MKCG
ଦିନକ ପରେ ପୁଣି MKCG ଛାତରୁ ଖସିଲା ସିଲିଂ । ବ୍ରହ୍ମପୁରରେ MKCG ମେଡିକାଲ ୱାର୍ଡ ଛାତରୁ ଖସିଲା ସିଲିଂ । ସୁପର ସ୍ପେଶାଲିଷ୍ଟ ବ୍ଲକର ତୃତୀୟ ମହଲାରେ ସିଲିଂ ଖସିଥିବା ଜଣାପଡିଛି । ତୃତୀୟ ମହଲାରେ ଥିବା ଏଣ୍ଡକ୍ରାଇନୋଲୋଜି ବିଭାଗରୁ ଖସିଛି ସିଲିଂ । ତେବେ କେହି ରୋଗୀ କିମ୍ବା ତାଙ୍କ ସଂପର୍କୀୟ ଆହତ ହୋଇ ନଥିବା ସୂଚନା ମିଳିଛି । ଗତକାଲି ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରୁ ସିଲିଂ ଖସିଥିଲା ।
ଗତକାଲି ମଧ୍ୟ ବ୍ରହ୍ମପୁର MKCG ମେଡିକାଲରେ ଏଭଳି ଅଘଟଣ ଘଟିଥିଲା । ଖସିପଡିଥିଲା ସିଲିଂ । ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରୁ ସିଲିଂ ଖସିଥିଲା । ପୂର୍ବରୁ ଏହି ମହଲାରେ ଥିବା ୟୁରୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା । ଆଉ ଏବେ ଦୁଇ ଦୁଇ ଥର ସିଲିଂ ଖସିବା ପରେ ଏହାର ନିର୍ମାଣ ନେଇ ପ୍ରଶ୍ନ ଉଠିଛି । ନିମ୍ନ ମାନର କାମ ହୋଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ମେଡିକାଲରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମଧ୍ୟ ସିଲିଂ ଖସିବା ପରେ ଭୟଭୀତ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/MKCG_1662700879.jpg)