Advertisment

ଯୁବ ଇଞ୍ଜିନିୟରଙ୍କ ପକ୍ଷୀ ପ୍ରେମ : ଚାକିରୀ ଛାଡି କରିଛନ୍ତି ଚଢେଇ ବିହାର, ନିଶା ପାଲଟି ଯାଇଛି ବେଉସା

ପକ୍ଷୀ ସଉକକୁ ବେଉସା କରିଲେଣି ଯୁବ ଇଂଜିନିୟର। ମୁମ୍ବାଇରୁ ଚାକିରୀ ଛାଡି ଗାଁରେ ତିଆରି କରିଛନ୍ତି ପକ୍ଷୀ ବିହାର। ୪୨ ପ୍ରଜାତିର ନାମିଦାମୀ ପକ୍ଷୀ ରଖି କରୁଛନ୍ତି ମ୍ୟୁଟେସନ ଓ ବ୍ରିଡିଙ୍ଗ। ନିଜେ ସ୍ୱାବଲମ୍ବୀ ହେବା ସହ ବେକାରୀ ଯୁବକଙ୍କୁ ଦେଉଛନ୍ତି ରୋଜଗାର...

author-image
Prangyan Parimita
ଅଦ୍ୟତନ ହୋଇଛି
special story

special story

ପକ୍ଷୀ ପ୍ରେମୀ ଗିରିଜା ପ୍ରସାଦ ମିଶ୍ର । ପେସାରେ ଇଂଜିନିୟର ହୋଇଥିଲେ ମଧ୍ୟ ନିଶା ବିଦେଶୀ ପକ୍ଷୀ ପାଳିବା ଓ ପକ୍ଷୀଙ୍କୁ ନେଇ ରିସର୍ଚ୍ଚ କରିବା । ମୁମ୍ବାଇରେ ମେକାନିକାଲ ଇଂଜିନିୟର ଚାକିରି କରିଥିବା ଗିରିଜା ୨୦୧୫ ମସିହାରେ ଢେଙ୍କାନାଳ ଜିଲ୍ଲା ମାର୍ଥାପୁର ଗାଁକୁ ଫେରି ଆସିଥିଲେ। ପରେ କିଛି କରିବାର ଲକ୍ଷ୍ୟ ନେଇ ପ୍ରଥମେ ନିଜ ଘରେ ପାଇନ ଆପଲ କନ୍ୟୁର ନାମକ ବିଦେଶୀ ପକ୍ଷୀ ଘରକୁ ଆଣିଥିଲେ । ତିନି ପେୟାର ବିଦେଶୀ ପକ୍ଷୀକୁ ଷାଠିଏ ହଜାର ଟଙ୍କାରେ କିଣି ମ୍ୟୁଟେସନ ଓ ବ୍ରିଡିଙ୍ଗ କାମ ଆରମ୍ଭ କରିଥିଲେ।

Advertisment

ଏବେ ନିଜ ଘରେ ୪୦୦ ବର୍ଗଫୁଟ ଛାତ କରି ଏକ ପକ୍ଷୀ ବିହାର ତିଆରି କରିଛନ୍ତି । ଦିନରାତିକୁ ଏକ କରି ପକ୍ଷୀମାନଙ୍କ ଉପରେ ରିସର୍ଚ୍ଚ କରି ମ୍ୟୁଟେସନ ଓ ବ୍ରିଡିଙ୍ଗ କରାଉଛନ୍ତି। ମାତ୍ର ୬୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଗିରାଜାଙ୍କ ବ୍ୟବସାୟ ଆଜି ୬୦ ଲକ୍ଷ ଟଙ୍କାରେ ପହଞ୍ଚିଛି । ତାଙ୍କଠାରୁ ବିଦେଶୀ ପକ୍ଷୀ କିଣିବାକୁ ଓଡିଶାର ବିଭିନ୍ନ ସ୍ଥାନରୁ ଲୋକମାନେ ଗିରିଜାଙ୍କ ଘରକୁ ଆସୁଛନ୍ତି ।

ଗିରିଜାଙ୍କ ପକ୍ଷୀ ବିହାରରେ ବିଦେଶୀ ପକ୍ଷୀ ହାଣ୍ଡସ ମାକାଓ, ଭାଉଲେଟ ନେକଟଲରି, ବ୍ଲୁ ଗ୍ରିନ ଚିକ କନ୍ୟୁର, ସିନାମନ କନ୍ୟୁର ଭଳି ପକ୍ଷୀ ରହିଛନ୍ତି । ଯାହାର ମୂଲ୍ୟ ଦଶ ହଜାର ଟଙ୍କାଠାରୁ ଆରମ୍ଭ କରି ଦେଢ ଲକ୍ଷ ଟଙ୍କା ରହିଛି । ନିଜେ ବିଦେଶୀ ପକ୍ଷୀ ବ୍ୟବସାୟ କରି ସଫଳତା ପାଇବା ପରେ ଗାଁର କିଛି ଯୁବକ ପକ୍ଷୀ ବିହାର କରି ସ୍ୱାବଲମ୍ବୀ ହେବା ପାଇଁ ଚାହିଁଛନ୍ତି ।

Advertisment

ପକ୍ଷୀ ରଖିବା କାମରେ ଗିରିଜାଙ୍କୁ ଅନେକ ସମୟରେ ସହାୟତା କରିଥାନ୍ତି ବାପା-ମାଆ ଓ ସ୍ତ୍ରୀ। ଆଜି ଗିରିଜାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳି ଯାଇଥିଲେ ବି ଅଦ୍ଭୂତପୂର୍ବ ସଫଳତା ପାଇଁ ପରିବାର ଲୋକେ ବେଶ ଖୁସି।

ନିପଟ ମଫସଲ ଗାଁରେ ଛୋଟ ପକ୍ଷୀ ବିହାର କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଗିରିଜା। ଭବିଷ୍ୟତରେ ବିଲୁପ୍ତ ପ୍ରାୟ ପକ୍ଷୀମାନଙ୍କୁ ନେଇ ଏକ ସଂଗ୍ରହାଳୟ କରିବାକୁ ଯୋଜନା ରଖିଛନ୍ତି ଗିରିଜା।

ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ

Special Story 'Love For Birds'
Advertisment
Advertisment