Advertisment

ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା ! ଶ୍ରୀମନ୍ଦିର ଏସି ଟନେଲର ୨ ମାସର ବିଦ୍ୟୁତ୍ ବିଲ୍ ୧୪ ଲକ୍ଷ

ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା.... ଦୁଇ ମାସରେ ଶ୍ରୀମନ୍ଦିର ଏସି ବ୍ୟାରିକେଡ୍‌ର ବିଦ୍ୟୁତ୍ ବାବାଦକୁ ବିଲ୍ ଆସିଛି ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ।

ଅଦ୍ୟତନ ହୋଇଛି
Puri Srimandir AC Tunnel Electricity Bill

AC Tunnel

Advertisment

ଜଗା ଦର୍ଶନକୁ ସହଜ ଓ ସରଳ କରିବା ପାଇଁ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଏସି ବ୍ୟାରିକେଡ ବା ଏସି ଟନେଲ ବ୍ୟାରିକେଡ କରାଗଲା । ହେଲେ ଏହି ବ୍ୟାରିକେଡ ଶ୍ରୀମନ୍ଦିର ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲିଟିଛି। ଦୁଇ ମାସରେ ଏସି ଟନେଲ୍ ବିଦ୍ୟୁତ୍ ବିଲ୍ ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ଆସିଛି । କେଉଁଠୁ ଏହି ବିଲ ପୈଠ ହେବ, ତେଣୁ ସୋଲାର ସିଷ୍ଟମ କରିବା ନିହାତି ଆବଶ୍ୟକ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି । ସେପଟେ ଭକ୍ତଙ୍କ ଲାଗି ଏହି ସିଷ୍ଟମ ହୋଇଥିବାରୁ ବିଦ୍ୟୁତ ମାଗଣାରେ ଯୋଗାଇବା ଲାଗି ସେବାୟତ ଦାବି କରିଛନ୍ତି। ସେପଟେ ଏ ନେଇ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।

Advertisment

ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା.... ଦୁଇ ମାସରେ ଶ୍ରୀମନ୍ଦିର ଏସି ବ୍ୟାରିକେଡ୍‌ର ବିଦ୍ୟୁତ୍ ବାବାଦକୁ ବିଲ୍ ଆସିଛି ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା । ଏତେ ପରିମାଣର ବିଦ୍ୟୁତ ଦେୟ ଶ୍ରୀମନ୍ଦିର ପ୍ରଶାସନ କିପରି ଦେବେ ସେ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସେବାୟତ। ଯଦି ୨ ମାସରେ ଏତିକି ତେବେ ବର୍ଷକୁ ବିଦ୍ୟୁତ ବିଲ କୋଟିଏ ଟପିବା ସମ୍ଭାବନା, ତେଣୁ ଭକ୍ତଙ୍କ ଲାଗି ବିଦ୍ୟୁତ ବିଲ ଛାଡ଼ କରିବାକୁ ସେବାୟତ ନିବେଦନ କରିଛନ୍ତି। ସେପଟେ ଦୂର ଦୃଷ୍ଟି ସଂପନ୍ନ ହୋଇ ସୋଲାର ସିଷ୍ଟମରେ ଏସି ବ୍ୟାରିକେଡ୍ ସଂଲ୍ଲଗ୍ନ କରିବାକୁ ପରିଚାଳନା କମିଟି ସଦସ୍ୟ କହିଛନ୍ତି।

ଅଧିକ ପଢ଼ନ୍ତୁ: ନୂଆ ଦିଶିବ ଶ୍ରୀମନ୍ଦିର ଦୋଳବେଦୀ; ଏଣିକି ଭକ୍ତ ଦେଖିବେ ଲୁଚିଯାଇଥିବା ପ୍ରାଚୀନ କୀର୍ତ୍ତିରାଜି

Advertisment

୮୪ ମିଟର ଲମ୍ବ ଓ ୧୨ ମିଟର ଚୌଡାର ଏସି ସେଡ୍ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଥିଲା । ଏଥିରେ ଏୟାର କଣ୍ଡିସନ ସହ ଫ୍ୟାନ ଓ ଲାଇଟ ସଂଯୋଗୀକରଣ କରାଯାଇଛି। ହେଲେ ଗତ ଜାନୁଆରୀ ଓ ଫେବ୍ରୁଆରି ମାସର ବିଦ୍ୟୁତ୍ ବିଲ୍ ଏବେ ଚିନ୍ତା ବଢ଼ାଇଛି । ଦୁଇମାସରେ କେବଳ ଏସି ହ୍ୟାଙ୍ଗର ଓ ପ୍ରତିକ୍ଷାଳୟ ବିଦ୍ୟୁତ୍ ବିଲ୍ ବାବଦକୁ ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ହୋଇଛି । ସେପଟେ ଏହି ବିଲକୁ ନେଇ ବିଦ୍ୟୁତ ବିଭାଗର ଇଞ୍ଜିନିୟରମାନେ ତର୍ଜମା କରିବେ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ଏହାପରେ ଯାହା ନିଷ୍ପତ୍ତି ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

Srimandir Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ