Advertisment

କଟକରେ ଆକ୍ୱାଗାର୍ଡ ବି ନକଲି, ବିପୁଳ ପରିମାଣରେ ଆକ୍ୱାଗାର୍ଡ ମେସିନ ଓ ନକଲି ଯନ୍ତ୍ରାଂଶ ଜବତ

କଟକରେ ଗୋଟିଏପରେ ଗୋଟିଏ ନକଲି ଜିନିଷ ଠାବ ହେଉଥିବା ବେଳେ ଏବେ ନକଲି ଆକ୍ୱାଗାର୍ଡ ଗୋଦାମ ଠାବ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Duplicate Aquaguard manufacturing unit busted, 2 arrested in Cuttack

Duplicate Aquaguard manufacturing unit busted, 2 arrested in Cuttack

କଟକରେ ଗୋଟିଏପରେ ଗୋଟିଏ ନକଲି ଜିନିଷ ଠାବ ହେଉଥିବା ବେଳେ ଏବେ ନକଲି ଆକ୍ୱାଗାର୍ଡ ଗୋଦାମ ଠାବ ହୋଇଛି। ନକଲି ଆକ୍ୱାଗାର୍ଡ ତିଆରି ଓ ବିକ୍ରି ଅଭିଯୋଗରେ କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ଏକ ଆକ୍ୱାଗାର୍ଡ ଗୋଦାମରେ ରେଡ୍ ପୋଲିସ୍‌ ରେଡ୍‌ କରିଥିଲା।

Advertisment

କମିଶନରେଟ୍ ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଏହି ରେଡ୍‌ ହୋଇଥିଲା। ରେଡ୍‌ ବେଳେ ବିପୁଳ ପରିମାଣର ଆକ୍ୱାଗାର୍ଡ ମେସିନ୍ ଓ ନକଲି ଯନ୍ତ୍ରପାତି ଜବତ ହୋଇଛି। ଏହି ଘଟଣାରେ ପୋଲିସ୍‌ ୨ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ନକଲି ଆକ୍ୱାଗାର୍ଡ ଷ୍ଟିକର ଲଗାଇ ଆକ୍ୱାଗାର୍ଡ କମ୍ପାନୀ ନାଁରେ ଏମାନେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

Advertisment

ଘଟଣାକୁ ନେଇ ଜୋନ୍‌ ୬ର ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ‘ଡୁପ୍ଲିକେଟ୍‌ ଆକ୍ୱାଗାର୍ଡ ମେସିନ୍ ବ୍ୟବସାୟ ଚାଲିଥିବା ନେଇ ସୂଚନା ମିଳିବା ପରେ ରେଡ୍‌ ହୋଇଥିଲା। ଅରିଜିନାଲ୍‌ ରେଟ୍‌ରେ ମାର୍କେଟ୍‌କୁ ଡୁପ୍ଲିକେଟ୍‌ ଜିନିଷ ଛଡ଼ା ଯାଉଥିଲା’। 

Duplicate
Advertisment
Advertisment