/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639913896.jpg)
Father gifts two year old son land on moon
ପ୍ରତ୍ୟେକ ପିତା ନିଜ ପିଲାର ଜନ୍ମଦିନରେ କିଛି ବିଶେଷ ଉପହାର ଦେବାକୁ ଇଚ୍ଛା କରନ୍ତି। ମଧ୍ୟପ୍ରଦେଶର ସତନାରେ ମଧ୍ୟ ଜଣେ ବ୍ୟକ୍ତି ତାଙ୍କ ଦୁଇ ବର୍ଷର ପୁଅକୁ ଜନ୍ମଦିନରେ ଏକ ଜମି କିଣି ଉପହାର ଦେଇଛନ୍ତି। ଭରହୁତଗରରେ ରହୁଥିବା ଅଭିଲାଷ ମିଶ୍ରା ବାଙ୍ଗାଲୋରର ଏକ କମ୍ପାନୀରେ ଆଞ୍ଚଳିକ ପରିଚାଳକ ଭାବରେ କାର୍ଯ୍ୟ କରନ୍ତି। ଦିନେ ସେ ଜାଣିବାକୁ ପାଇଲେ ଯେ ଲୋକମାନେ ଚନ୍ଦ୍ରରେ ଜମି କିଣୁଛନ୍ତି, ତା’ପରେ ସେ ମଧ୍ୟ ଚନ୍ଦ୍ରରେ ଜମି କିଣିବାକୁ ସ୍ଥିର କଲେ। ଯେତେବେଳେ ସେ ଇଣ୍ଟରନେଟ୍ରେ ସର୍ଚ୍ଚ କଲେ, ଏହା ଜାଣିବାକୁ ପାଇଲେ ଯେ ଆମେରିକାରେ ଏକ କମ୍ପାନୀ ଅଛି ଯାହା ଚନ୍ଦ୍ରରେ ଜମି ବିକ୍ରି କରିବା କାମ କରୁଛି।
ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ପ୍ରସିଦ୍ଧ ଲୁନା ସୋସାଇଟି ଇଣ୍ଟର୍ନ୍ୟାସନାଲ୍ ହେଉଛି ଏକ ଫାର୍ମ ଯାହା ଚନ୍ଦ୍ରରେ ଜମି ବିକ୍ରୟ ପାଇଁ କାମ କରେ। ଏହା ପରେ ପିଲାଟିର ବାପା ଇମେଲ ମାଧ୍ୟମରେ ଚନ୍ଦ୍ରରେ ଜମି ବିକ୍ରୟ କରୁଥିବା ସଂସ୍ଥା ସହିତ ଯୋଗାଯୋଗ କରିଥିଲେ। ଫାର୍ମ ତାଙ୍କୁ କହିଲା ଯେ ଚନ୍ଦ୍ରରେ ୧୨ଟି ସାଇଟ୍ ଅଛି ଯେଉଁଠାରେ ସେମାନେ ନିଜ ପସନ୍ଦର ଜମି କିଣି ପାରିବେ। ଫାର୍ମର ୱେବ୍ସାଇଟ୍ ଚନ୍ଦ୍ରର ୧୨ ଟି ସ୍ଥାନ ଦେଖାଇଲା, ଯାହାର ମୂଲ୍ୟ ଭିନ୍ନ ଥିଲା। ଏହାପରେ ଅଭିଲାଷ ଚନ୍ଦ୍ର ଆଲପ୍ସରେ ତାଙ୍କ ପୁଅଙ୍କ ନାମରେ ଏକ ଏକର ଜମି କିଣିବାକୁ ସ୍ଥିର କଲେ।
ଏଥିପାଇଁ ସେ ଜମିର ମୂଲ୍ୟ ଦେଲେ। ଯାହା ପରେ ଫାର୍ମ ରେଜିଷ୍ଟ୍ରି, ସାର୍ଟିଫିକେଟ୍ ଏବଂ ଏହା ସହ ଜଡିତ କିଛି ଡକ୍ୟୁମେଣ୍ଟ୍ ମଧ୍ୟ ପଠେଇଥିଲେ। ତାଙ୍କ ପୁଅର ଜନ୍ମଦିନରେ ଅଭିଲାଷ ତାଙ୍କ ପୁଅକୁ 'ଚାନ୍ଦ କା ଟୁକଡା' ଉପହାର ଦେଇଥିଲେ। ନିଜ ଘରେ ସର୍ପ୍ରାଇଜ୍ ଦେବାକୁ ଅଭିଲାଷ ଚାହୁଁଥିବା କହିଛନ୍ତି। ସେଥିପାଇଁ ସେ ନିଜ ପରିବାରର କାହାକୁ ଏ ବିଷୟରେ କିଛି କହି ନ ଥିଲେ। ଯେତେବେଳେ ତାଙ୍କ ପତ୍ନୀ ଏ ବିଷୟରେ ଜାଣିଲେ, ସେତେବେଳେ ତାଙ୍କର ଖୁସି କହିଲେ ନସରେ। ଅଭିଲାଷ କହିଛନ୍ତି ଯେ ଚନ୍ଦ୍ରରେ ଆମ ପୁଅକୁ ଜମି ଦେଇ ଆମେ ଖୁବ ଗର୍ବିତ। ଏହି ଜମିର ଦଲିଲ ସହିତ ପୁଅ ଚନ୍ଦ୍ରରେ ନାଗରିକତା ମଧ୍ୟ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)