Advertisment

ପଶୁଙ୍କ ଭଳି ଚାଲୁଛନ୍ତି ଏହି ପରିବାର

ମଣିଷ କେବେ ପଶୁଙ୍କ ଭଳି ଚାଲି ଦେଖିଛନ୍ତି କି। ବୋଧହୁଏ ନା। ମଣିଷ ଦୁଇ ଗୋଡରେ ଚାଲେ। କିନ୍ତୁ ଏ ଦୁନିଆରେ ଏମିତି ଏକ ପରିବାର ଅଛି ଯାହାର ସମସ୍ତ ସଦସ୍ୟ ହାତ ଓ ଗୋଡ ବ୍ୟବହାର କରି ଚାଲନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Family walk like animals using hand and legs

Family walk like animals using hand and legs

ପିଲାମାନେ ପ୍ରାୟତଃ ଏମିତି ଏକ ପ୍ରଶ୍ନ ପଚାରନ୍ତି ଯେ ପଶୁମାନେ କିପରି ଚାରି ଗୋଡରେ ଚାଲନ୍ତି ଏବଂ ମଣିଷ କାହିଁକି ହାତ ଓ ଗୋଡ ସାହାଯ୍ୟରେ ଚାଲେ ନାହିଁ। ସେହିପରି ପଶୁମାନେ ମଧ୍ୟ ମଣିଷକୁ ଦେଖି ଭାବୁଥିବେ ଯେ ସେମାନେ ମଧ୍ୟ ଦୁଇ ଗୋଡରେ ଚାଲିପାରନ୍ତେ କି! କିନ୍ତୁ ଆପଣ କ’ଣ କେବେ ଦେଖିଛନ୍ତି କି ଜଣେ ମଣିଷ ନିଜ ହାତ ଓ ଗୋଡ ଦ୍ୱାରା ଚାଲିବା। ବୋଧହୁଏ ଆପଣ ଏହା କେବେ ଦେଖି ନଥିବେ।

Advertisment

ଆଜି ଆମେ ଆପଣଙ୍କୁ ଏମିତି ଏକ ପରିବାର ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ହାତ ଓ ଗୋଡ ବ୍ୟବହାର କରି ପଶୁଙ୍କ ପରି ଚାଲନ୍ତି। ବୈଜ୍ଞାନିକମାନେ ମଧ୍ୟ ସେମାନଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ଏହି ବିଚିତ୍ର ପରିବାର ତୁର୍କୀର ଏକ ଛୋଟ ଗାଁରେ ରୁହନ୍ତି। ଏହି ପରିବାରର ଲୋକମାନେ ଦୁଇ ପାଦରେ ନୁହେଁ ବରଂ ହାତ ଓ ପାଦ ବ୍ୟବହାର କରି ଚାଲନ୍ତି। ସେମାନଙ୍କୁ ଦେଖିବା ପରେ ଲାଗେ ସତେ ଯେପରି ହଜାରେ ବର୍ଷର ବିବର୍ତ୍ତନ ସେମାନଙ୍କୁ ପ୍ରଭାବିତ କରି ନାହିଁ। ପ୍ରାଚୀନ କାଳରେ, ତୁର୍କୀ ବୈଜ୍ଞାନିକମାନେ ଏହାକୁ ବ୍ୟାକ୍‌ୱାର୍ଡ ଇଭୋଲ୍ୟୁସନ ନାମରେ ନାମିତ କରିଥିଲେ, ଅର୍ଥାତ୍ ମାନବ ବିବର୍ତ୍ତନ ପଛକୁ ଯାଉଛି। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ସେମାନଙ୍କ ବିଷୟରେ ବୁଝିପାରିଛନ୍ତି।

Advertisment

ରେଜିଟ୍ ଓ ହେଟିସ୍ ଉଲାସଙ୍କ ପରିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁନିଆ ଆଖିରୁ ଦୂରରେ ରହିଥିଲେ ଏବଂ ଲୋକମାନେ ସେମାନଙ୍କ ବିଷୟରେ କିଛି ବି ଜାଣିପାରି ନଥିଲେ। କିନ୍ତୁ ୨୦୦୫ ମସିହାରେ ଯେତେବେଳେ ଜଣେ ବ୍ରିଟିଶ ବୈଜ୍ଞାନିକ ତୁର୍କୀ ପ୍ରଫେସରଙ୍କ ଅପ୍ରକାଶିତ ପେପର ଦେଖିଲେ, ସେତେବେଳେ ତାଙ୍କର ହୋସ୍ ଉଡ଼ିଗଲା। ଏଥିରେ ବୈଜ୍ଞାନିକମାନେ ଉଲାସ ପରିବାର ବିଷୟରେ କହିଥିଲେ, ଯାହା ‘quadrupedal locomotion' ସାହାଯ୍ୟରେ ଚାଲୁଥିଲା। ଏହାର ଅର୍ଥ ପଶୁଙ୍କ ଭଳି ଚାରି ଗୋଡରେ ଚାଲିବା। ଏହା ପରେ ସେ କହିଥିଲେ ଯେ ପରିବାରରେ ୟୁନର୍ ଟାନ୍ ସିଣ୍ଡ୍ରୋମ୍ ଅଛି ଯେଉଁଥିରେ ଲୋକମାନେ ସେମାନଙ୍କର ପାଦ ଓ ହାତ ବ୍ୟବହାର କରି ଚାଲନ୍ତି।

Family walk like animals using hand and legsପଶୁଙ୍କ ଭଳି ଚାଲୁଛନ୍ତି ଏହି ପରିବାର

ପ୍ରକାଶଥାଉ ଯେ ରିସିଟ୍ ଏବଂ ହେଟିସ୍ ଉଲାସ୍ କେବଳ ଦୁଇ ଗୋଡରେ ଚାଲୁଥିଲେ। କିନ୍ତୁ ତାଙ୍କର ୧୯ ପିଲାଙ୍କ ମଧ୍ୟରୁ ୫ ଜଣ ଏପରି ହୋଇଗଲେ ଯେ ସେମାନେ ଦୁଇ ହାତ ଓ ପାଦ ବ୍ୟବହାର କରି ଚାଲିବା ଆରମ୍ଭ କଲେ। ବର୍ତ୍ତମାନ ୨୫ରୁ ୪୧ ବର୍ଷ ଭଳି ହୋଇଥିବା ପରିବାରର ଭାଇ ଓ ଭଉଣୀମାନେ ଦୁନିଆ ସାମ୍ନାକୁ ଆସିଛନ୍ତି, କିନ୍ତୁ ଏହାପୂର୍ବରୁ ସେମାନଙ୍କୁ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡିଥିଲା।

ଗ୍ରାମବାସୀମାନେ ସେମାନଙ୍କ ଉପରକୁ ପଥର ଫିଙ୍ଗି ସେମାନଙ୍କୁ ଦୁର୍ବ୍ୟବହାର କରୁଥିଲେ, ଏହି କାରଣରୁ ଭାଇ ଓ ଭଉଣୀମାନେ କେବେ ବି ସ୍କୁଲକୁ ଯାଇପାରୁ ନଥିଲେ। ସେମାନେ କେବଳ ଘରେ ହିଁ ବୁଲୁଥିଲେ।

Ajab Gajab
Advertisment
Advertisment