/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652669496.jpeg)
Elephant 'Nanda' of Nandankanan Zoo passes away in Chandaka
ଚାଲିଗଲା ନନ୍ଦ ହାତୀ । ଚନ୍ଦକା ଅଭୟାରଣ୍ୟରେ ଆଜି ନନ୍ଦ ହାତୀର ମୃତ୍ୟୁ ହୋଇଛି । ଗତ କିଛି ଦିନ ଧରି ଅସୁସ୍ଥ ରହିଥିବା ବେଳେ ଚିକିତ୍ସା ପରେ ବି ନନ୍ଦର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଶେଷରେ ଆଜି ଆଖି ବୁଜିଛି ନନ୍ଦ ।
ପୂର୍ବରୁ ନନ୍ଦନକାନନରେ ଥିବା ବେଳେ ନନ୍ଦ ହାତୀ ପର୍ଯ୍ୟଟକଙ୍କ ପାଖରେ ବେଶ୍ ପରିଚିତ ଥିଲା । ନନ୍ଦ ଏକ ତାଲିମ ପ୍ରାପ୍ତ କୁମକି ହାତୀ । ଜଙ୍ଗଲ ସୁରକ୍ଷା ଓ ଅନ୍ୟ ହାତୀକୁ ଘଉଡ଼ାଇବାରେ ନନ୍ଦ ମୁଖ୍ୟ ଭୂମିକା ନେଇଥିଲା । ନନ୍ଦନକାନନରେ ଥିବା ବାସନ୍ତୀ ହାତୀ ପାଖରୁ ନନ୍ଦ ଜନ୍ମ ନେଇଥଲା ।
ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ
-ଅସୁସ୍ଥ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ
-ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇନି; ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା
-ପୂର୍ବରୁ ନନ୍ଦନକାନନରେ ଥିଲା; ପର୍ଯ୍ୟଟକଙ୍କ ମନ ଜିଣୁଥିଲା#OTVpic.twitter.com/fJQuYDmQlk— ଓଟିଭି (@otvkhabar) May 16, 2022
ସୂଚନା ଅନୁସାରେ, ୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହଙ୍କୁ କଚାଡ଼ି ମାରିବା ପରେ ନନ୍ଦ ଚର୍ଚ୍ଚାକୁ ଆସିଥିଲା । ସେହି ଦିନଠୁ ତା ଗୋଡ଼ରେ ଶିକୁଳି ପକା ଯାଇ ରଖାଯାଇଥିଲା । ଏହାପରେ ନନ୍ଦର ମାନସିକ ଅବସ୍ଥାକୁ ଯାଞ୍ଚ କରାଯିବା ପରେ ୨୦୧୦ ମସିହାରେ ବେଡ଼ି ମୁକ୍ତ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)