Advertisment

ସରକାରୀ କାମରେ ବ୍ୟବହାର ହେଉନି କାଗଜପତ୍ର; ବଞ୍ଚୁଛି କୋଟି କୋଟି ଟଙ୍କା

ପରିବେଶକୁ ସୁରକ୍ଷା ଦେବା ନେଇ ଗଛ କାଟିବା ବନ୍ଦ କରିବାକୁ ଆମେ କେବଳ ଭାଷଣ ଓ ଲେଖା ମଧ୍ୟରେ ଜାଣିଛେ। କିନ୍ତୁ ଏହି ଦେଶ ଏହାକୁ ପାଳନ କରିବାରେ ନେଇଛି ଏମିତି ପଦକ୍ଷେପ ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ।

author-image
Pramod Behera
ଅଦ୍ୟତନ ହୋଇଛି
First paperless government in Dubai

First paperless government in Dubai

ଦୁନିଆରେ ସବୁଜତା ବଜାୟ ରଖିବା ଏବଂ କାଗଜର ବ୍ୟବହାରକୁ କମ୍ କରିବା ପାଇଁ ଅନେକ ଦେଶର ସରକାର କାଗଜବିହୀନ ଡିଜିଟାଲ୍ କାର୍ଯ୍ୟକୁ ଗୁରୁତ୍ୱ ଦେଉଛନ୍ତି। ଏହି ଅବସରରେ ଦୁବାଇ ଦୁନିଆର ପ୍ରଥମ ଏମିତି ସରକାର ହୋଇପାରିଛି, ଯାହା ସରକାରୀ କାର୍ଯ୍ୟରେ ବି ଆଦୌ କାଗଜପତ୍ର ବ୍ୟବହାର କରିବ ନାହିଁ। ଦୁବାଇରେ ଥିବା ସମସ୍ତ ୪୫ଟି ସରକାରୀ କାର୍ଯ୍ୟାଳୟର କାମ ବର୍ତ୍ତମାନ ସଂପୂର୍ଣ୍ଣ ଡିଜିଟାଲ୍ ହୋଇପାରିଛି।

Advertisment

ସରକାରୀ କାର୍ଯ୍ୟାଳୟଗୁଡ଼ିକ କାଗଜବିହୀନ ହେବ ବୋଲି କ୍ରାଉନ୍ ପ୍ରିନ୍ସ ଶେଖ୍ ହାମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ୍‌ ମାଖତୁମ୍ ଘୋଷଣା କରିଛନ୍ତି। ଏହା ଦ୍ୱାରା ଲକ୍ଷ ଲକ୍ଷ ଡଲାର ସଞ୍ଚୟ ହେବ ଏବଂ ଶାରୀରିକ ପରିଶ୍ରମ ମଧ୍ୟ କମିଯିବ ବୋଲି ସେ କହିଛନ୍ତି। କ୍ରାଉନ୍ ପ୍ରିନ୍ସ କହିଛନ୍ତି ଯେ ଆସନ୍ତା ୫୦ ବର୍ଷ ମଧ୍ୟରେ ଦୁବାଇରେ ଡିଜିଟାଲ୍ ଜୀବନକୁ ଅଧିକ ସୁବିଧାଜନକ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି।

ପର୍ଯ୍ୟାବରଣ ସହିତ ଆର୍ଥିକ ଫାଇଦା:

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାଗଜବିହୀନ ଶାସନ ହେତୁ ପ୍ରତିବର୍ଷ ୩୩.୬ କୋଟି କାଗଜପତ୍ର ବଞ୍ଚିଯିବ ଏବଂ ଏହି କାରଣରୁ ଦୁବାଇ ସରକାରର ଏହି ପଦକ୍ଷେପ ହେତୁ ପ୍ରତିବର୍ଷ ପ୍ରାୟ ୨୭୦୦ କୋଟି ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବ। ଏହାଛଡା କାଗଜ ବ୍ୟବହାର ହ୍ରାସ ପାଇବା ହେତୁ ଏହାର ଉତ୍ପାଦନରେ ମଧ୍ୟ ପ୍ରଭାବ ପଡିବ। କାଗଜ ତିଆରି ପାଇଁ ଅନେକ ଗଛ ବଳିପଡିବାରୁ ମଧ୍ୟ ରକ୍ଷା ମିଳିବ।

Advertisment

ଏହା ବ୍ୟତୀତ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୧୪ ଲକ୍ଷ ଶ୍ରମ ଘଣ୍ଟା କମିଯିବ। ଦୁବାଇରେ ସରକାରୀ କାର୍ଯ୍ୟ କାଗଜବିହୀନ କରିବାର ଆରମ୍ଭ ୨୦୧୮ରେ ଆରମ୍ଭ ହୋଇଥିଲା, ଯାହା ବର୍ତ୍ତମାନ ଏହାର ଲକ୍ଷ୍ୟ ହାସଲ କରିଛି। କ୍ରାଉନ୍ ପ୍ରିନ୍ସ ଶେଖ୍ ହାମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ୍ ମାଖତୁମ୍ କହିଛନ୍ତି ଯେ ଲୋକଙ୍କ ଜୀବନକୁ ଡିଜିଟାଇଜ୍ କରିବା ପାଇଁ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନୂତନ ଜୀବନ ହେବ।

କ୍ରାଉନ୍ ପ୍ରିନ୍ସଙ୍କ ଅନୁଯାୟୀ, ପୂର୍ଣ୍ଣ ଡିଜିଟାଇଜେସନ୍ ସମସ୍ତ ବାସିନ୍ଦାଙ୍କ ପାଇଁ ସ୍ମାର୍ଟ ସିଟି ଅଭିଜ୍ଞତାକୁ ଆହୁରି ବଢାଇବ ଏବଂ କାଗଜପତ୍ର କାରବାରର ଆବଶ୍ୟକତାକୁ ଦୂର କରିବ। ଆମେରିକା, ବ୍ରିଟେନ ଏବଂ କାନାଡା ପରି ଦେଶ ଡିଜିଟାଇଜେସନ୍ ଆଡକୁ ଗତି କରୁଛନ୍ତି, କିନ୍ତୁ ସାଇବର ଆକ୍ରମଣର ସମ୍ଭାବନା ହେତୁ ଏହି କାର୍ଯ୍ୟ ସେମାନଙ୍କ ପାଇଁ କଷ୍ଟସାଧ୍ୟ ପ୍ରମାଣିତ ହେଉଛି। ଅବଶ୍ୟ, ଦୁବାଇର ସମସ୍ତ ୪୫ଟି ସରକାରୀ ବିଭାଗରେ ୧୮୦୦ରୁ ଅଧିକ ଡିଜିଟାଲ୍ ସେବା ଯୋଗାଇ ଦିଆଯାଉଛି ଏବଂ ୧୦,୫୦୦ରୁ ଅଧିକ କାରବାର କରାଯାଉଛି।

Ajab Gajab
Advertisment
Advertisment