• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅସହ୍ୟ ହେଲା ଗରମ ଓ ଗୁଳୁଗୁଳି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ 5T ସଚିବଙ୍କ କାର୍ଯ୍ୟକ୍ରମରେ ୫ ମହିଳା ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ହୋଇଥିବା କାର୍ଯ୍ୟକ୍ରମ ସମୟରେ ମହିଳାମାନେ ଅସୁସ୍ଥ ହୋଇପଡ଼ିଛନ୍ତି । ଏବେ ସମସ୍ତ ୫ ଜଣ ଅସୁସ୍ଥ ମହିଳାଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ଠାରୁ ଦୁଇ ଦିନିଆ ଭଦ୍ରକ ଗ୍ରସ୍ତରେ ଅଛନ୍ତି 5T ସଚିବ । ଗସ୍ତର ପ୍ରଥମ ଦିନରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଭଦ୍ରକବାସୀ ନିଜ ନିଜର ଅଭିଯୋଗ ନେଇ ଯାଇଥିଲେ । ଆଉ ସେଠାରେ ଗୋଟିଏ ଗୋଟିଏ ଦାବିପତ୍ର ଗ୍ରହଣ କରିଥିଲେ 5T ସଚିବ । ଭଦ୍ରକ ଜିଲ୍ଲାର ବୁଦ୍ଧିଜୀବୀ ଜିଲ୍ଲାର ସ୍ୱାର୍ଥ ନେଇ ଦୁଇଟି ଦାବି ବିଷୟରେ 5T ସଚିବଙ୍କୁ କହିଥିଲେ ।

ସେହିପରି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ନେଇ ଦାବି ଜଣାଇଥିଲେ । ତେବେ 5T ସଚିବ ଭି.କେ ପାଣ୍ଡିଆନ କହିଥିଲେ, ଭଦ୍ରକବାସୀଙ୍କ ଦୁଇ ମୌଳିକ ଦାବି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଶୁଣିଲେ ଖୁସି ହେବେ । ଖୁବ୍‌ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଖୁସି ଖବର ଶୁଣାଇବେ ବୋଲି ଭଦ୍ରକବାସୀ ଆଶା ରଖିଛନ୍ତି ।

ଅନ୍ୟପଟେ ଗତକାଲି ଭଦ୍ରକ ନୂଆ DHH, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଲୟ, ମାଆ ଭଦ୍ରକାଳୀଙ୍କ ପୀଠକୁ ମଧ୍ୟ ଯାଇଥିଲେ 5T ସଚିବ । ଏହା ସହ ଵିଭିନ୍ନ ସ୍ଥାନରେ ଲୋକଙ୍କ ସହ ଆଲୋଚନା କରିଥିଲେ । ଆଜି ଵାସୁଦେବପୁର, ଚାନ୍ଦବାଲି, ଧାମନଗର ଓ ଭଣ୍ଡାରିପୋଖରୀ ଗସ୍ତର ଯୋଜନା ରହିଛି ।

  • Reported by:
  • Partha Sarathi nayak