Advertisment

ପରିଶ୍ରମର ଛାତି ଉପରେ ଟ୍ରାକ୍ଟର ଚଢାଇଦେଲେ ଚାଷୀ

ଏ ଦୃଶ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ଉପହାସ।

ଅଦ୍ୟତନ ହୋଇଛି
Farmers Destroys Cabbage Crop

farmer destroys acres of cabbage cultivation over distressed sale

Advertisment

ବନ୍ଧା କୋବି ବିଲରେ ଟ୍ରାକ୍ଟର ଚଢ଼ାଇଦେଲେ ଚାଷୀ। ଏକର ଏକର ଚାଷଜମିରେ ଟ୍ରାକ୍ଟର ଚଢ଼ାଇ ସବୁ ଫସଲକୁ ନଷ୍ଟ କରିଦେଲେ। ବରଗଡ଼ ଜିଲ୍ଲା ସଦର ବ୍ଲକ ଗଞ୍ଝିଆଟିକ୍ରା ଗାଁରୁ ଆସିଛି। ଏଭଳି ଅଭାବନୀୟ ଦୃଶ୍ୟ ଯେଉଁଠି କ୍ଷେତ ସାରା ପ୍ରଚୁର ପରିମାଣରେ ବନ୍ଧା କୋବି ଅମଳ ପାଇଁ ଅନେଇ ବସିଥିବା ବେଳେ ଆଜି ଚାଷୀ କ୍ଷୁବ୍ଧହୋଇ ରାଗରେ ଟ୍ରାକ୍ଟର ଚଢ଼ାଇ ଦେଇଛନ୍ତି।

Advertisment

ବହୁ କଷ୍ଟରେ ପାଣି ମଡ଼ାଇ ଖତ ସାର ଦେଇ ଚାଷ କରିଥିଲେ ବି ମୂଳଧନ ଉଠୁନି। ବନ୍ଧା ଗୋଟିକୁ ଟଙ୍କେ ଦେଢ଼ଟଙ୍କାରେ ବି ବିକ୍ରି ହେଉନି। ଶେଷରେ ଏମିତି ଭୟଙ୍କର ଅଭାବୀବିକ୍ରି କାରଣରୁ ଚାଷୀ ଆଜି ଜମିରେ ଟ୍ରାକ୍ଟର ଚଢ଼ାଇବାକୁ ବାଧ୍ୟ ହୋଇଛି। ଦୀର୍ଘ ଦିନ ଧରି ବରଗଡ଼ରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଁଇ ଚାଷୀ ଦାବି କରି ଆସୁଥିଲେ ବି ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରୁନି।

ଅଧିକ ପଢ଼ନ୍ତୁ: ରୋଜଗାର ଦେଉଛି ଜିଆ ଖତ ! ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଆଦିବାସୀ ମହିଳା

Advertisment

ଖାଲି ସେତିକି ନୁହେଁ, ଧାନର ଯେମିତି ସର୍ବନିମ୍ନ ସହାୟକ ମୂଲ୍ୟ ଅଛି, ସେମିତି ପନିପରିବାର ମଧ୍ୟ MSP ଧାର୍ଯ୍ୟ କରାଯାଉ ବୋଲି ଚାଷୀ ଦାବି କରିଛନ୍ତି। ଏ ଦୃଶ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ଉପହାସ। ସତେ ଯେମିତି ଚାଷୀ ଜମି କୋବି କ୍ଷେତରେ ଟ୍ରାକ୍ଟର ଚଢ଼ାଉନି ବ୍ୟବସ୍ଥା ଉପରେ ଟ୍ରାକ୍ଟର ଚଢ଼ାଉଛି।

Farmer Cabbage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ