Advertisment

ଏଣିକି କାର୍‌ ପଛ ସିଟ୍‌ରେ ବସିଲେ ବି ପିନ୍ଧିବେ ସିଟ୍‌ ବେଲ୍ଟ; ନ ହେଲେ ଗଣିବେ ୧,୦୦୦ ଟଙ୍କା ଫାଇନ୍‌

ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ୮ରୁ କମ୍ ସିଟ୍‌ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ସାମ୍ନାକୁ ମୁହଁ କରି ବସୁଥିବେ ସେମାନେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rear Seat Belt Rule compulsory

Fines For No Seatbelt In Rear Seat

କାର୍‌ ପଛ ସିଟ୍‌ରେ ବସିଲେ ବି ପିନ୍ଧିବାକୁ ପଡ଼ିବ ସିଟ୍ ବେଲ୍ଟ। ନ ହେଲେ ଫାଇନ୍ ଦେବାକୁ ପଡ଼ିବ। ଓଡ଼ିଶାରେ ବି ଏହି ନିୟମ ବାଧ୍ୟତାମୂଳକ ହେବ।  ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି। ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ୮ରୁ କମ୍ ସିଟ୍‌ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ସାମ୍ନାକୁ ମୁହଁ କରି ବସୁଥିବେ ସେମାନେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ।

Advertisment

ଯେଉଁମାନେ କାର୍‌ରେ ପଛରେ ବସିଥିବେ ଓ ସିଟ୍‌ ବେଲ୍ଟ ପିନ୍ଧି ନଥିବେ ଚେକିଂ ବେଳେ ଧରାପଡ଼ିଲେ ଡ୍ରାଇଭରଙ୍କ ଠାରୁ ୧୦୦୦ଟଙ୍କା ଜରିମାନା ଆଦାୟ ହେବ। ସେହିପରି ଗାଡ଼ି ପଛ ସିଟ୍ କଭର ଯେପରି ସିଟ୍ ବେଲ୍ଟ ପିନ୍ଧିବାରେ ବାଧକ ନ ସାଜେ ତାହାକୁ ଫିଟ୍‌ନେସ୍‌ ବେଳେ ଯାଞ୍ଚ କରିବାକୁ କୁହାଯାଇଛି।  କାର୍‌ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟର ପରିବହନ କମିଶନରଙ୍କୁ ଚିଠି ଲେଖି ସିଟ୍ ବେଲ୍ଟ ପିନ୍ଧିବା ନିୟମ କଡ଼ାକଡ଼ି କରିବାକୁ କୁହାଯାଇଥିଲା। 

ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଇରସ୍ ମିସ୍ତ୍ରୀ ଓ କୋ-ପାସେଞ୍ଜର ଜେହାଙ୍ଗିର ପାଣ୍ଡୋଲେ କେହିବି ସିଟ୍‌ ବେଲ୍ଟ ପିନ୍ଧି ନଥିଲେ। ଗାଡ଼ିର ପଛ ସିଟ୍‌ରେ ସାଇରସ୍‌ ବସିଥିଲେ। ଗତ ରବିବାର ମହାରାଷ୍ଟ୍ର ପାଲଘର ନିକଟ ଚାରୋତି ଅଞ୍ଚଳରେ କାର୍‌ ଦୁର୍ଘଟଣାରେ ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି।

Advertisment

୨୦୨୪ ସୁଦ୍ଧା ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦%କୁ ହ୍ରାସ କରିବାକୁ ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ହାଇୱେ ପୋଲିସ୍‌ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣାରେ ୫୯,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦,୦୦୦ ଗୁରୁତର ଆହତ ହୋଇଛନ୍ତି।

'Road accidents in India - 2020' ରିପୋର୍ଟ ଅନୁସାରେ, ସିଟ୍‌ ବେଲ୍ଟ ନପିନ୍ଧିବା ଯୋଗୁ ୧୧%ରୁ ଅଧିକ ମୃତ୍ୟୁ ଓ ଆହତ ହୋଇଥିବା ବେଳେ ୩୦.୧% ମୃତ୍ୟୁ ଓ ୨୬% ଆହତ ହେଲ୍‌ମେଟ୍‌ ନପିନ୍ଧିବା ଯୋଗୁ ହୋଇଛି। ୨୦୨୦ ମସିହାରେ ଏହି ଦୁର୍ଘଟଣା ଘଟିଛି। 

Car Accident Seatbelt In Rear Seat
Advertisment
Advertisment