/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698118390.jpg)
Family members seek for help to bring their kins body from Hyderabad
ଟଙ୍କା ପାଇଁ ହସ୍ପିଟାଲରେ ବନ୍ଧା ପଡ଼ିଛି ଭାଇର ଶବ । ଆଉ ଏପଟେ ମୃତଦେହ ଗାଁକୁ ଆଣିବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି ମୃତକଙ୍କ ୩ ଭଉଣୀ । ଗାଁ ସାରା ବୁଲି ବୁଲି ଭିକ୍ଷା ମାଗୁଛନ୍ତି । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ସଇଁତଳା ବ୍ଲକ୍ ଅନ୍ତର୍ଗତ ଧୁନକେଡ଼ା ଗାଁର ରାଜେଶ ଛତ୍ରିଆ ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଯାଇଥିଲେ। ହେଲେ ହଠାତ୍ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ପରବର୍ତ୍ତୀ ସମୟରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ହମୃତଦେହ ନେବା ପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷ ବକେୟା ୫୦ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ ।
ହେଲେ ୫୦ ହଜାର ଟଙ୍କା ଦେଇ ଶବ ଗାଁକୁ ଆଣିବା ପାଇଁ ରାଜେଶ ଛତ୍ରିଆଙ୍କ ପରିବାର ସକ୍ଷମ ହୋଇନଥିଲେ । ଶେଷରେ ଉପାୟଶୂନ୍ୟ ହୋଇ ଭାଇର ମୃତଦେହ ଗାଁକୁ ଆଣିବା ପାଇଁ ରାଜେଶଙ୍କ ୩ ଭଉଣୀ ଭିକ୍ଷା ବୃତ୍ତି କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)