Advertisment

ରାମ୍ପରେ ଚାଲିଲେ ବୟସ୍କ ପୁରୁଷ ଓ ମହିଳା

ସୁରଟରେ ନିଆରା ଫ୍ୟାସନ୍ ଶୋ। ଏଥିରେ ସୁନ୍ଦର ସୁନ୍ଦର ମଡେଲ ନୁହଁନ୍ତି, ବରଂ ରାମ୍ପ୍‌ ୱାକ୍ କରିଥିଲେ ବୟସ୍କ ବ୍ୟକ୍ତି ଏବଂ ମହିଳାମାନେ

author-image
Pramod Behera
Fashion Show in Surat

Fashion Show in Surat

ସୁରଟରେ ନିଆରା ଫ୍ୟାସନ୍ ଶୋ। ଏଥିରେ ସୁନ୍ଦର ସୁନ୍ଦର ମଡେଲ ନୁହଁନ୍ତି, ବରଂ ରାମ୍ପ୍‌ ୱାକ୍ କରିଥିଲେ ବୟସ୍କ ବ୍ୟକ୍ତି ଏବଂ ମହିଳାମାନେ। ସୁରଟ୍‌ରେ ଏକ ଏନ୍‌ଜିଓ ଏବଂ ଫ୍ୟାଶନ୍‌ ଡିଜାଇନ୍ ଇନ୍‌ଷ୍ଟିଚ୍ୟୁଟ୍ ତରଫରୁ ଏହି ଶୋର ଆୟୋଜନ କରାଯାଇଥିଲା। ଏଥିରେ ବୟସ୍କ ବ୍ୟକ୍ତିମାନେ ସଂଗୀତର ତାଳେ ତାଳେ ବେକରେ ରୁଦ୍ରାକ୍ଷ ମାଳ ପକାଇ ବୁଦ୍ଧ, ଶାନ୍ତି ଲେଖା ହୋଇଥିବା ଖଦୀ ପୋଷାକ ପିନ୍ଧି ରାମ୍ପ୍‌ ୱାକ୍ କରିଥିଲେ। ସେହିପରି ମହିଳାମାନେ ମଧ୍ୟ ବିଭିନ୍ନ ପ୍ରକାରର ଡିଜାଇନ୍‌ର ଶାଢୀ, ଡ୍ରେସ୍‌ ପିନ୍ଧି ନାଚି ନାଚି ରାମ୍ପ ୱାକ୍‌ କରିଥିଲେ।

Advertisment

ଏହି ଫ୍ୟାସନ ଶୋ’ର ସବୁ ପୋଷାକ ଡିଜାଇନ୍ ଆଇଡିଟି କରିଥିବା କୁହନ୍ତି ଫ୍ୟାସନ ଡିଜାଇନର୍ ଅଙ୍କିତା ଗୋଏଲ୍। ସଂସ୍ଥାର ସମସ୍ତ ଛାତ୍ରଛାତ୍ରୀ ଏଥିରେ ସହଯୋଗ କରିଥିଲେ। ବରିଷ୍ଠ ନାଗରିକମାନଙ୍କ ମନରେ ଉତ୍ସାହ ଆଣିବା ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ସେ କୁହନ୍ତି। ଏହି କାର୍ଯ୍ୟକ୍ରମ ମଧ୍ୟରେ ସେମାଙ୍କ ମନରେ ଯୁବକ ବେଳର ଭାବନା ଜାଗ୍ରତ କରିବା ଲକ୍ଷ ବୋଲି ଅଙ୍କିତା କହିଛନ୍ତି।

Fashion Show Surat
Advertisment
Advertisment