Advertisment

ନିଜ ନବଜାତ ଶିଶୁକୁ ଧକ୍କା ମାରୁଛି ମା; ଲୋକେ ଦେଖି ଆଶ୍ଚର୍ଯ୍ୟ

ସବୁ ମା’ ନିଜ ପିଲାମାନମାନଙ୍କୁ ଭଲ ପାଆନ୍ତି। ସେ ମଣିଷ ହୁଅନ୍ତୁ ବା ପଶୁ। ଛୁଆ ପ୍ରତି ଯଦି ବି ଟିକିଏ ଆଘାତ ଆସେ ମା’ର ହୃଦୟ ଫାଟିଯାଏ। କିନ୍ତୁ ଏବେ ଯେଉଁ ଭିଡିଓଟି ଭାଇରାଲ ହେଉଛି ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ ଏକ ମା’ ତା’ର ଛୁଆକୁ ଧକ୍କା ମାରୁଥିବା ଦେଖାଯାଏ…

author-image
Pramod Behera
ଅଦ୍ୟତନ ହୋଇଛି
Elephant was seen pushing its own newborn child

Elephant was seen pushing its own newborn child

ସେ ପଶୁ ହେଉ କି ମଣିଷ, ସବୁ ମା’ ନିଜ ପିଲାମାନଙ୍କୁ ଭଲ ପାଆନ୍ତି, ସେମାନଙ୍କୁ ସୁରକ୍ଷା ଦେବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ବିବେଚନା କରନ୍ତି। ମା’ର ହୃଦୟ ଯଦି ସାମାନ୍ୟ ଆଘାତ ପାଏ ତେବେ ଅସ୍ଥିର ହୋଇଯାଏ। ପାଖରେ ମା ଥିବାଯାଏ ପିଲାଟିର ଟିକେ କ୍ଷତି ହୁଏ ନାହିଁ। କିନ୍ତୁ ଜଣେ ଏମିତି ମା କଥା ଏଠି କୁହାଯାଉଛି ଯିଏ ନିଜ ନବଜାତ ଶିଶୁକୁ ଧକ୍କା ମାରୁଥିବା ଦେଖାଯାଏ। ଏଠାରେ ଏକ ହାତୀ ବିଷୟରେ କୁହାଯାଉଛି, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ଟ୍ୟୁଟର୍‌ ପେଜ୍ @buitengebieden ରେ ଶେୟାର ହୋଇଥିବା ଏକ ଭିଡିଓରେ ଏକ ମା’ ହାତୀ ନବଜାତ ଶିଶୁକୁ ଗୋଡରେ ଧକ୍କା ମାରିବାର ନଜର ଆସେ। ନିରୀହ ହାତୀ ଛୁଆଟିକୁ ଠେଲିଦେଲା ପରେ ସେ ଝୁଣ୍ଟିପଡି କିଛି ପାଦ ଆଗକୁ ଯାଇ ପୁଣି ଅଟକିଯାଏ। ନବଜାତ ହାତୀ ଛୁଆ ସହିତ ମା’ର ଏପରି ଆଚରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କଉଥିବ। କିନ୍ତୁ ଏହା ପଛର କାରଣ ଜାଣିଲେ ଆପଣ ଖୁସି ହୋଇଯିବେ।

ଭାଇରାଲ ଭିଡିଓରେ ମା’ ହାତୀ ଓ ତା’ର ପିଲାକୁ ଦେଖିବାକୁ ମିଳେ। ଛୁଆ ହାତୀ ଏକ ନବଜାତ ଶିଶୁ ହୋଇଥିବାରୁ ସେ ଠିକ୍ ଭାବରେ ଚାଲିପାରୁ ନାହିଁ। ଏଭଳି ପରିସ୍ଥିତିରେ ମା’ ହାତୀଟି ତାକୁ ତା’ ଶୁଣ୍ଡରେ ଜୋରରେ ଧକ୍କା ଲଗେଇବାରୁ ସେ କିଛି ପାଦ ଆଗକୁ ଯାଇ ଅଟକି ଯାଉଛି। ସେ କିନ୍ତୁ ରହିବା ମାତ୍ରେ ମା ହାତୀ ପୁଣି ଆସି ତାକୁ ଆଉ ଏକ ଶକ୍ତ ଧକ୍କା ଦେଉଥିବା ଦେଖାଯାଉଛି। ଏମିତି ଅନେକ ଥର ହେବା ଦେଖାଯାଏ। ଛୁଆ ହାତୀ ସହିତ ମା’ର ଏପରି ଆଚରଣ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ।

Advertisment

ଏହି ଭିଡିଓ ପଛରେ ଥିବା ସତ୍ୟତା ଜାଣିବା ପାରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ପ୍ରକୃତରେ ମା’ ହାତୀର ନଜଜାତ ପ୍ରତି ଏଭଳି ଆଚରଣ କୌଣସି ହିଂସାତ୍ମକ ନୁହେଁ। ମଣିଷମାନେ ଯେପରି ସେମାନଙ୍କ କୁନି ପିଲାମାନଙ୍କୁ ଚଲେଇବା ନେଇ ନାନା ପ୍ରକାର ଚେଷ୍ଟା କରନ୍ତି, ଏଠାରେ ମା’ ହାତୀଟି ମଧ୍ୟ ଅବିକଳ ତାହା ହିଁ କରୁଛି। ମା’ ହାତୀ ତା’ର ଶିଶୁକୁ ଯଥାଶୀଘ୍ର ନିଜ ପାଦରେ ଚଲେଇବା ନେଇ ତାଲିମ ଦେଉଛି। ଯଦି ମା ହାତୀ ତା ଛୁଆଙ୍କୁ ଏଭଳି ଧକ୍କା ମାରି ଆଗକୁ ନ ଠେଲନ୍ତି ତେବେ ଶିଶୁ ହାତୀମାନେ ବିଳମ୍ବରେ ଚାଲିବାକୁ ସମର୍ଥ ହେବେ। ପଶୁମାନେ ସେମାନଙ୍କର ପିଲାମାନଙ୍କୁ ଏହି ଉପାୟରେ ବଢାନ୍ତି ଯେପରି ସେମାନେ ଯଥାଶୀଘ୍ର ନିଜ ପାଦରେ ଠିଆ ହେବାକୁ ସକ୍ଷମ ହେବେ।

ଏହି ଭିଡିଓ ଶେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ଛାଇଯାଇଥିଲା। ଲୋକମାନେ ଏହି ଭିଡିଓକୁ ଦେଖି ଖୁବ ପସନ୍ଦ କରୁଛନ୍ତି। ଲୋକମାନେ ପ୍ରଥମେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ବି ଏହାର କାରଣ ଜାଣିବାବେଳେ ପ୍ରଶଂସା କରିଥିଲେ। ଖବର ଲେଖାହେବା ବେଳକୁ ଏହି ଭିଡିଓଟି ୨୦ଲକ୍ଷରୁ ଅଧିକ ଭ୍ୟୁ ପାଇସାରିଥିଲା। ୧ ଲକ୍ଷ ୧୫ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି।

Viral Video Animal Lover
Advertisment
Advertisment