Advertisment

ଭୁବନେଶ୍ୱର RMRC କ୍ୟାମ୍ପସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (RMRC) ପରିସରରେ ରବିବାର ଅଗ୍ନିକାଣ୍ଡ ଘଟିଛି। RMRC ପରିସରରେ ଥିବା ଏକ ଷ୍ଟୋର ରୁମ୍‌ରେ ନିଆଁ ଲାଗି ଯାଇଥିଲା।

author-image
Manoranjan Behera
RMRC

RMRC

ଭୁବନେଶ୍ବର RMRC କ୍ୟାମ୍ପସ ପରିସରରେ ଅଗ୍ନିକାଣ୍ଡ । RMRC କ୍ୟାମ୍ପସ ପରିସରରେ ଥିବା ଷ୍ଟୋର ରୁମରେ ଲାଗିଯାଇଥିଲା ନିଆଁ । ବ୍ୟବହୃତ ସାମଗ୍ରୀ ଓ ବ୍ୟବହୃତ କୋଭିଡ୍ ସାମ୍ପଲ କିଟ୍ ଏହି ଷ୍ଟୋର ରୁମରେ ଥିଲା । ଏସବୁ ଜିନିଷରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି । ଦୀର୍ଘ ଦୁଇ ଘଣ୍ଟା ଧରି ନିଆଁର ପ୍ରଭାବ ରହିଥିଲା । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କେହି ବି ମୃତାହତ ହୋଇନାହାନ୍ତି ।

Advertisment

RMRC ଜଣେ କର୍ମଚାରୀ କହିଛନ୍ତି, ନିଆଁ ଲାଗିବା ନେଇ ଆମେ ଅଗ୍ନିଶମବାହିନୀଙ୍କୁ ଜଣାଇବା ପରେ ସେମାନେ ପ୍ରାୟ ୧୦ ମିନିଟ ଭିତରେ ପହଞ୍ଚି ଯାଇଥିଲେ। ଏହି ଷ୍ଟୋର ରୁମ୍‌ରେ କେବଳ ବ୍ୟବହାର ହୋଇସାରିଥିବା ଜିନିଷ ରଖାଯାଇଥିଲା। ବହୁ ପରିମାଣରେ କାଗଜ ପେଟି, ନଷ୍ଟ ହୋଇସାରିଥିବା ପ୍ଲାଷ୍ଟିକ୍ ଜିନିଷ, ଅବ୍ୟବହୃତ ଟେବୁଲ ଓ ଚୌକି ଆଦି ଏଠାରେ ଥିଲା। ପ୍ଲାଷ୍ଟିକ ଜିନିଷ ଗୁଡ଼ିକ ଥିବାରୁ ନିଆଁ ଲିଭାଇବାକୁ ଟିକେ ଅଧିକ ସମୟ ଲାଗିଥିଲା।

RMRC Bhubaneswar
Advertisment
Advertisment