରେ ସେ ପୁଅ ପରି ଦେଖାଗଲା। ତେବେ କିଏ ନିଜ ଚୁଟୁକୁ କାଟିବାକୁ ଦେଉ ନଥିଲା, ଏତିମି କ’ଣ ହେଲା ଯେ ଚୁଟି କାଟିବା ପାଇଁ ବାଧ୍ୟ ହେବାକୁ ପଡିଲା। ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

ଏକ ରିପୋର୍ଟ ଅନୁଯାୟୀ, ଏହି ବାଳକଟିର ନାମ ହେଉଛି ଏଲି ମ୍ୟାକ୍‌ଗୀ। ଏହି ପିଲାଟି ନିଜ ପରିବାର ସହିତ ବ୍ରିଟେନ୍‌ର କେମ୍ବ୍ରିଜ୍‌ଶାୟର ସହରରେ ରୁହେ। ଏଲି ତାଙ୍କ ଚୁଟିକୁ ଏତେ ଭଲ ପାଏ ଯେ ସେ କେବେ ବି ତା ଚୁଟି କାଟିବାକୁ ଦିଏ ନାହିଁ। ୧୧ ବର୍ଷରେ, ତା’ ଚୁଟି ୨୭ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ହୋଇଯାଇଥିଲା। ଲୋକମାନେ ଏଲିକୁ ଦେଖିବା ପରେ ତାକୁ ଝିଅ ହିଁ ଭାବି ନେଇଥିଲେ।

କିନ୍ତୁ ଦୁଃଖର କଥା ଯେ ଏଲି କର୍କଟରେ ପୀଡିତ ଥିଲେ। କର୍କଟରେ ପିଡିତ ଲୋକଙ୍କ ଚୁଟି ଝଡେ। ଅନେକ ସମୟରେ ଚୁଟି ଆଉ ଉଠେ ନାହିଁ। ଏପରି ପରିସ୍ଥିତିରେ ଏକ ୱିଗ୍ ମାଧ୍ୟମରେ ଚୁଟି ଲଗାଯାଏ। ଚୁଟି ଝଡିବା ସମସ୍ୟା ଯୋଗୁଁ ଏଲିଙ୍କୁ ଚୁଟି କାଟିବାକୁ ପଡିଲା। ତେବେ କର୍କଟ ପୀଡିତଙ୍କ ଯନ୍ତ୍ରଣାକୁ ବୁଝି ଏଲି ଏକ ଟ୍ରଷ୍ଟକୁ ନିଜର ଚୁଟିକୁ ଦାନ କରିଦେଇଥିଲେ।

Ajab Gajab
Advertisment
Advertisment