Advertisment

ଯେଉଁ ଜଙ୍ଗଲରେ ମାଓ ହମ୍‌ଲାରେ ୩ ଯବାନ ସହିଦ ହୋଇଥିଲେ, ସେହି ସ୍ଥାନରୁ ମିଳିଲା ଏମିତି ଜିନିଷ...

ପାଟଧରା ଜଙ୍ଗଲର ସେହି ସ୍ଥାନରେ ଯେଉଁଠି ୩ ଯବାନ ସହିଦ ହୋଇଥିଲେ, ସେହି ସ୍ଥାନରେ ଯବାନମାନେ ସର୍ଚ୍ଚ ଅପରେସନ୍ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ ବେଳେ ୪ଟି ଟିଫିନ୍ ବୋମା ସହ କିଛି ବିସ୍ଫୋରକ ଜବତ କରିଛି।

author-image
Rajalaxmi Sahoo
Explosives seized by security forces in Nuapada

Explosives seized by security forces in Nuapada

ନୂଆପଡ଼ା ପାଟଧରା ଜଙ୍ଗଲରେ ୩ ଯବାନ ସହିଦ ହୋଇଥିବା ସ୍ଥାନରୁ ମିଳିଛି ବୋମା। ବୋଡେନ୍ ବ୍ଲକ୍ ଅନ୍ତର୍ଗତ ପାଟଧରା ଜଙ୍ଗଲର ସେହି ସ୍ଥାନରେ ଯବାନମାନେ ସର୍ଚ୍ଚ ଅପରେସନ୍ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ ବେଳେ ୪ଟି ଟିଫିନ୍ ବୋମା ସହ କିଛି ବିସ୍ଫୋରକ ଜବତ କରିଛି।

Advertisment

ଏସବୁ ବୋମାକୁ ଜବତ କରିବା ପରେ ଯବାନ ନିଷ୍କ୍ରିୟ କରିଛନ୍ତି। ଯବାନଙ୍କ ଦ୍ୱାରା ବିସ୍ଫୋରକ ଜବତ ହେବା ପରେ ଆଉ ଏକ ଅଘଟଣକୁ ଏଡ଼ାଇ ଦିଆଯାଇଛି। ମାଓବାଦୀମାନେ ଏତେ ସଂଖ୍ୟକ ବିସ୍ଫୋରକ ପୋତି ରଖିଥିବାରୁ ଅନେକ ସନ୍ଦେହ ବଢ଼ିଛି। ତେଣୁ ଏହି ଅଞ୍ଚଳରେ ସୁରକ୍ଷା ଯାଞ୍ଚକୁ ବଢ଼ାଯାଇଛି।

ସୂଚନାଥାଉ କି, ଗତ ୨୧ ତାରିଖ ଦିନ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩  ଯବାନ ସହିଦ ହୋଇଥିଲେ। ଏଥିରେ ୭ ଯବାନ ଗୁରୁତର ଆହତ ହୋଇଥିଲେ।ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ସଶସ୍ତ୍ର ମାଓବାଦୀ ସେମାନଙ୍କ ଉପରକୁ ହମ୍‌ଲା କରିଥିଲେ। 

Advertisment
Explosives Seized Maoists Attacked
Advertisment
Advertisment