/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685117655.jpg)
power tiller subsidy
ବହୁ ଆଡମ୍ବରରେ ଲଘୁକ୍ରିୟା । ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି, ଆଉ ତାକୁ ନେଇ ବହୁ ଆଡମ୍ବର ସହକାରେ ଚାଷୀ ଓ ବିଭିନ୍ନ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ପ୍ରୋତ୍ସାହନ ଦିଆଯିବା ନେଇ ବେଶ ପ୍ରଚାର ହେଲା । ଏପରିକି ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସବସିଡି ଆକାରରେ ଚାଷୀ ଉପକରଣ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦିଆଉଥିବା ସଭା ମଞ୍ଚରେ ନିଜେ ମନ୍ତ୍ରୀ ଓ କୃଷି ବିଭାଗ ପ୍ରମୁଖ ସଚିବ ବାହାସ୍ପୋଟ ମାରିଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ଠିକ ଓଲଟା । ସବସିଡି ଆଶାରେ ଚାଷୀଉପକରଣ ନେଇଥିବା ଚାଷୀ ଏବେ ସବସିଡି ପାଇବା ପାଇଁ ବ୍ୟାଙ୍କ ଓ କୃଷି ବିଭାଗର ଦ୍ୱାରସ୍ଥ ହୋଇ ନୟାନ୍ତ ହେଲେ । ହେଲେ ଏଯାଏଁ କିଛି ବି ସୁଫଳ ମିଳିପାରିନି।
ମନଧର ନାୟକ, ଘର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚଣ୍ଡାଳଗୁଡାରେ । ମନଧରଙ୍କ ପରିବାର ବାପ-ଜେଜେ ଅମଳରୁ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ।ସେହି କ୍ରମରେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ କୃଷି ଉପକରଣ ସବସିଡିରେ ଦିଆଯାଉଥିବା ଜାଣିପାରି ମନଧରଙ୍କ ସ୍ତ୍ରୀ ଚନ୍ଦ୍ରମା ନାୟକ ସବସିଡିରେ ଏକ ପାୱାର ଟିଲର ଆଣିଥିଲେ । ଧାର ଉଦ୍ଧାର କରି ପାୱାର ଟ୍ରଲର କିଣିଦେଲେ ସିନା ହେଲେ କୃଷି ବିଭାଗଠାରୁ ଆରମ୍ଭ କରି ବ୍ୟାଙ୍କ... ଦୌଡିଦୌଡି ମିଳିଲାନି ସବସିଡି । ସେହିପରି ବୋରିଗୁମ୍ମା ବ୍ଲକ ଆମଲିଗୁଡାର କୃଷ୍ଣ ଅମାନତ୍ୟ ସବସିଡିରେ ପାୱାର ଟିଲର ନେଇଥିଲେ ସେ ବି ସମାନ ଦଶା ଭୋଗୁଛନ୍ତି । ଯାହାକି ସବସିଡି ଟଙ୍କା ପାଇବା ପାଇଁ ବ୍ୟାଙ୍କରୁ କୃଷି ବିଭାଗ କାର୍ଯ୍ୟାଳୟ ଦୌଡି ଦୌଡି ଫଳ ଶୂନ୍।
ସେହିପରି କୋରାପୁଟ ଜିଲ୍ଲା ଲକ୍ଷ୍ଣୀପୁର ବ୍ଲକର କିଛି ଚାଷୀଙ୍କୁ ପାୱାର ୱିଡର ସବସିଡିରେ ଦେଇ ଏଯାଏଁ ସବସିଡି ପ୍ରଦାନ କରାଯାଇନାହିଁ । ଫଳରେ ସବସିଡି ପାଇବା ଆଶାରେ ଚାଷୀମାନେ ଧାର ଉଦ୍ଧାର କରି ଚାଷୀଉପକରଣ ଆଣିବା ପରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭାଗୀୟ ନିର୍ବାହୀଯନ୍ତ୍ରୀ କହିଛନ୍ତି, ଅନେକ ଚାଷୀଙ୍କ ସବସିଡି ଆକାଉଣ୍ଟକୁ ଯାଇଛି ଆଉ କିଛି ବ୍ୟାଙ୍କିଙ୍ଗ ସମସ୍ୟା ସହ କିଛି ହିତାଧିକାରୀ ଚାଷୀଙ୍କ ଉପକରଣ ନେଇ ତଦନ୍ତ ଜାରି ରହିଛି । ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରାଯାଇ ସବସିଡି ଟଙ୍କା ପ୍ରଦାନ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)