Advertisment

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅପାଠୁଆ କ୍ୱାକ୍ ସାଜିଛନ୍ତି ରୋଗୀଙ୍କ ଭରସା

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ରୋଗୀସେବାକୁ ଏକପ୍ରକାର କବଜା କରି ରଖିଥିବା ଏସବୁ ନକଲି ଡାକ୍ତର ଆସୁଛନ୍ତି କେଉଁଠୁ?

author-image
Chandan Shishu
ଅଦ୍ୟତନ ହୋଇଛି
Fake doctor

Fake doctor

ଅନିମେଶ ବିଶ୍ୱାସ, ରାଜୁ ମଣ୍ଡଳ, ଶମ୍ଭୁ ସରକାର, ଦୁର୍ଗା ଦିନବନ୍ଧୁ ଦାସ। ଏମାନେ ସମସ୍ତେ ବୃତ୍ତିରେ ଜଣେ ଜଣେ ତଥାକଥିତ ଡାକ୍ତର। କ୍ଲିନିକରେ ରୋଗୀ ଦେଖନ୍ତି, ଅସଲି ଡାକ୍ତରଙ୍କ ଭଳି ଔଷଧ, ଇଂଜେକ୍ସନ, ସାଲାଇନ୍ ସବୁ ସେବା ଯୋଗାଇ ଦିଅନ୍ତି କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମାନଙ୍କ ମଧ୍ୟରୁ କେହି ଜଣେ ବି ଅସଲରେ ଡାକ୍ତର ନୁହଁନ୍ତି କି କାହାରି ପାଖରେ ଡାକ୍ତରୀ ସାର୍ଟିଫିକେଟ୍ କିମ୍ବା ରୋଗୀ ଚିକିତ୍ସା ପାଇଁ କୌଣସି ଶିକ୍ଷାଗତ ପ୍ରମାଣପତ୍ର ନାହିଁ। ଏହାପରେ ବି ଏମାନେ ବର୍ଷ ବର୍ଷ ଧରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓ ବେଗୁନିଆ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଏମିତି କାରବାର ଚଳାଇଛନ୍ତି।

Advertisment

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଇଲାକାରେ ରୋଗୀସେବା ନାଁରେ ଚାଲିଥିବା ଭାଣ୍ଡାମୀ ନେଇ ଏକାଧିକ ଅଭିଯୋଗ ପରେ ଏହାର ସତ୍ୟତା ପରଖିଥିଲେ ଆମ ପ୍ରତିନିଧି। ଏହିସବୁ ତଥାକଥିତ ଡାକ୍ତରମାନେ ତାଙ୍କ ଶିକ୍ଷାଗତ ଯୋଗ୍ୟତା, ଚିକିତ୍ସା ପଦ୍ଧତି ଓ ରୋଗୀ ସେବା ନେଇ ଯାହା କହିଲେ, ତାହା ଶୁଣିଲେ ଆପଣଙ୍କ ମଥା ଘୁରିଯିବ।

ଏଠାରେ ପ୍ରଶ୍ନ ଉଠୁଛି, ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ରୋଗୀସେବାକୁ ଏକପ୍ରକାର କବଜା କରି ରଖିଥିବା ଏସବୁ ନକଲି ଡାକ୍ତର ଆସୁଛନ୍ତି କେଉଁଠୁ? ରିଆଲିଟି ଚେକକୁ ଜଣାପଡ଼ିଛି ଅଧିକାଂଶ ନକଲି ଡାକ୍ତର ବା କ୍ୱାକଙ୍କ ଘର ପଶ୍ଚିମବଙ୍ଗ ଡାକ୍ତରୀ ଶିକ୍ଷା ତ ବହୁ ଦୂର ଏମାନଙ୍କ ଚାଲିଚଳଣ, କଥାବାର୍ତ୍ତା ଏପରିକି ନିଜ ସମ୍ପର୍କରେ ପଚାରିବା ବେଳେକୁ ତା ବି ଠିକ୍‌ରେ କହିବାକୁ ଏମାନେ ଅସମର୍ଥ। ଏହାସତ୍ତ୍ୱେ ଏପରି ନକଲି ଡାକ୍ତରଙ୍କ ନିକଟକୁ ରୋଗୀ ଆସୁଛନ୍ତି କେମିତି? ଦିନ ଦିପହରେ ରୋଗୀସେବା ନାଁରେ ଲୋକଙ୍କୁ ଭୂଆଁ ବୁଲାଉଥିବା ବେଳେ ଏମାନଙ୍କ ଉପରେ ପ୍ରଶାସନର ନଜର ପଡୁନି କେମିତି? 

Advertisment

ଗରିବ ଲୋକଙ୍କୁ ବିନା ମୂଲ୍ୟରେ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାରଙ୍କ କେତେ କଣ ଯୋଜନା? ସ୍ୱାସ୍ଥ୍ୟ ବିଭାଗ ଫାଇଭ୍ ଟି ଅଧୀନରେ ଆସିବା ପରେ ଜିଲ୍ଲାଠୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଏଁ ବଦଳି ଗଲାଣି ଭିତ୍ତିଭୂମି କିନ୍ତୁ ଆଜିକା ଦିନରେ ବି ସେବା ନାଁରେ ଏ ଲୁଟତରାଜ ଓ ଅପରାଧ କେତେଦୂର ଗ୍ରହଣଯୋଗ୍ୟ? ଗାଁ ଗହଳିରେ ସ୍ବାସ୍ଥ୍ୟସେବାର ଏ ଦୁର୍ଦ୍ଦଶାଜନକ ସ୍ଥିତି ପାଇଁ ଦାୟୀ କିଏ?

ରିପୋର୍ଟ: ସିଲୁ ବିଶ୍ୱାଳ ଓ ଅଶୋକ ବ୍ରହ୍ମା

Fake Doctor
Advertisment
Advertisment