• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀରୁ ନକଲି ସାମ୍ରାଜ୍ୟ ଠାବ । ଭୁବନେଶ୍ୱର ବରମୁଣ୍ଡା ଏବଂ ବଡଗଡବ୍ରିଟ କଲୋନୀରେ ଥିବା ଗୋଦାମ ଉପରେ ଚଢାଉ ଫଳରେ ବିପୁଳ ପରିମାଣର ଅଗରବତୀ ସହ କଞ୍ଚାମାଲ, ଯନ୍ତ୍ରପାତି ଓ ବିଭିନ୍ନ କମ୍ପାନୀର ଲୋଗୋ ଜବତ ହୋଇଛି ।

ସୂଚନା ଅନୁସାରେ, ଏହି ମାମଲାରେ ଦୁଇରୁ ଅଧିକ ଲୋକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । କପିରାଇଟ ଉଲ୍ଲଂଘନ କରୁଥିବା ଅଭିଯୋଗ ଆଧାରରେ ପୋଲିସ ଦୁଇ ଗୋଦାମରେ ତାଲ ପକାଇଛି ।

ଅଗରବତୀ ସଂସ୍ଥା ନିଜ ବ୍ରାଣ୍ଡର ନକଲି କାରବାର ନେଇ ଏକ ଘରୋଇ ସଂସ୍ଥାକୁ ଉକ୍ତ ସଂସ୍ଥା ତଦନ୍ତ କରିବାକୁ ଦେଇଥିଲା । ପୂର୍ବରୁ ଏନେଇ ଅଭିଯୋଗ ହୋଇଥିବାବେଳେ ଆଜି ଚଢାଉ କରାଯାଇଛି ।

 ଅନ୍ୟପକ୍ଷେ, ଆଜି ରାଜଧାନୀ ଭୁବନେଶ୍ୱରରୁ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଖାରବେଳ ନଗର ଅଞ୍ଚଳରୁ କମିଶନରେଟ୍‌ ପୋଲିସ୍‌ ଏହିସବୁ ଜାଲ୍‌ ନୋଟ୍‌ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ଜଣ ସତ୍ୟନାରାୟଣ ପୃଷ୍ଟି ଓ ଭୁନା ପ୍ରଧାନ ବୋଲି ଜଣାପଡିଛି । ଜବତ ସମସ୍ତ ଜାଲ୍ ନୋଟ୍ ୨ଶହ ଟଙ୍କିଆ ହୋଇଥିବା ସୂଚନା ମିଳିଛି। 

ଧୂପକାଠି ଓ ଜାଲ୍‌ ନୋଟ୍‌ ଭଳି  ଅନେକ ନକଲି ଜିନିଷ ଠାବ ହେବା ପରେ ଏବେ ପ୍ରଶ୍ନ ଉଠୁଛି କି ଏବେ ଭୁବନେଶ୍ୱର ନୂଆ ନାଁ ନକଲି ହବ୍‌ ହେବ କି ?