/odishatv-khabar/media/post_attachments/uploadimage/library/16_9/16_9_0/Sambalpur_1636168174.jpg)
Sambalpur
ସମ୍ବଲପୁର(ସଂଜୟ ଜେନା) ସର୍ବଭାରତୀୟ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା-ନିଟରେ ୬୨୦୩ ରାଙ୍କ ରଖିବା ଛୋଟିଆ କଥା ନୁହେଁ। ଲକ୍ଷ ଲକ୍ଷ ପିଲାଙ୍କ ଭିତରେ ରାଙ୍କ ରଖି ଡାକ୍ତରୀ ପଢ଼ିବା ଭଳି ସଫଳତା ଚାଷୀ ପରିବାରର ପିଲାଟି ପାଇଁ ଅନେକ ମହତ୍ତ୍ୱ ରଖେ। ସମ୍ବଲପୁର ଜିଲ୍ଲା ହୁମା ପଞ୍ଚାୟତ କନବାର ଗାଁର ଦେବାଶିଷ ଏବେ ନିଟରେ ସଫଳତା ପାଇ ଡାକ୍ତରୀ ପଢ଼ିବାକୁ ଯାଉଛନ୍ତି। ବାପା ଚାଷ କରୁଥିବାବେଳେ ମାଆ ବିଡ଼ି ବାନ୍ଧି ପରିବାର ପୋଷନ୍ତି। ତାରି ଭିତରେ ଦେବାଶିଷଙ୍କ ଏ ସଫଳତା ସମସ୍ତଙ୍କୁ ଆନନ୍ଦ ଆଣି ଦେଇଛି।
ସର୍ବଭାରତୀୟ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା-ନିଟରେ ସଫଳତା ପାଇଥିବା ସମ୍ବଲପୁର ହୁମାର ଦେବାଶିଷଙ୍କ ପାଇଁ ଆଜି ପରିବାରରେ ଖୁସି କହିଲେ ନ ସରେ। ବାପା ଚାଷ କରୁଥିବା ବେଳେ ମାଆ ବିଡ଼ି ବାନ୍ଧିଲେ ପରିବାର ଚଳେ। ବାପାମାଆ ଦୁହିଙ୍କ ସ୍ୱଳ୍ପ ରୋଜଗାରରେ ପରିବାର ଚଳାଇବା ଖୁବ୍ କଷ୍ଟକର । ଆଉ ତାରି ଭିତରେ ନିଜର ନିଷ୍ଠା ଓ ଉଦ୍ୟମ ଯୋଗୁଁ ନିଟରେ ୬୨୦୩ ରାଙ୍କ ରଖି ସଫଳ ହୋଇଛନ୍ତି ଦେବାଶିଷ। ପିଲାଟି ବେଳୁ ପାଠରେ ଆଗ୍ରହ ରଖିଥିବା ଦେବାଶିଷ ଅନେକ ଦୁଃଖ ଓ କଷ୍ଟକୁ ସହିଛନ୍ତି। ଡାକ୍ତର ହେବାର ସ୍ୱପ୍ନ ଦେଖି ପ୍ରଥମ ଥର ଏଣ୍ଟ୍ରାନ୍ସ ଦେବାକୁ କୋଚିଂ ଆରମ୍ଭ କରିଥିଲେ। ହେଲେ କରୋନା କଟକଣା ଯୋଗୁଁ ସେସବୁ ବନ୍ଦ ହୋଇଗଲା ତା ପରେ ଗାଁରେ ଘରେ ରହି ୟୁଟ୍ୟୁବ୍ ଓ ଅନଲାଇନରେ ପାଠ ପଢ ସଫଳ ହୋଇଛନ୍ତି।
Also Read
ଦେବାଶିଷଙ୍କ ଏ ସଫଳତା ପଛରେ ତାଙ୍କ ଶିକ୍ଷକଙ୍କ ଅବଦାନ ବି କମ୍ ନୁହଁ। ଦେବାଶିଷ ହାଇସ୍କୁଲରେ ପଢୁଥିବାବେଳେ ସଡ଼କ ଦୁର୍ଘଟଣାରେ ବାପା ଆହତ ହୋଇ ବେଡରେ ୨ ବର୍ଷ ଯାଏ ପଡ଼ି ରହିଲେ। ସେତିକିବେଳେ ଅର୍ଥ ଅଭାବରୁ ପାଠରେ ଡୋରି ବାନ୍ଧିବାକୁ ଯାଉଥିଲେ ଦେବାଶିଷ। ହେଲେ ସ୍କୁଲର ପ୍ରଧାନସିକ୍ଷକ ଚିତ୍ତରଞ୍ଜନ ପ୍ରଧାନ ତାଙ୍କ ଦାୟିତ୍ୱ ନେଲେ। ମାଟ୍ରିକ ପାସ୍ କରିବା ପରେ ଘରୋଇ କଲେଜରେ ରଖି ଯୁକ୍ତ ୨ ମଧ୍ୟ ପଢ଼ାଇଲେ। ତା ପରେ କୋଚିଂ ବ୍ୟବସ୍ଥା ବି କରିଥିଲେ। କରୋନା ପାଇଁ କୋଚିଂ ବନ୍ଦ ହୋଇଯିବାରୁ ଘରେ ରହି ପାଠ ପଢୁଥିଲେ ଦେବାଶିଷ। ଆଗକୁ ଡାକ୍ତରୀ ପଢ଼ିବା ଲାଗି ମଧ୍ୟ ସହଯୋଗ କରିବେ ବୋଲି କଥା ଦେଇଛନ୍ତି ହେଡ୍ ସାର୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)