• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅତି କମ୍‌ ଦିନ ଭିତରେ ସୋସିଆଲ ମିଡିଆ ସେନସେସନ୍‌ ପାଲଟି ଯାଇଥିବା ଟୁଙ୍ଗୁରୁ ଭୋଳ ଓ ବର୍ଷା ନାମରେ ମାମଲା । ଉଭୟଙ୍କ ସମ୍ପର୍କକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଥିବା ବେଳେ ଅଟୋରେ ଯିବାପାଇଁ ଝିଅବୋହୂ ମାନେ ଭୟଭୀତ ହେଲେଣି । ଆଗାମୀ ଦିନରେ ଯୁବପିଢ଼ୀ ଯେପରି ପଥଭ୍ରଷ୍ଟ ନହେବେ ସେଥିପାଇଁ କଟକ ନିଶ୍ଚିତକୋଇଲି ଥାନାରେ ସାଲେପୁରର କିଛି ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ବିଶ୍ୱାସ୍‌ ଫାଉଣ୍ଡେସନର ସାମାଜିକ କର୍ମୀମାନେ ଅଭିଯୋଗ କରାଯିବା ସହ ଯଥାଶୀଘ୍ର ଟୁଙ୍ଗୁରୁ ଓ ବର୍ଷାଙ୍କ ଉପରେ ତିଆରି ହୋଇଥିବା ଗୀତ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ।

ଓଡ଼ିଶାରେ ବର୍ତ୍ତମାନ ଅନ୍ୟ ଖବର ଉପେ ଯେତିକି ନଜର ନାହିଁ, ଟୁଙ୍ଗୁରୁ ଭୋଳ ଉପରେ ତା’ଠାରୁ ଅଧିକ ନଜର । ଅଳ୍ପ କିଛି ଦିନ ଭିତରେ ହିଁ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରେମିକା ବର୍ଷାଙ୍କ ସହ ସମ୍ପର୍କ ରଖିବା ପରେ ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ କୁଆଡେ ଚାଲିଯାଇଥିଲେ । ଫଳରେ ବର୍ଷା ଅନ୍ୟ ଉପାୟ ନପାଇ ଥାନାକୁ ଯାଇ ଅଭିଯୋଗ କରିଥିଲେ । ବରଣମାଳା ଓ ଶଙ୍ଖା ସିନ୍ଦୁର ଧରି ପହଞ୍ଚି ଥାନାରେ ପହଞ୍ଚିଥିଲେ । ଥାନାରେ ବିବାହ କରିବାକୁ ଜିଦ୍‌ ଧରିଥିଲେ ।

ଆଉ ତା’ପର ଠାରୁ ହିଁ ରାତାରାତି ଯେପରି ଷ୍ଟାର ପାଲଟିଗଲେ ଟୁଙ୍ଗୁରୁ ଓ ବର୍ଷା । ନିତି ପ୍ରତିଦିନ ସେମାନଙ୍କ ସମ୍ପର୍କରେ ଖବର ପ୍ରସାରଣ ହେଲେ । ଲୋକେ ଉଭୟଙ୍କୁ ଦେଖିଲେ ସେଲିବ୍ରିଟି ପରି ସେଲଫି ନେଉଥିଲେ । ଏପରିକି ତାଙ୍କ ପାଖକୁ ସିନେମା ଓ ଗୀତ ଗାଇବାର ଅଫର ମଧ୍ୟ ଆସିଲା ।

ଅନ୍ୟପଟେ ଟୁଙ୍ଗୁରୁ ବର୍ଷାଙ୍କ ପ୍ରେମକୁ ଅସ୍ୱୀକାର କରୁଥିବା ବେଳେ ବର୍ଷା କିନ୍ତୁ ଫୋନ ରେକର୍ଡି ମାଧ୍ୟରେ ସତ ସାମ୍ନାକୁ ଆଣିଥିଲେ । ବର୍ଷା ବୟସରେ ବଡ଼ ହୋଇଥିବାରୁ ଟୁଙ୍ଗୁରୁ ସହିତ ବିବାହ କରାଇବା ପାଇଁ ଘର ଲୋକ ରାଜି ହେଉନଥିଲେ । ଆଉ ଏଥିପାଇଁ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ତେବେ ଏହି ଘଟଣା ବର୍ତ୍ତମାନ ଏତେ ଚର୍ଚ୍ଚାର ବିଷୟ ପାଲଟିଛି ଯେ ଯୁବପିଢ଼ୀଙ୍କ ମାନସିକତାକୁ ଏହା ପ୍ରଭାବିତ କରିପାରେ ଚିନ୍ତା କରି କିଛି ଲୋକ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ।