Advertisment

Viral: ରାସ୍ତା କଡରେ ପିଜୁଳି ବିକୁଥିଲେ ବୁଢୀ ମାଉସୀ; ପୋଲିସ୍ କଲେ ଏମିତି

ଖରାରେ ବସି ରାସ୍ତା କଡରେ ପିଜୁଳି ବିକୁଥିଲେ ବୁଢୀ ମାଉସୀ। ଏହି ସମୟରେ ତାଙ୍କ ପାଖରେ ପହଞ୍ଚିଲେ ଜଣେ ପୋଲିସ୍ କର୍ମଚାରୀ। ଜାଣନ୍ତୁ ସେ ବୁଢୀ ମାଉସୀ ସହ କ’ଣ କଲେ।

ଅଦ୍ୟତନ ହୋଇଛି
Elderly woman was selling guavas on road

Elderly woman was selling guavas on the road

Advertisment

କଥାରେ କୁହାଯାଏ, “ପେଟ ପାଇଁ ସବୁ ନାଟ”। ଏଇ ପେଟ ଚାଖଣ୍ଡକ ପାଇଁ ଜଣେ କଠିନ ପରିଶ୍ରମ କରି ରୋଜଗାର କରେ। ସେ ଅସହାୟ ହେଉ କି ବୃଦ୍ଧ ସମସ୍ତଙ୍କୁ ଏହା କରିବାକୁ ପଡେ। ଏହି ପରିଶ୍ରମକୁ ନେଇ ବେଳେବେଳେ ଏମିତି କିଛି ଦେଖିବାକୁ ମିଳେ ଯାହାକୁ କେହି କେବେ ଆଶା କରି ନଥାଏ। ଏହା ଦେଖିଲେ ମନରେ ଦୟା ଆସେ। ବର୍ତ୍ତମାନ ରାସ୍ତା କଡ଼ରେ ଫଳ ବିକୁଥିବା ଏମିତି ଜଣେ ବୃଦ୍ଧ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ଜଣେ ବୃଦ୍ଧ ମହିଳା ଯେଉଁ ବୟସରେ ବିଶ୍ରାମ ନେବା କଥା, ସେ ଆଜି ରୋଜଗାର ପାଇଁ କାମ କରିବାକୁ ବାଧ୍ୟ ହେଉଛନ୍ତି। ସେ ବୟସର ଅପରାହ୍ଣରେ ପହଞ୍ଚିଛନ୍ତି। ଭଲରେ ଶୁଭୁନି କି ଦିଶୁନି। ତାଙ୍କ ହାତ ଗୋଡ ମଧ୍ୟ ଠିକ୍ ଭାବରେ କାମ କରିବା ଅବସ୍ଥାରେ ନାହିଁ, କିନ୍ତୁ ସେ ଭିକ ମାଗିବା ଅପେକ୍ଷା କାମ କରି ରୋଜଗାର କରିବାକୁ ଠିକ୍ ବୋଲି ଭାବି ନେଇଛନ୍ତି।

ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ଏହି ବୃଦ୍ଧ ମହିଳା ଜଣକ ରାଜରାସ୍ତା କଡରେ ବସି କିଛି ପିଜୁଳି ବିକ୍ରି କରୁଛନ୍ତି। ତାଙ୍କ ସହିତ ଏକ କୁକୁର ମଧ୍ୟ ଅଛି। ଏହି ସମୟରେ ଜଣେ ପୋଲିସ କର୍ମଚାରୀ ଆସି ତାଙ୍କ ପାଖରେ ପହଞ୍ଚନ୍ତି ଆଉ ପଚାରନ୍ତି ଯେ ତୁମେ ଏହି ଫଳକୁ କେତେରେ ବିକ୍ରି କରୁଛ? ବୁଢୀ ମାଉସୀ କୁହନ୍ତି ଏକ କିଲୋଗ୍ରାମ ପିଛା ୨୦ଟଙ୍କା। ତା’ପରେ ସେ ପଚାରନ୍ତି ଏହି ସବୁ ଫଳଗୁଡ଼ିକ କେତେ କିଲୋ ହେବ? ୨କେଜି ହେବ ବୋଲି ସେ କୁହନ୍ତି।

Advertisment

ଅଧିକ ପଢ଼ନ୍ତୁ: ଦାମୀ ଫୁଲ ସଜା କାର ନାହିଁ, ସିଧା ବାଇକ୍‌ରେ ଆସି ପହଞ୍ଚିଲା ବର

ପୋଲିସ୍ କର୍ମଚାରୀ ପୁଣି ପଚାରନ୍ତି ଯେ ଏହା ମୋଟ୍ କେବେ ହେବ? ସେ କୁହନ୍ତି ସବୁତକ ୪୦ଟଙ୍କା। ପୋଲିସ ତାଙ୍କୁ ଏମିତି ଆଉ କିଛି ପଚାରନ୍ତି ଆଉ ବୁଢୀ ମାଉସୀ ସବୁ ଉତ୍ତର ଦେଉଥିବା ଦେଖାଯାଏ। ଏହା ପରେ ପୋଲିସ୍ ଜଣଙ୍କୁ ତାଙ୍କୁ ୧୦୦ ଟଙ୍କା ଦେଇ ଘରକୁ ଯିବାକୁ କୁହନ୍ତି।

ସେହି ଭିଡିଓରେ ପୋଲିସ ପ୍ରଶ୍ନ କରିଛନ୍ତି ଯେ ଏହି ଫଳ କେଉଁଠୁ ଆସିଲା? ସେ କୁହନ୍ତି, ସେ ନିଜେ ଗଛରୁ ତୋଳିକି ଆଣିଛନ୍ତି। ଏହି ଭିଡିଓଟି ଏକ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ଶେୟାର କରାଯାଇଛି, ଯାହା ଖବର ଲେଖିବା ବେଳକୁ ୬୨୫.୨K ଭ୍ୟୁ ପାଇସାରିଥିଲା। ଲୋକମାନେ ଭିଡିଓ ଉପରେ ମିଶ୍ରିତ ମନ୍ତବ୍ୟ ଦେଉଛନ୍ତି।

Advertisment

ଜଣେ ମନ୍ତବ୍ୟ ଦେଇ ଲେଖିଛନ୍ତି, “ଭଲ କାମ କରିଛନ୍ତି କିନ୍ତୁ ପ୍ରତିଦିନ ଏହିମାନଙ୍କୁ କେହି ସାହାଯ୍ୟ କରିବେ ନାହିଁ। ବୁନ୍ଦେଲଖଣ୍ଡରେ ଦାରିଦ୍ର୍ୟ ଏବଂ ବେକାରୀ ସମସ୍ୟା ପାଇଁ ଶିଳ୍ପାୟନ ହେଉଛି ସ୍ଥାୟୀ ସମାଧାନ।” ଅନ୍ୟ ଜଣେ ଲେଖିଛନ୍ତି, “ଯଦି ଆପଣ ଏହାକୁ ନ ଦେଖାଇ ସେବା କରିଥାନ୍ତେ ତେବେ ଭଲ ହୋଇଥାନ୍ତା।” ଏହାର ଉତ୍ତରରେ ଜଣେ ଲେଖିଛନ୍ତି, “ଏହା ବିନା ସୂଚନାରେ ହିଁ କରାଯାଇଛି ... ନିଜ ନାଁ ଓ ମୁହଁ କେଉଁଠି ପୋଲିସ୍ କହିଛନ୍ତି କି ଦେଖେଇଛନ୍ତି?”

ଏହି ବୃଦ୍ଧ ମହିଳାଙ୍କୁ ପୋଲିସ୍ ୧୦୦ ଟଙ୍କା ଦେବାକୁ ନେଇ ଆଉ ଜଣେ ଲେଖିଛନ୍ତି, “ମାତ୍ର ଶହେ ଟଙ୍କା ଦେଲେ।”। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, “ଶହେ ଟଙ୍କା କାହା ପାଇଁ ଗୋଟିଏ ଟଙ୍କା ଆଇ କାହା ପାଇଁ ହଜାରେ ଟଙ୍କା ସହ ସମାନ।”

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ