• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୁପୂର ଶର୍ମାଙ୍କ ବିବାଦୀୟ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେପି-କଂଗ୍ରେସ ମୁହାଁମୁହିଁ । ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ୧୦ ମିନିଟ୍ ମୁଲତବୀ ରଖିଥିଲେ । ନୁପୂରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ ନିଜ ନିଜର ଆସନରେ ଛିଡ଼ା ହୋଇ କଂଗ୍ରେସ ଓ ବିଜେପିର ସଦସ୍ୟ ନାରବାଜି କରିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ନୁପୂର ଶର୍ମା ବିଜେପି ଦଳର ମୁଖପାତ୍ର ଅର୍ଥାତ ପାର୍ଟିର ଏଜେଣ୍ଡ । ସୁପ୍ରିମକୋର୍ଟ ନୂପୁରଙ୍କୁ ଭର୍ତ୍ସନା କରିଥିବାରୁ ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି। ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ।

ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଏହାର ଜବାବ ରଖିଥିଲେ । ଉଦୟପୁରରେ ଯେଉଁ ଘଟଣା ଘଟିଲା ସେଠି କଂଗ୍ରେସ ସରକାର ଅଛି । କଂଗ୍ରେସ ସରକାର ସେଠି ଇସ୍ତଫା ଦେଲେ କି ବୋଲି ବିଷ୍ଣୁ ସେଠି ପ୍ରଶ୍ନ କରିଛନ୍ତି । ଗୃହରେ ନୁପୁର ଶର୍ମା ସଦସ୍ୟ ନୁହେଁ କାହିଁକି ସେ ବିଷୟରେ ଆଲୋଚନା ହେବ । ବିଜେପି ନୁପୁରୁଙ୍କୁ ନିଲମ୍ବନ କରିଛି ଏବଂ ସେ ମଧ୍ୟ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଏହାସହ କାଶ୍ମୀର ପଣ୍ଡିତ କଥା ଉଠାଇ କଂଗ୍ରେସକୁ ବିଷ୍ଣୁ ସେଠୀ କଡା ସମାଲୋଚନା କରିଛନ୍ତି । କଂଗ୍ରେସ-ବିଜେପି ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ମନ୍ତବ୍ୟ ରଖିଥିଲେ, ଯାହା ବିଷୟରେ ଆଲୋଚନା ହେଉଛି ସେ ଗୃହର ସଦସ୍ୟ ନୁହଁନ୍ତି । ତେଣୁ ଏ ବିଷୟରେ ଅଧିକ ଆଲୋଚନା ହେବା କଥା ନୁହେଁ । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖଛନ୍ତି ବାଚସ୍ପତି ।